Home ଓଡ଼ିଶା ଜମିବାଡିକୁ ନେଇ ସଘଂର୍ଷ, ଦୁଇ ଗୁରୁତର ଆହତ- ପୁଲିସ ଗାଡି ଭଙ୍ଗା ରୁଜା, ୨ ବାଇକ...

ଜମିବାଡିକୁ ନେଇ ସଘଂର୍ଷ, ଦୁଇ ଗୁରୁତର ଆହତ- ପୁଲିସ ଗାଡି ଭଙ୍ଗା ରୁଜା, ୨ ବାଇକ ପୋଡି

94

କୋରେଇ ୧୨/୮ (ଓଡ଼ିଆ ପୁଅ/ଭାସ୍କର ସାହୁ) ପାଣିକୋଇଲି ଥାନା ଅନ୍ତର୍ଗତ ଅମୃତିଆ ପଂଚାୟତ ଅମୃତିଆ ଗ୍ରାମରେ ଆଜି ଏକ ଜମିବାଡିକୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ ଗୋଷ୍ଠି ସଘଂର୍ଷ ଘଟିବା ସହ ୨ଜଣ ଗୁରୁତର ଆହତ ହୋଇଥିବାର ପ୍ରାଥମିକ ଖବର ମିଳିଛି। ଜଣକ ଅବସ୍ଥା ସଂକଟାପନ୍ନ ହୋବାରୁ ତାକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରୁ କଟକ ସ୍ଥାନାନ୍ତର କରାଯାଇଛି। ଆଜି ଅପରାହ୍ନ ୩ଟା ସମୟରେ ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଥିବା ଖବରପାଇ ପୁଲିସ ସେଠାରେ ପହଂଚିବାରୁ ସେଠାରେ ଉପସ୍ଥିତ କିଛି ଲୋକ ଉତ୍ୟକ୍ତ ହୋଇ ପୁଲିସ ଗାଡି ଉପରକୁ ଟେକା ପଥର ମାଡ କରିଥିଲେ। ଏଥିରେ ପୁଲିସି ଗାଡିର କାଚ ଭାଙ୍ଗିବା ସହିତ ଥାନାର ଏଏସଆଇ ସଂଜୟ କୁମାର ଦାସ, କେନେଷ୍ଟବଳ ନାରାୟଣ ଦେହୁରୀ ଓ ସତ୍ୟବ୍ରତ ସାହୁ ଆହାତ ହୋଇଥିଲେ। ସ୍ୱଭାଗ୍ୟବଶତଃ ଥାନାଧିକାରୀ ସସ୍ମିତା ସାହୁ ଅଳ୍ପକେ ଲୋକଙ୍କ ଆକ୍ରମଣରୁ ବର୍ତିଯାଇଥିଲେ। ଉତ୍ୟକ୍ତ ଲୋକଙ୍କ ଉଗ୍ରରୁପ ଦେଖି ପୁଲିସ ସେଠାରୁ ପଛଘୁଂଚା ଦେଇଥିଲା। ଆହତ ପୁଲିସ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ମେଡିକାଲ ପଠାଯାଇଛି। ତା ସହିତ ଉତ୍ୟକ୍ତ ଲୋକେ ଘଟଣାସ୍ଥଳରେ ଦୁଇ ବାଇକ ସହ ଗୋଟିଏ ସାଇକେଲକୁ ପୋଡିଦେଇଛନ୍ତି। ସୂଚନା ମୁତାବକ ଅମୃତିଆ ଗ୍ରାମର ବିଦ୍ୟାଧର ମହାପାତ୍ର ଓ କାର୍ହ୍ନୁ ଚରଣ ମହାପାତ୍ର ଦୁଇ ପରିବାର ମଧ୍ୟରେ ଜମିବାଡିକୁ କେନ୍ଦ୍ରକରି ଦୀର୍ଘଦିନ ହେଲା ବିବାଦ ଲାଗିରହିଥିଲା। ସେହି ଜମି ଉପରେ କୋର୍ଟରେ ମଧ୍ୟ କେସ ଚାଲୁରହିଛି। ଜମି ଉପରକୁ ଉଭୟ ପକ୍ଷ ନଯିବା ପାଇଁ ଭଦ୍ରଲୋକଙ୍କ ଉପସ୍ଥିତିରେ ଥାନାରେ ନିଷ୍ପତି ହୋଇଥିଲା। ଆଜି ସେହି ଜମିରେ କାର୍ହ୍ନୁ ଚାଷ କରୁଥିବା ବେଳେ ଉଭୟ ପରିବାର ମଧ୍ୟରେ ପ୍ରଥମେ ବଚସା ପରେ ମାରପିଟ ହୋଇଥିଲା। ଗଣ୍ଡଗୋଳରେ ବିଦ୍ୟାଧର ମହାପାତ୍ରଙ୍କ ପୁଅ ତାପସ ଓ ସନ୍ତୋଷ ଗୁରୁତର ଆହାତ ହୋଇଥିଲେ। ସୋମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବାବେଳେ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି। ଗୁରୁତର ଦୁଇ ଜଣଙ୍କ ମଧ୍ୟରୁ ମେଡିକାଲ ନେବା ବାଟରେ ଜଣେ ଭାଇଙ୍କ ମୃତ୍ୟୁ ହୋଇଥିବାର ମିଥ୍ୟା ପ୍ରଚାର ପରେ ଗ୍ରାମବାସୀମାନେ ପ୍ରତିହିଂସା ପରାୟଣ ହୋଇ ବାଇକ ପୋଡିବା ସହିତ ପୁଲିସକୁ ଆକ୍ରମଣ କରିବାକୁ ଆଦୌ ପଛାଇନଥିଲେ। ପୁଲିସ କାର୍ହ୍ନୁ ମହାପାତ୍ରଙ୍କ ସମେତ ୪ ଜଣଙ୍କୁ ଉଠାଇଆଣି ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି। ଘଟଣାପରେ ଅମୃତିଆ ଗ୍ରାମରେ ଓ ଥାନାରେ ଉତେଜନା ପ୍ରକାସ ପାଇଛି। ଥାନାରେ ଉଚପଦସ୍ଥ ଅଧିକାରୀ ମାନଙ୍କ ଘନ ଘନ ବୈଠକ ଚାଲିଛି। ଜିଲ୍ଲା ଏସପି ଚରଣ ସିଂ ମୀନା ଘଟଣା ଉପରେ ତିକ୍ଷଣ ନଜର ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.