Home ଓଡ଼ିଶା ଅନୁଭବ ସଂସଦର ଗାରିମା ନଷ୍ଟ କରିଛନ୍ତି – କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

ଅନୁଭବ ସଂସଦର ଗାରିମା ନଷ୍ଟ କରିଛନ୍ତି – କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

118

ଭୁବନେଶ୍ୱର ତା ୭-୯ (ଓଡ଼ିଆ ପୁଅ) – ବିଭିନ୍ନ ସମୟରେ କେତେବେଳେ ସାମ୍ବାଦିକମାନଙ୍କୁ ର୍ଦୁବ୍ୟବହାର ତ କେତେବେଳେ ମହିଳାମାନଙ୍କୁ ଅସଦାଚରଣ ତ ଆଉ କେତେବେଳେ ରାଜନୈତିକ ସଭାରେ ଆପତିଜନକ ମନ୍ତବ୍ୟ ଦେଉଥିବା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ସରକାର ସୁରକ୍ଷା ଦେଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। କେବଳ ସେତିକି ନୁହେଁ ତାଙ୍କ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ଜାଲିଆତି ଅଭିଯୋଗ ଆସିବା ପରେ ସେ ନିଜେ ଏହାକୁ ପରୋକ୍ଷରେ ସ୍ୱୀକାର କରିଥିଲେ। କିନ୍ତୁ ଏବେ ତାଙ୍କ ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ସୂଚନା ଅଧିକାର ଆଇନ୍ ବଳରେ ନୂଆ ତଥ୍ୟ ସାମ୍‌ନାକୁ ଆସିବା ପରେ ତାହା ଓଡିଶାବାସୀଙ୍କୁ ଅତ୍ୟନ୍ତ ଆଶ୍ଚର୍ଯ୍ୟ କରିଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ପ୍ରକାଶ କରିଛନ୍ତି। ପ୍ରକାଶଥାଉକି ଗତ ଫେବୃଆରୀ ୩ ତାରିଖରେ ପ୍ରଦେଶ କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ସମୟରେ ନାମାଙ୍କନ ପତ୍ର ଦାଖଲ ସମୟରେ ସାଂସଦ ଶିକ୍ଷାଗତ୍ୟ ଯୋଗ୍ୟତା ସଂପର୍କରେ ଯେଉଁ ତଥ୍ୟ ଦେଇଥିଲେ ତାହା ଜାଲ୍ ବୋଲି କହିଥିବା ସହିତ ସୂଚନା ଅଧିକାର ବଳରେ ଆସିଥିବା ତଥ୍ୟ ଆଧାରରେ ସାଂସଦ ଏବେ କନ୍ଦରପୁର କଲେଜର +୩ ବର୍ଷର ଛାତ୍ର ବୋଲି କଂଗ୍ରେସ କହିଥିଲା। କିନ୍ତୁ ଆଜି ସାଂସଦଙ୍କ ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ନୂଆତଥ୍ୟ ସାମ୍‌ନାକୁ ଆଣିଛି କଂଗ୍ରେସ। ସୂଚନା ଅଧିକାର ଆଇନ୍ ବଳରେ ଖ୍ରୀଷ୍ଟ ମହାବିଦ୍ୟାଳୟ ଠାରୁ ମିଳିଥିବା ତଥ୍ୟ ଆଧାରରେ ୨୦୦୦ ମସିହାରେ ସାଂସଦ ଅନୁଭବ ମହାନ୍ତି +୨ ପରୀକ୍ଷା ଦେଇ ଫେଲ ହୋଇଛନ୍ତି ଏବଂ ବର୍ତମାନ ତାଙ୍କ ସହଧର୍ମିଣୀଙ୍କର ସଂଗୀନ ଅଭିଯୋଗ ଆସିବା ପରେ କଂଗ୍ରେସ ସିଧାସଳଖ ଭାବେ ବିଜେଡି ଏବଂ ସାଂସଦ ଅନୁଭବଙ୍କୁ ଟାର୍ଗେଟ କରି କହିଛି ଯେ ବିଜୁ ଜନତା ଦଳ ‘ମା’କୁ ସମ୍ମାନ’ ନାଁରେ କୁମ୍ଭୀର କାନ୍ଦଣା କାନ୍ଦୁଥିବା ସ୍ଥଳେ ଖୋଦ୍ ସେହି ଦଳର ସାଂସଦ ବିଗତ ଦିନରେ ବାରମ୍ବାର ତାଙ୍କ ଔଦ୍ଧତ୍ୟର ପ୍ରମାଣ ଦେଇଥିବା ବେଳେ ଏବେ ତାଙ୍କ ପତ୍ନୀଙ୍କ ପାଖରେ ଏହି ଔଦ୍ଧତ୍ୟର ପ୍ରତିପାଦିତ କରିଛନ୍ତି ବୋଲି କଂଗ୍ରେସ କହିଛି। ଏଣୁ ସ୍ୱଚ୍ଛ ଶାସନର ଡିଣ୍ଡିମ ପିଟୁଥିବା ବିଜେଡି ସରକାର ଯଦି ସ୍ୱଚ୍ଛତାକୁ ସାଧାରଣ ସମ୍ମାନ ଥାଏ, ତେବେ ସାଂସଦ ଅନୁଭବ ମହାନ୍ତିଙ୍କ ବିରୁଦ୍ଧରେ ସରକାର ନିଜଆଡୁ ଆଇନ୍‌ଗତ ପଦକ୍ଷେପ ନେବା ସହିତ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ବାବୁ ତାଙ୍କ ବିରୁଦ୍ଧରେ ରାଜନୈତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଜ୍ଞାନଦେବ ବେଉରା, ଜିନେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.