Home ଅନୁଗୁଳ ଜଗନ୍ନାଥ କ୍ଷେତ୍ର ନୋଡାଲ୍ ଜିଏମ୍ ଙ୍କ ସହ ଆଲୋଚନା କଲେ ଏମସିଏଲ୍ ଆମ୍ବୁଲାନସ୍ ଡିଭିଜନ୍ ର...

ଜଗନ୍ନାଥ କ୍ଷେତ୍ର ନୋଡାଲ୍ ଜିଏମ୍ ଙ୍କ ସହ ଆଲୋଚନା କଲେ ଏମସିଏଲ୍ ଆମ୍ବୁଲାନସ୍ ଡିଭିଜନ୍ ର କାର୍ଯ୍ୟକର୍ତା

147

ତାଳଚେର,୮/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରସ୍ଥିତ ଏମସିଏଲ୍ ଜଗନ୍ନାଥ କ୍ଷେତ୍ରର ନୂତନ ନୋଡାଲ୍ ଜିଏମ୍ ଭାବେ ଅଶୋକ କୁମାର ଧଳ ଯୋଗ ଦେଇଛନ୍ତି । ଏହି ଅବସରରେ ଏମସିଏଲ୍ ଆମ୍ବୁଲାନସ୍ ଡିଭିଜନ୍ ପକ୍ଷରୁ ଶ୍ରୀ ଧଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ ଓ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏମସିଏଲ୍ ଡିଭିଜନ୍ କମାଣ୍ଡର ଦିନବନ୍ଧୁ ପ୍ରଧାନଙ୍କ ନେତୃତ୍ୱରେ ଜିଏମ୍ ଙ୍କ କାର୍ଯ୍ୟାଳୟରେ ଶ୍ରୀ ଧଳଙ୍କୁ ସାକ୍ଷାତ କରାଯିବା ସହିତ ଅନୁଷ୍ଠାନ ବିଷୟରେ ଆଲୋଚନା କରିଥିଲେ । ସୂଚନାଯୋଗ୍ୟ ଶ୍ରୀ ଧଳ ନୋଡାଲ୍ ଜିଏମ୍ ଭାବରେ ଏମସିଏଲ୍ ଆମ୍ବୁଲାନସ୍ ଡିଭିଜନ୍ ର ଅଧ୍ୟକ୍ଷ ଅଟନ୍ତି । ଏହି ଆଲୋଚନା ବେଳେ ଜଗନ୍ନାଥ ଏରିଆ ସେଫ୍ଟି ଅଫିସର ଚିତରଞ୍ଜନ ଦାସ ଓ ପ୍ରୋଜେକ୍ଟ ପ୍ଲାନିଂ ଅଧିକାରୀ ଦିନେଶ କୁମାର ମାଲି ମଧ୍ୟ ଉପସ୍ଥିତ ଥିଲେ । ନୂତନ ଜିଏମ୍ ଶ୍ରୀ ଧଳ ଜଣେ ମେଳାପୀ, ସ୍ପଷ୍ଟବାଦୀ, ବିଚକ୍ଷଣ, ସୁଦକ୍ଷ, ସହାନୁଭୂତି ସଂପନ୍ନ ଓ ନୀତିବାନ୍ ଅଧିକାରୀ ଭାବେ ପରିଚିତ ଅଟନ୍ତି । ତାଙ୍କ ମାର୍ଗଦର୍ଶନରେ ଏମ୍‌.ସି.ଏଲ୍‌. ସହିତ ସାରା ଓଡ଼ିଶାରେ ବିଭିନ୍ନ ପ୍ରକାର ଅସୁବିଧା ଯଥା- ଦୁର୍ଘଟଣା, ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟ,ଭୂମିକମ୍ପ,ବାତ୍ୟା,ବନ୍ୟା,ଗଣଦୌଡ,ସାଧାରଣ ସଭା,ପ୍ରଦର୍ଶନୀ,ମେଳା,ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ,ସ୍ୱେଚ୍ଛାକୃତ ରକ୍ତଦାନ    ଶିବିର ପ୍ରଭୃତି ସେଂଟ୍ ଜନସ୍ ଆମ୍ବୁଲାନସ୍ ଗାଇଡ୍ ଲାଇନ୍ ଅନୁସାରେ ସମସ୍ୟା ବହୁ ମାତ୍ରାରେ ସମାଧାନ ହେବା ସହିତ ସମାଜ ଉପକୃତ ହୋଇପାରିବ ବୋଲି ଏମସିଏଲ୍ ଆମ୍ବୁଲାନସ୍ ଡିଭିଜନ୍ ପକ୍ଷରୁ ମତପ୍ରକାଶ ପାଇଛି । ଏହି ସାକ୍ଷାତ ଆଲୋଚନାବେଳେ ଅନୁଷ୍ଠାନର ବ୍ରିଗେଡ୍ ସଦସ୍ୟ ପୃଥିରାଜ ଭଞ୍ଜ,ହିଂମାଶୁ ପ୍ରଧାନ,ଅଜୟ ପାଢ଼ୀ,ଅରବିନ୍ଦ ପ୍ରଧାନ, ଭୋଳେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.