Home ଓଡ଼ିଶା ଜବରଦଖଲକାରୀ ସାବଧାନ ; ଜିଲ୍ଲାପ୍ରଶାସନ ଉଛେଦ ନିମନ୍ତେ ପ୍ରକ୍ରୀୟା ଆରମ୍ଭ କଲା

ଜବରଦଖଲକାରୀ ସାବଧାନ ; ଜିଲ୍ଲାପ୍ରଶାସନ ଉଛେଦ ନିମନ୍ତେ ପ୍ରକ୍ରୀୟା ଆରମ୍ଭ କଲା

92

କୋରାପୁଟ ; ତା୦୧-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ସହରରେ ସରକାରୀ ଜମି ଜବରଦଖଲକାରୀ ଏବେଠାରୁ ସାବଧାନ ହୋଇଯାଆନ୍ତୁ କାରଣ ଜିଲ୍ଲା ପ୍ରଶାସନ ଉଛେଦ ନିମନ୍ତେ ଆଜିଠାରୁ ପ୍ରକ୍ରୀୟା ଆରମ୍ଭ କରିଦେଇଛି।କୋରାପୁଟ ସହରର ସର୍କିଟହାଉସ ର ଉଭୟପାର୍ଶ,  ହାଉସିଂବୋର୍ଡ କଲୋନୀର ପଛଭାଗ,  ବନଭାରତୀ କଲୋନୀ,  ôରଥଶର୍ମା କଲୋନୀ,  ପରଜାସାହି ଏପରି ଅନେକ ସରକାରୀ ଜମି ଏବେ ଜବରଦଖଲକାରୀଙ୍କ କବଜାରେ ରହିଯାଇଥିବାରୁ କୋରାପୁଟ ଜିଲ୍ଲା ପ୍ରଶାସନ ଆଜି ରଥଶର୍ମା କଲୋନୀଠାରୁ ଉଛେଦ ପ୍ରକ୍ରୀୟା ଆରମ୍ଭ କରିଦେଇଛି।କୋରାପୁଟ ତହସିଲଦାର ନେହେରୁ ମାଝିକଂ ନେତୃତ୍ୟରେ ଅତିରିକ୍ତ ତହସିଲଦାର ସସ୍ମିତା ଜେନା,  ଆରଆଇ ଦୁଯ୍ୟୋଧନ ନାୟକ,  ଆର.ପ୍ରଭାକର ରାଓ,  ନକ୍ଷତ୍ରମାଳା ପାଣିଗ୍ରାହୀ,  ଅନ୍ୟାନ୍ୟ ତହସିଲ କର୍ମଚାରୀ ଏବଂ ପୋଲିସ ଫୋର୍ସ ସହଯୋଗରେ ଉଛେଦ କରିଥିଲେ।

ସରକାରୀ ଜମିକୁ ଜବରଦଖଲ କରି ଗୃହ ନିର୍ମାଣ କରି ଘରଭଡା ଦିଆଯାଉଥିବା କୋରାପୁଟରେ ହିଁ ଦେଖିବାକୁ ମିଳୁଛି ବୋଲି କୋରାପୁଟ ତହସିଲଦାର ନେହେରୁ ମାଝି ସୂଚନା ଦେଇଥିଲେ।ଜବରଦଖଲକାରୀଙ୍କୁ ସୂଚନା ଦିଆଯାଇଥିଲେ ସୁଦ୍ଧା ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରିବାରୁ ଋଥଶର୍ମା କଲୋନୀରେ ନିର୍ମାଣଧିନ ୧୦ ଟି ଘରକୁ ଭଙ୍ଗା ଯାଇଥିଲା ବୋଲି ତହସିଲଦାର ଶ୍ରୀ ମାଝି ପ୍ରକାଶ କରିବା ସହ ଆଗକୁ ସହରରେ ଉଛେଦ ଶେଷ ହେବା ପର୍ଯ୍ୟନ୍ତ ଏହି ପ୍ରକ୍ରୀୟା ଚାଲୁ ରହିବ ସେ ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.