Home ଜିଲ୍ଲା ପରିକ୍ରମା ଜଗନ୍ନାଥଙ୍କ ନବଯୌବନ ବେଶ

ଜଗନ୍ନାଥଙ୍କ ନବଯୌବନ ବେଶ

373

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାର ପ୍ରମୁଖ ରଥଯାତ୍ରା ଆଗରପଡ଼ାରେ ଅନୁଷ୍ଠିତ ହୋଇଥାଏ । ମାତ୍ର କୋଭିଡ଼ କଟକଣା ଯୋଗୁଁ ଏହାର ପାଳନ ଉପରେ ରୋକ୍ ଲାଗିଥିଲେ ସୁଦ୍ଧା ଜଗନ୍ନାଥଙ୍କ ନବଯୌବନ ବେଶ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ସ୍ନାନ ପୂର୍ଣ୍ଣିମା ଠାରୁ ଅଣସରରେ ଥିବା ଦାରୁ ବିଗ୍ରହମାନଙ୍କର ଶନିବାର ନେତ୍ର ଉତ୍ସବ ଓ ନବଯୌବନ ନୀତି ସଂପନ୍ନ ହୋଇଛି । ମଙ୍ଗଳଆରତୀ, ମଇଲମ, ଅବକାଶ, ବନ୍ଦାପନା, ରୋଷହୋମ, ସୂର୍ଯ୍ୟପୂଜା,ଗୋପାଳବଲ୍ଲଭ,ସକାଳଧୂପ ଆଦି ନୀତି ସଂପନ୍ନ କରାଯାଇଛି । ବିନା ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଏହି ନୀତିକାର୍ଯ୍ୟ ଚାଲିଥିଲା । ମନ୍ଦିର ମୁଖ୍ୟ କିଶୋରୀମୋହନ ସିଂହ ଓ ମୁଖ୍ୟ ପରିଚାଳକ ସୁପ୍ରିମ୍‌କୋର୍ଟ ଆଡ଼ଭୋକେଟ ଜଗତମୋହନ ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୁଖ୍ୟ ପୂଜକ ଗୋପାଳ ସାମନ୍ତରାୟ ପ୍ରମୁଖଙ୍କ ଦ୍ୱାରା ରୀତିନୀତି କାର୍ଯ୍ୟ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.