Home ଓଡ଼ିଶା ଜଟଣୀ ତିରିମହଲ ପଂଚାୟତରେ ଯୁବ କଂଗ୍ରେସ ପକ୍ଷରୁ ରିଲିଫ ବଂଟନ

ଜଟଣୀ ତିରିମହଲ ପଂଚାୟତରେ ଯୁବ କଂଗ୍ରେସ ପକ୍ଷରୁ ରିଲିଫ ବଂଟନ

65

ଭୁବନେଶ୍ୱର ୯-୯ (ଓଡ଼ିଆ ପୁଅ) – ଆଜି ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସର ପୂର୍ବତନ ସଭାପତି ଶ୍ରୀ ସଂକୁନା କହଁରଙ୍କ ନେତୃତ୍ୱରେ ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବନ୍ୟା ପ୍ରପୀଡିତ ତିରିମହଲ ପଂଚାୟତର ବିଭିନ୍ନ ଗ୍ରାମର ଲୋକମାନଙ୍କୁ ରିଲିଫ ବଂଟନ କରିଥିଲେ। ପ୍ରକାଶଥାଉକି ଶ୍ରୀ କହଁର ଲକ୍‌ଡାଉନ୍ ଆରମ୍ଭ ହେବାର ପ୍ରଥମ ଦିନରୁ ଆଜି ପର୍ଯ୍ୟନ୍ତ ଗରିବ ଓ ଅସହାୟ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଓ ରନ୍ଧାଖାଦ୍ୟ ସମେତ ସାନିଟାଇଜର, ମାସ୍କ ପ୍ରଭୃତି ବାଂଟି ଆସୁଛନ୍ତି। ବିଗତ ଦିନରେ ଲଗାତର ତିନିଦିନ ଧରି ବନ୍ୟା ପାଣି ଘେରରେ ଥିବା କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର କାଟଣା ପଂଚାୟତ, ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଓ ବାଲିଅନ୍ତାର ବିଭିନ୍ନ ପଂଚାୟତରେ ରିଲିଫ୍ ବଂଟନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଯୋଗଦେଇ ରିଲିଫ ବଂଟନ କରିବା ସହିତ ବନ୍ୟା କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ। ଏହି ପ୍ରରୀପେକ୍ଷିରେ ଶ୍ରୀ ରାଉତରାୟ କହିଥିଲେ ଯେ ବନ୍ୟାରେ ଚାଷଜମି ଉଜୁଡି ଯିବା ସହିତ ଫସଲ ନଷ୍ଟ ହୋଇଯାଇଛି। ଧାନବିଲରେ ବାଲିଚରିଯିବା ସହ ପଟୁମାଡ଼ିଯିବା ଫଳରେ ଫସଲ ସଂପୂର୍ଣ୍ଣ ଉଜୁଡ଼ି ପଡ଼ିଛି। ଚାଷୀ ହିଡ଼ମୁଣ୍ଡରେ କାନ୍ଦୁଛି। ବହୁତଘର ଭୁଷୁଡ଼ି ପଡ଼ିଛି। ରାସ୍ତା ନଷ୍ଟ ହୋଇଯିବା ସହ ପୋଲ ଭାଙ୍ଗିଯାଇଛି। ବିଭିନ୍ନ ସ୍ଥାନରେ ସାଧାରଣ ଲୋକଙ୍କ ପାଖରେ ଏପର୍ଯ୍ୟନ୍ତ ସରକାରୀ ରିଲିଫ ପଂହଚିପାରି ନାହିଁ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ, ଅଖିଳ ଭାରତ ଯୁବ କଂଗ୍ରେସ ସଂପାଦକ ରିୟା ଜନ୍‌ସାରୀ, ଜଟଣୀର ପୂର୍ବତନ ମ୍ୟୁନିସିପାଲିଟି ଚେୟାରମ୍ୟାନ ସଂଗ୍ରାମ କେଶରୀ ରାଉତରାୟ, କ୍ୟାପ୍‌ଟେନ୍ ମନ୍ମଥ ରାଉତରାୟ, ନଳିନୀକାନ୍ତ ନାୟକ, ବିଶ୍ୱରଂଜନ ଦାସ, ମୁନି ଥାପା, ସୌମ୍ୟଜିତ୍ ମିଶ୍ର, ଅଖିଳେଶ ଯାଦବ, ଜୟକୃଷ୍ଣ ମଲିଆ, ଜ୍ଞାନରଂଜନ ରାଉତଙ୍କ ସମେତ ତିରିମହଲର ସରପଂଚ, ସମିତିସଭ୍ୟ ଓ ୱାର୍ଡମେମ୍ବରମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.