Home ଜିଲ୍ଲା ପରିକ୍ରମା ଜମିଜମାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ପୁଣି ସଂଘର୍ଷ, ୧୩ ଆହତ, ୨ଗିରଫ

ଜମିଜମାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ପୁଣି ସଂଘର୍ଷ, ୧୩ ଆହତ, ୨ଗିରଫ

53

ଭଦ୍ରକ, ୧୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ଥାନା ଗୁଆମାଳ ପଞ୍ଚାୟତ ଅଧୀନ ମୋଡ଼ସାହି ଗ୍ରାମର ଜମିଜମାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ସୋମବାର ପୁଣି ସଂଘର୍ଷ ଉପୁଜି ଉଭୟ ପକ୍ଷରୁ ୧୩ଜଣ ଆହତ ହୋଇ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପୁଲିସ ଏହି ଘଟଣାରେ ୨୮୭ ଓ ୨୮୮/୨୩ରେ ଦୁଇଟି ପୃଥକ ମକଦ୍ଦମା ରୁଜୁ କରି ଉଭୟ ପକ୍ଷରୁ ୨ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ଦୁଇଜଣ ହେଉଛନ୍ତି ରଘୁନାଥ ପୃଷ୍ଟି ଓ ସଂଜୟ ପୃଷ୍ଟି । ପ୍ରକାଶ ଯେ, ମୋଡ଼ସାହି ଗ୍ରାମର ବାସନ୍ତୀଲତା ପୃଷ୍ଟି ଓ ସତ୍ୟଭାମା ପୃଷ୍ଟିଙ୍କ ପରିବାର ମଧ୍ୟରେ ଜମିଜମାକୁ କେନ୍ଦ୍ର କରି ରବିବାର ସକାଳେ ଗଣ୍ଡଗୋଳ ଉପୁଜିଥିଲା । ଏହି ଗଣ୍ଡଗୋଳରେ ଉଭୟ ପକ୍ଷର ୬ଜଣ ଆହତ ହୋଇଥିଲେ । ସୋମବାର ଦିନ ପୁଣି ସେହି ଦୁଇ ପରିବାରଙ୍କ ମଧ୍ୟରେ ଆକ୍ଷେପ ଓ ପ୍ରତିଆକ୍ଷେପକୁ ନେଇ ସଂଘର୍ଷ ଉପୁଜିବା ପରେ ଉଭୟ ପକ୍ଷରୁ ପୁଣି ଥାନାରେ ୨ଟି ଏତଲା ହୋଇଥିଲା । ଏହି ଏତଲା ମୂଳେ ପୁଲିସ ୨୯୨ ଓ ୨୯୩/୨୩ରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛି । ସୋମବାର ସଂଘର୍ଷରେ ଆହତ ବ୍ୟକ୍ତିମାନେ ହେଲେ ଗୋଟିଏ ପରିବାରର ନୃସିଂହ ପୃଷ୍ଟି, ଶରତ ପୃଷ୍ଟି, ନାରାୟଣ ପୃଷ୍ଟି, କନକଲତା ପୃଷ୍ଟି, ସତ୍ୟଭାମା ପୃଷ୍ଟି, କଞ୍ଚନ ପୃଷ୍ଟି, ସାବିତ୍ରୀ ପୃଷ୍ଟି ଓ ତୁଳସୀଲତା ସାହୁ ଏବଂ ଅନ୍ୟ ପରିବାରର ବ୍ରଜକିଶୋର ପୃଷ୍ଟି, କୁଞ୍ଜବିହାରୀ ପୃଷ୍ଟି, ରାଜକିଶୋର ପୃଷ୍ଟି, ଭଂଜକିଶୋର ପୃଷ୍ଟି ଓ ସଂଜୟ ପୃଷ୍ଟି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.