Home ଜିଲ୍ଲା ପରିକ୍ରମା ଜଗୁସାଗର ପୋଖରୀ ହୁଡ଼ାରେ ବେଆଇନ୍ ଘର ନିର୍ମାଣ ଓ ମୂଲ୍ୟବାନ ଗଛକୁ ନେଉଛନ୍ତି ଜବରଦଖଲକାରୀ, ନିଦ...

ଜଗୁସାଗର ପୋଖରୀ ହୁଡ଼ାରେ ବେଆଇନ୍ ଘର ନିର୍ମାଣ ଓ ମୂଲ୍ୟବାନ ଗଛକୁ ନେଉଛନ୍ତି ଜବରଦଖଲକାରୀ, ନିଦ ଭାଙ୍ଗୁନି ମତ୍ସ୍ୟ ବିଭାଗର

48

ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବିଜ୍ଞାପିତ ଅଂଚଳର ସଦର ମହକୁମାରେ ଏକ ଐତିହାସିକ ଜଗୁସାଗର ପୋଖରୀ କେଉଁ କାଳରୁ ରହିଥିଲେ ମଧ୍ୟ ଧିରେ ଧିରେ ତାହା ପୋତିହେବାକୁ ବସିଲାଣି ଏବଂ ପୋଖରୀ ହୁଡ଼ାର ବିଭିନ୍ନ ପାଶ୍ୱର୍ରେ ଜବରଦଖଲକାରୀ ମାନେ ବେଆଇନ୍ ଘର କରି ନିଜ କବଜାରେ ରଖିଲେଣି । ଆଧୁନିକ ଯୁଗରେ ସଭିଏଁ ଭୂତଳ ଜଳର ବ୍ୟବହାର କରୁଥିବାବେଳେ ଏହି ଐତିହାସିକ ପୋଖରୀ ଭଳି ଅନେକ ପୋଖରୀ ଧିରେ ଧିରେ ତା’ର ଅସ୍ଥିତ୍ୱ ହରାଉଛନ୍ତି । ସୂଚନା ଥାଉକି ଧାମନଗର ଜଗୁସାଗର ପୋଖରୀ ଜବରଦଖଲ କାରୀଙ୍କ କବଜା ହେତୁ ତା’ର ସତ୍ତା ହରାଇ ବସିଛି । ୧୬ଏକର ପରିମିତ ଏହି ବିଶାଳ ପୋଖରୀର ଆଡ଼ିର ୮୦ଶତକଡ଼ା ଜବର ଦଖଲ ହୋଇଥିବାବେଳେ ବାକିଥିବା ୭ଏକର ପୋତିହୋଇ ପଡ଼ିଛି । ଏହି ପୋଖରୀର ସ୍ଥିତି ପୁନରୁଦ୍ଧାର ସହ ଲୁପ୍ତ କଳେବର ଫେରିପାଇଲେ ଯାଜପୁର କୁସୁମା ପୋଖରୀ ଭଳି ସହରର ସୌନ୍ଦର୍ଯ୍ୟ କରଣ ବୃଦ୍ଧି ସହ ଏହି ଐତିହାସିକ କୀର୍ତିରାଜୀ ପୁନର୍ଜିବିତ ହୋଇପାରନ୍ତା । ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ନିର୍ବାଚିତ ପରେ ପ୍ରଥମ ଧାମନଗର ଗ୍ରସ୍ତ ସମୟରେ ବହୁ ବଦ୍ଧିଜୀବୀ ଏହି ପୋଖରୀର ପୁନରୁଦ୍ଧାର ସହ ଜବରଦଖଲ ଉଚ୍ଛେଦ ପାଇଁ ଦାବି କରିଥିଲେ । ପରବର୍ତି ସମୟରେ ସାଂସଦଙ୍କ ଯୋଗାଯୋଗ ଓ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର ପରେ ତତ୍କଳୀନ ଜିଲ୍ଳାପାଳ ଜ୍ଞାନ ଦାସ ଦୁଇ ଦୁଇ ଥର ଏଠାକୁ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ । ମାତ୍ର ପରେ ଏ ଦିଗରେ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇନଥିବାରୁ ପୁଣି ଧିରେ ଧିରେ ଜବରଦଖଲ କାରୀମାନେ ସେମାନଙ୍କର କାୟା ବିସ୍ତାର କରିଚାଲିଲେ ।

