Home ଓଡ଼ିଶା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦୃଷ୍ଟି ଦେବେ କି ? କାଗଜପତ୍ରରେ କୋଟି, କୋଟି ଟଙ୍କାର...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦୃଷ୍ଟି ଦେବେ କି ? କାଗଜପତ୍ରରେ କୋଟି, କୋଟି ଟଙ୍କାର ବନୀକରଣ : ତତଲାଗଡ଼ ହେଲା ଦ୍ଵିତୀୟ କାଶ୍ମୀର ଦାରିଙ୍ଗିବାଡି ?

162

ବଲାଙ୍ଗୀର ୧୬-୧୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସବ୍ଡିଭିନ କୁ ଓ ଏହି ଟିଟିଲାଗଡ଼ ରୁ ଅତୀତରେ ୫୦ ଡିଗ୍ରୀ ତାପମାତ୍ରା ରେକର୍ଡ ଅତୀତ ରେ କରାଯିବା ସାରା ବିଶ୍ୱରେ ଚହଳ ସୃଷ୍ଟି କରିଥିଲା। ବିଶ୍ୱ ସ୍ତରରେ ଏହି ସମସ୍ୟା ସମାଧାନ ପାଇଁ ଉକ୍ତ ମସିହାରେ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରି କେନ୍ଦ୍ର ସରକାର ଙ୍କ ଜରୀଆରେ ଅନୁମୋଦିତ ଅର୍ଥ ଓଡ଼ିଶା ସରକାର ଙ୍କୁ ପ୍ରଦାନ କରାଯାଇଥିଲା। ବଲାଙ୍ଗୀର ଜିଲ୍ଲାର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ବନୀକରଣ ଧାର୍ଯ୍ୟ କରାଯାଇଥିବା ଓ କେନ୍ଦ୍ରୀୟ ପ୍ରତିନିଧି ଅନୁମୋଦନ ପ୍ରଦାନ କରିଥିଲେ। ହେଲେ ଦୁଃଖ ଓ ଅତ୍ୟନ୍ତ ଲଜ୍ଜା ର ବିଷୟ ସେ ସବୁ ଯୋଜନା କେବଳ କାଗଜ ପତ୍ର ରେ ସମ୍ପୁର୍ଣ୍ଣ ସଠିକ ଭାବରେ ହୋଇଛି, ଏପରିକି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଏହି ତତଲ।ଗଡ଼ ଏବେ କାଶ୍ମୀର ପରି ଦାରିଙ୍ଗିବାଡିରେ ପରିଣତ ଆଉ ମାତ୍ର ଦୁଇ, ତିନି ବର୍ଷ ରେ ହୋଇଯିବ ବୋଲି ଉଲ୍ଲେଖ କରିଛନ୍ତି। ସେହିପରି ପରି ପୂର୍ବତନ ରେଞ୍ଜଅଧିକାରୀ ସୁଶୀଲ ତ୍ରିପାଠୀ ଙ୍କ ସମୟ ର କିଛି ଫଟୋକୁ ଦେଇ ସମ୍ପୂର୍ଣ୍ଣ ବନୀକରଣ ହେବା ଦର୍ଶାଇ ଏପରି ୪୩ ଟି ଲଣ୍ଡା ପାହାଡ଼ ବୃକ୍ଷ, ଲତା ରେ ପୂର୍ଣ୍ଣ ହୋଇଛି ବୋଲି ଜଣା ଯାଇଛି। ହେଲେ ଏହି କୁମୁଡା ପାହାଡ଼ ର ଅବସ୍ଥା ଅନୁମେୟ। ଏକ ଆର.ଟି. ଆଇ ସୂଚନା ଜରିଆରେ ଏହି ସବୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦୁର୍ନୀତି ଯୁକ୍ତ ତଥ୍ୟ ଜଣାପଡ଼ିଥିବା ବେଳେ ନା ନା ଆଳରେ ଆହୁରି ଅନେକ ତଥ୍ୟ ପ୍ରଦାନ ରେ ବିଳମ୍ବ କରୁଥିବା ନେଇ ଜନସେବା ସଙ୍ଘ ଅଭିଯୋଗ ରାଜ୍ୟ ସୂଚନା ଅଧିକାରୀ ଙ୍କ ନିକଟରେ ପତ୍ର ସଂଖ୍ୟା ୧୩/୨୦୧୯. ତା୧୨.୧୧.୧୯ରିଖ ରେ କରିଛି। ସୂଚନାଯୋଗ୍ୟ ଯେ, ଏହି ଜିଲ୍ଲା ମୁରିବାହାଲ ରେଞ୍ଜରେ ୮୦ହେକ୍ଟର ଜଙ୍ଗଲ ଜମିରେ ବନୀକରଣ କରାଯାଇ ଥିବା ଦର୍ଶାଇ କେବଳ ଏକ ସୂଚନା ଫଳକଟେ କରି ଦେଇ ଆସି ଲକ୍ଷ ଟଙ୍କାର ବ୍ୟୟ ବରାଦ କରେଇ କାଗଜପତ୍ରରେ ସବୁ ସମାପନ କରିଛନ୍ତି। ହେଲେ ଉକ୍ତ ଜଙ୍ଗଲ ଜମି ଜଣ ପ୍ରତି ଦୁଇ /ତିନି ହଜାର ଟଙ୍କା ଲେଖାଏଁ ଆଦାୟ କରି ବିକ୍ରି ଖୋଲା, ଖୋଲି ଚାଲିଛି। ସବୁ ଗ୍ରାମ ଲୋକେ ପୋଡ଼ୁ ଚାଷ କରି କୋଇଲା ବିକ୍ରି କରି ଚାଷ ଜମି କରିବା ତଥା ବ୍ୟବସାୟୀ ଇଟା ଭାଟି କରିବା ଚାଲିଛି। ମୁରିବାହଲ ରେଞ୍ଜ ଅଧିକାରୀଙ୍କୁ ଏ ନେଇ ପ୍ରଶ୍ନ କରିବାରୁ ସରକାରଙ୍କୁ ରିପୋର୍ଟ ତ ଦେବାକୁ ପଡିବ, ଆମେ ଗୋଟେ ଗଛ ରୋପଣ ନ କଲେ କଣ ହେଲା ଚାକିରୀ କରିଛୁ, ଯାହା ଗଛ ଲଗେଇଲେ ବି ଲୋକ କଟିବେ, ନ ଲଗେଇଲେ ବି ଯାହା ଅଛି କାଟିବ, ଲୋକ ସଂଖ୍ୟା ବଢୁଛି। ଆପଣ ଘରେ ଆସି ସାକ୍ଷାତ କରନ୍ତୁ ମୁଁ ସବୁ ବୁଝିଵି, କହି ଅର୍ଥ ପ୍ରଲୋଭନ ଦେଇଥିଲେ। ଯାହାର କଲ ରେକର୍ଡ ବି ଅଛି। ଜଣେ ଅଧିକାରୀ ଙ୍କ ଏପରି କଥା ରୁ କିପରି ଆମ ସରକାର ସ୍ୱଚ୍ଛ ଅନୁମେୟ। ଏ ଦିଗରେ ତୁରନ୍ତ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦୃଷ୍ଟି ଦେବାକୁ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଜନସେବା ସଙ୍ଘ ଲିଖିତ ଅଭିଯୋଗ ପତ୍ର ମାନ ପ୍ରେରଣ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.