Home ଜିଲ୍ଲା ପରିକ୍ରମା ଓସିଏ ‘ଭିଜନ-୨୦୨୪’ ଆନ୍ତଃ ଜିଲ୍ଲା କ୍ଲବ ସିନିୟର ଲିଗ୍ ଟୁର୍ଣ୍ଣାମେଣ୍ଟ

ଓସିଏ ‘ଭିଜନ-୨୦୨୪’ ଆନ୍ତଃ ଜିଲ୍ଲା କ୍ଲବ ସିନିୟର ଲିଗ୍ ଟୁର୍ଣ୍ଣାମେଣ୍ଟ

6

ଭଦ୍ରକ, ୧୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ରେଲୱେ ଗ୍ରାଉଣ୍ଡ ଓ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡ଼ିଆ ଦୁଇଟି ସ୍ଥାନରେ ଓଡ଼ିଶା କ୍ରିକେଟ ଆସୋସିଏସନ ଆନୁକୁଲ୍ୟରେ ‘ଭିଜନ-୨୦୨୪’ ପରିପ୍ରେକ୍ଷୀରେ ଜିଲ୍ଳା କ୍ରିକେଟ ଆସୋସିସିଏସନ ଦ୍ୱାରା ଆୟୋଜିତ ହୋଇ ଚାଲୁଥିବା ଆନ୍ତଃ ଜିଲ୍ଳା ସିନିୟର କ୍ଲବ ଲିଗ ଟୁର୍ଣ୍ଣାମେଣ୍ଟରେ ଆଜି ୨ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ସେଥିମଧ୍ୟରୁ ଗୋଟିଏ ମ୍ୟାଚରେ ଗାନ୍ଧୀ କ୍ଲବ ବିଜୟୀ ହୋଇଥିବା ବେଳେ ଅନ୍ୟ ଏକ ମ୍ୟାଚରେ ସାଳନ୍ଦୀ କ୍ଲବ ବିଜୟୀ ହୋଇଛି । ଆଜି ଭଦ୍ରକ କଲେଜ ପଡ଼ିଆରେ ଅନୁଷ୍ଠିତ ମ୍ୟାଚ ଗାନ୍ଧୀ କ୍ଲବ ଓ ସୂର୍ଯ୍ୟଶିଖା କ୍ଲବ ମଧ୍ୟରେ ଖେଳା ଯାଇଥିଲା । ସୂର୍ଯ୍ୟଶିଖା କ୍ଳବ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୩୧.୩ ଓଭରରେ ୧୫୨ ରନ କରି ସମସ୍ତ ଖେଳାଳୀ ଆଉଟ ହୋଇଯାଇଥିଲେ । ଦଳ ପକ୍ଷରୁ ସରୋଜ କୁମାର ଧଳ ୫୩, ସତ୍ୟ ପ୍ରକାଶ ଦାସ ୨୯ ଓ ସୂର୍ଯ୍ୟକାନ୍ତ ବାରିକ ୨୭ ରନ କରିଥିଲେ । ଗାନ୍ଧୀ କ୍ଲବ ପକ୍ଷରୁ ନିର୍ଣ୍ଣେକ ଘୋଷ ୩ଟି, ଅନନ୍ତ ନାୟକ ୩ଟି ଓ ସନ୍ଦିପ ମହାକୁଡ ୨ଟି ଉଇକେଟ ନେଇଥିଲେ । ଦ୍ୱିତୀୟ ଇନିଙ୍ଗ୍‌ସରେ ବ୍ୟାଟିଂ କରି ଗାନ୍ଧୀ କ୍ଳବ ୨୮.୪ ଓଭରରେ ୬ ଉଇକେଟ ହରାଇ ୧୫୫ ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ସନ୍ଦିପ ମହାକୁଡ଼ ୫୮, ଆଦିତ୍ୟ କୁମାର ସାହୁ ୨୨, ଦିବ୍ୟଜ୍ୟୋତି ସାହୁ ୨୧ ରନ କରିଥିବା ବେଳେ ସୂଯ୍ୟଶିଖା କ୍ଲବ ପକ୍ଷରୁ ସୂର୍ଯ୍ୟକାନ୍ତ ବାରିକ ୨ଟି ଉଇକେଟ ନେଇଥିଲେ । ଏହି ମ୍ୟାଚକୁ ଦେବବ୍ରତ ଦାଶ ଓ ସାର୍ଥକ ବିଶ୍ୱାଳ ଅମ୍ପାୟାର ଭାବେ ମ୍ୟାଚ ପରିଚାଳନା କରିଥିବା ବେଳେ ସସ୍ମିତା ସାହୁ ଓ ଅସିତ ଦାସ ସ୍କୋରର ଥିଲେ । ସେହିପରି ଅନ୍ୟ ଏକ ମ୍ୟାଚ ରେଲୱେ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ ଉତ୍କଳିକା କ୍ଲବ ଓ ସାଳନ୍ଦୀ କ୍ଲବ ମଧ୍ୟରେ ଖେଳା ଯାଇଥିଲା । ସାଳନଦୀ କ୍ଲବ ଟସ୍ ଜିତି ବ୍ୟାଟିଂ କରି ୪୦ ଓଭରରେ ୯ ଉଇକେଟ ହରାଇ ୨୬୫ ରନ କରିଥିଲା । ଶିବାନନ୍ଦ ମଲ୍ଲିକ ୭୪, ଇନ୍ଦ୍ରଜିତ ମହାନ୍ତି ୭୦, ସତ୍ୟବ୍ରତ ବେହେରା ୨୮ ଓ ମୃତ୍ୟୁଞ୍ଜୟ ଜେନା ୨୨ ରନ କରିଥିଲେ । ଉତ୍କଳିକା ପକ୍ଷରୁ ସତ୍ୟସୁନ୍ଦର ମହାକୁଡ଼ ୨ଟି, ମନୋଜ କୁମାର ବାରିକ, ୨ଟି ଓ ବସନ୍ତ କୁମାର ମହାଳିକ ଗୋଟିଏ ଉଇକେଟ ନେଇଥିଲେ । ଦ୍ୱିତୀୟାର୍ଦ୍ଧ ବ୍ୟାଟିଂରେ ଉତ୍କଳିକା ଦଳ ୩୫.୨ ଓଭରରେ ୨୦୭ ରନ କରି ଅଲ୍ ଆଉଟ ହୋଇ ମ୍ୟାଚ ହାରିଥିଲେ । ସତ୍ୟରଂଜନ ଦାସ ୫୩, ରଶ୍ମିରଂଜନ ମହାକୁଡ ୫୧ ଓ ଚନ୍ଦ୍ର ଶେଖର ବେହେରା ୨୪ ରନ କରିଥିଲେ । ସାଳନ୍ଦୀ ଦଳର ନନ୍ଦ ମୁଣ୍ଡା ୪ଟି, ରଂଜିତ କୁମାର ବାରିକ ୩ଟି ଓ ଅଭିଜିତ୍ ଦାସ ୨ଟି ଉଇକେଟ ନେଇଥିଲେ । ନନ୍ଦ ମୁଣ୍ଡାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା । ଏହି ମ୍ୟାଚକୁ ଲଲାଟ କେଶରୀ ନନ୍ଦ ଓ ସତ୍ୟବ୍ରତ ଜେନା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.