ଦୁଇଦିନ ତଳେ ଏହି ପୋଖରୀ ହୁଡ଼ାରୁ ଲକ୍ଷାଧିକ ଟଙ୍କାର ବିଶାଳ ଗଛକୁ ଜବରଦଖଲକାରୀ କାଟି ବିକ୍ରି କରୁଥିବାବେଳେ ଧାମନଗର ବନଅଧିକାରୀ ଉକ୍ତ କଟାଯାଇଥିବା ଗଛକୁ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରିଥିଲେ । ସୂଚନା ଥାଉକି ଉକ୍ତ ଜଗୁସାଗରପୋଖରୀ ଜିଲ୍ଳା ମତ୍ସ୍ୟ ଅଧିକାରୀଙ୍କ ଅଧିନରେ ଥିବାରୁ ବ୍ଲକ ମସ୍ୟ ଅଧିକାରୀ ଗଛ କାଟିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଧାମନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ସମୟରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି ସେହି ପୋଖରୀ ହୁଡ଼ାରେ ଜୈନିକ ଔଷଧ ବ୍ୟବସାୟ ପ୍ରାୟ ୨ଟି ବଡ଼ଗଛ କାଟି ସେଠାରେ ପକାଇଥିବାର ମତ୍ସବିଭାଗ ଅଧିକାରୀ ରଂଜନ ଗିରୀ ଦେଖିଥିଲେ । ସେ ସମ୍ପର୍କରେ ଜିଲ୍ଳା ଅଧିକାରୀଙ୍କ ସହିତ ଆଲୋଚନା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବବୋଲି ଶ୍ରୀ ଗିରୀ କହିଥିଲେ । ସୁଚନା ଥାଉକି ୨ଦିନ ତଳେ ଜଣେ ଗଛକାଟି ଗାଡ଼ିରେ ବୋହିନେଉଥିବାବେଳେ ସେହି ସ୍ଥାନର କିଛି ଦୂରରେ ଅନ୍ୟଜଣେ ବ୍ୟକ୍ତି ଗଛକାଟି କାଠଗଣ୍ଡିଗୁଡ଼ିକ ପ୍ରାୟ ୩ମାସ ଧରି ସେଠାରେ ରଖିଥିବାବେଳେ କିପରି ଭାବେର ବିଭାଗୀୟ ଅଧିକାରୀ କିମ୍ବା ପ୍ରଶାସନର ନଜର ପଡ଼ିଲା ନାହିଁ । ଏ ନେଇ ସ୍ଥାନୀୟ ପ୍ରଶାସନ ଉପରେ ଅଙ୍ଗୁଳି ନିର୍ଦ୍ଦେଶ ହେଉଛି । ଯଦି ବିଭାଗୀୟ ମତ୍ସ୍ୟବିଭାଗ ଅଧିକାରୀ ବାରମ୍ବାର ଏ ଦୀଗରେ ଦୃଷ୍ଟି ଦିଅନ୍ତେ ଜବରଦଖଲ କାରୀମାନେ ନିଶ୍ଚିତ ଭାବରେ ସେଠାରୁ ହଟନ୍ତେ । ହେେଏ ସବୁଜାଣି ବିଭାଗୀୟ ଅଧିକାରୀ ନିଦାବିଷ୍ଣୁ ସାଜିଛି । ଏଣୁ ପ୍ରଶାସନ ଏହି ଐତିହାସିକ ପୋଖରୀର ଜବରଦଖଲ କାରୀଙ୍କ କବଳରୁ ଉଦ୍ଧାର କରି ପୋଖରୀର ସୀମା ନିର୍ଦ୍ଧାରଣ କରି ଜବରଦଖଲ ଉଚ୍ଛେଦ କରିବା ସହିତ ଜବରଦଖଲ କାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ପକ୍ଷରୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.