Home କୋରାପୁଟ ଓଡିଶା ଗାଁ ସାଥି ସଂଘର ସାମ୍ବାଦିକ ସମ୍ମିଳନୀ

ଓଡିଶା ଗାଁ ସାଥି ସଂଘର ସାମ୍ବାଦିକ ସମ୍ମିଳନୀ

239

କୋରାପୁଟ ; ତା୦୧-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ସ୍ଥାନୀୟ ଦକ୍ଷତାବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହଠାରେ ଓଡିଶା ଗାଁ ସାଥି ସଂଘ ଏକ ସାମ୍ବାଦିକ ସମ୍ମିଳନୀ କରି ସେମାନଙ୍କ ରହିଥିବା ଦାବି ଉପସ୍ଥାପନା କରିଥିଲେ।ସଂଘର ରାଜ୍ୟ ସାଧାରଣ ସଂପାଦକ ଲକ୍ଷ୍ମିଧର ବିଶ୍ୱାଲକଂ ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀରେ ରାଜ୍ୟ ସଂଗଠକ ପ୍ରତାପ ମଲ୍ଲିକ, ପ୍ରଶାନ୍ତ ବାରିକ, ରାମକୃଷ୍ମ ହରିଜନ, ବନମାଳି ହିକକା, ସହଦେବ କୈାଶଳା, ନବରଙ୍ଗପୁର ଜିଲ୍ଲା ମହିଳା ମୁଖ୍ୟ ବିମଳା ସମରତ, ରାୟଗଡା ଜିଲ୍ଲା ମହିଳା ମୁଖ୍ୟ ପ୍ରତିମା ପୂଜାରୀ, ମାଲକାନଗିରି ଜିଲ୍ଲା ମହିଳା ମୁଖ୍ୟ ଦନାଇ ଭତ୍ରା, କୋରାପୁଟ ଜିଲ୍ଲା ମହିଳା ମୁଖ୍ୟ ତୁଲାବତୀ ପୂଜାରୀ, ମାଲକାନଗିରି ଜିଲ୍ଲା ସଂଯୋଜକ ବଳ ନାୟକ, ରାୟଗଡା ଜିଲ୍ଲା ସଂଯୋଜକ ତ୍ରୀନାଥ ବୁମିଆ, ନବରଙ୍ଗପୁର ଜିଲ୍ଲା ସଂଯୋଜକ କର୍ଣ୍ଣ ଗାଦବା, କୋରାପୁଟ ଜିଲ୍ଲା ସଂଯୋଜକ ରାମଚନ୍ଦ୍ର ଗାଦବା ପ୍ରମୁଖ ଯୋଗଦେଇଥିଲେ।ଗାଁ ସାଥିମାନଙ୍କ ସମସ୍ୟାକୁ ନେଇ ପ୍ରଥମେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ନିବେଦନ କରାଯାଇଥିଲା କିନ୍ତୁ ସେ କୈାଣସି ସମାଧାନ କଲେ ନାହିଁ ଓ ତା ପରେ ବିରୋଧିଦଳ ନେତାମାନେ ପ୍ରତିଶୃତି ଦେଇଥିଲେ କିନ୍ତୁ ସେମାନେ ମଧ୍ୟ ସମଧାନ ନ କରିବାରୁ ରାଜ୍ୟ ସରକାରଙ୍କ ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ପ୍ରତିଶୃତି ଦେଇଛନ୍ତି ବୋଲି ରାଜ୍ୟ ସଂଘର ସାଧାରଣ ସଂପାଦକ ଲକ୍ଷ୍ମିଧର ବିଶ୍ୱାଲ ସୂଚନା ଦେଇଥିଲେ।ରାଜ୍ୟ ସରକାର ଅବିଭକ୍ତ କୋରାପୁଟ ଜିଲ୍ଲାରେ କେତେ ଗାଁ ସାଥି କାର୍ଯ୍ୟ କରୁଛନ୍ତି ତାହାର ହିସାବ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ତଥ୍ୟ ମାଗିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ସଂପୂକ୍ତ ଜିଲ୍ଲାପାଳମାନେ ତଥ୍ୟ ଦେଇ ନ ଥିବା ସେ ଅଭିଯୋଗ କରିଥିଲେ।ଅବିଭକ୍ତ କୋରାପୁଟ ଜିଲ୍ଲାରେ ଗାଁ ସାଥିମାନଙ୍କୁ ଅଣଦେଖା କରାଯାଉଥିବାରୁ ସେମାନଙ୍କୁ ନ୍ୟାୟ ପ୍ରଦାନ ଓ ୬ ହଜାର ଟଙ୍କାରୁ ଉର୍ଦ୍ଧ ପ୍ରୋତ୍ସାହାନ ରାଶି ପ୍ରଦାନ କରିବା ପ୍ରମୁଖ ଦାବି ରହିଥିବା ଶ୍ରୀ ବିଶ୍ୱାଲ ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.