Home ଅପରାଧ ଜମିବାଡିକୁ କେନ୍ଦ୍ର କରି ଭାଇ ଓ ଭଉଣୀକୋର୍ଟ ଚାଲାଣ

ଜମିବାଡିକୁ କେନ୍ଦ୍ର କରି ଭାଇ ଓ ଭଉଣୀକୋର୍ଟ ଚାଲାଣ

484

ଯାଜପୁର୨୧ା୩ (ଓଡିଆପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ଗୋଳେଇପୁର ପଞ୍ଚାୟତର ସୋତି ଗ୍ରାମର ପୈତୃକ ସମ୍ପତିକୁ କେନ୍ଦ୍ର କରି ଭାଇ ଓ ଭଉଣୀଙ୍କ ମଧ୍ୟରେ ମାରପିଟ ମାମଲାରେ ୨ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରକାଶଯେ ସୋତି ଗ୍ରାମର ବନମାଳୀ ଦାଶଙ୍କ ପୁଅ ଶିବବ୍ରତ ଓ ତାର ବିବାହିତ ଭଉଣୀ ପାର୍ବତୀ ପଣ୍ଡାଙ୍କ ମଧ୍ୟରେ ଘରବାଡିକୁ କେନ୍ଦ୍ର କରି ମାରପିଟ ହୋଇଥିଲା । ଏନେଇ ଉଭୟ ପାଣିକୋଇଲି ଥାନାରେ ଅଭିଯୋଗ କରିଥିଲେ । ତଦନ୍ତାଧିକାରୀ ଏଏସଆଇ ଅଭୟ କୁମାର ନାୟକ ଏହି ମାମଲାର ତଦନ୍ତ କରି ପାର୍ବତୀ ପଣ୍ଡା ଓ ପୂର୍ଣ୍ଣିମା ଦାସଙ୍କ ଅଭିଯୋଗନୁଯାୟୀ ଦୁଇଟି ମାମଲା ୬୯/୨୦ ଓ ୭୦/୨୦ ରୁଜ୍ଜୁ କରିଥିଲେ । ପାର୍ବତୀଙ୍କ ଅଭିଯୋଗରେ ଶିବବ୍ରତକୁ ଓ ପୂର୍ଣ୍ଣିମାଙ୍କ ଅଭିଯୋଗରେ ପାବର୍ତିଙ୍କୁ ଗିରଫ କରାଯାଇ ଆଜି ଦଫା ୨୯୪, ୩୨୩, ୫୦୬, ୩୪ ଆଇପିସିରେ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୁଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.