Home ଜିଲ୍ଲା ପରିକ୍ରମା କେନାଲ ଓ ଜଳନିଷ୍କାସନ ପଥ ଅବରୋଧମୁକ୍ତ ପାଇଁ ଦାବି

କେନାଲ ଓ ଜଳନିଷ୍କାସନ ପଥ ଅବରୋଧମୁକ୍ତ ପାଇଁ ଦାବି

37

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ୧୬ ନଂ ଜାତୀୟ ରାଜପଥର ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖ କୋଳିପଦି ମାଇନର କେନାଲ ଓ ଜଳନିଷ୍କାସନ ପଥ ଜାତୀୟ ରାଜପଥ ସମ୍ପ୍ରସାରଣ ଦ୍ୱାରା ଅବରୋଧ ହୋଇଛି । ଗ୍ରାମ୍ୟ ବ୍ୟାଙ୍କ ଠାରୁ ପୁରାତନ ଜେ.ଏନ. ସ୍କୁଲ ପର୍ଯ୍ୟନ୍ତ ପ୍ରାୟ ଦୁଇଶହ ମିଟର ଉପରେ ରାଜପଥ ପ୍ରାଧିକରଣ ପକ୍ଷରୁ ଠିକାସଂସ୍ଥା ଡିବିଏଲ କମ୍ପାନୀ ରାସ୍ତା ନିର୍ମାଣ କରିଛି । ଫଳରେ ଏହି ବାଟ ଦେଇ ନିଷ୍କାସିତ ଜଳ ଓ କେନାଲ ଅଂଶ ରାସ୍ତାରେ ପରିଣତ ହୋଇଛି । ଆଖୁଆପଦା ଆନିକଟରୁ ବାହାରିଥିବା ୩ନଂ ହାଇଲେବୁଲ କେନାଲରେ ଆଜି ଜଳ ଛଡାଯାଇଛି । ହାଇଲେବୁଲ କେନାଲର ହାରାମଣୀ ହାଇସ୍କୁଲ ନିକଟରୁ କୋଳିପଦି ମାଇନର କେନାଲ ବାହାରି ଭଣ୍ଡାରିପୋଖରୀ ବଜାର ଦେଇ କୋଳିପଦିକୁ ଲମ୍ବିଛି । ମାତ୍ର ଏହି କେନାଲର ପ୍ରାୟ ଦୁଇଶହ ମିଟର ଅଂଶ ଉପରେ ରାଜପଥ ସର୍ଭିସ ରୋଡ ନିର୍ମାଣ କରାଯାଇଛି । ଏହା ଦ୍ୱାରା କେନାଲରେ ଜଳସେଚନ ବାଧାପ୍ରାପ୍ତ ହେବା ସହ ଜଳନିଷ୍କାସନ ପଥ ମଧ୍ୟ ଅବରୋଧ ହୋଇଛି । ଆଜି କେନାଲରେ ଜଳ ପ୍ରବାହିତ ହୋଇ ସଂପୃକ୍ତ ସ୍ଥାନରେ ଅଟକିବା ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ମା ପଦ୍ମଲୋଚନୀ ପାଣିପଞ୍ଚାୟତ ସଭାପତି ଅଖିଳ ବିହାରୀ ସାହୁ, ସମ୍ପାଦକ ଲକ୍ଷ୍ମୀକାନ୍ତ ସାହୁ, କୋଷାଧ୍ୟକ୍ଷ ପ୍ରଫୁଲ୍ଲ ମହାପାତ୍ର ପ୍ରମୁଖ ଏହାର ପ୍ରତିବାଦ କରି ଜଳନିଷ୍କାସନ ଓ କେନାଲ ଜଳପ୍ରବାହ ସ୍ୱାଭାବିକ କରିବାକୁ ଦାବି କରିଥିଲେ । ରାଜପଥ ନିର୍ମାଣକାରୀ ସଂସ୍ଥା ଡିବିଏଲ ପକ୍ଷରୁ ଏ.ଶର୍ମା ଏହି କେନାଲକୁ ଅନ୍ୟତ୍ର ଉଠାଇନେବାକୁ ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଗତ ମାର୍ଚ୍ଚ ମାସ୨୩ ତାରିଖରେ ପତ୍ର ମାଧ୍ୟମରେ ଅନୁରୋଧ କରାଯାଇଥିଲା ବୋଲି ଦର୍ଶାଇଥିଲେ । ରାଜପଥ ସମ୍ପସାରଣ ପାଇଁ ଆବଶ୍ୟକ ଜମି ପରିସରରେ ଏହି କେନାଲ ଆସୁଥିବାରୁ ଏହା ଉପରେ ନିର୍ମାଣ ବ୍ୟତୀତ ଅନ୍ୟ ଉପାୟ ନଥିଲା ବୋଲି ପ୍ରକାଶ କରଥôତଲେ । ଜଳସମ୍ପଦ ବିଭାଗ ସ୍ଥାନୀୟ କନିଷ୍ଠ ଯନ୍ତ୍ରୀ କୈଳାସ ଚନ୍ଦ୍ର ସାହୁ ଏହି ସମସ୍ୟା ସମ୍ପର୍କରେ ନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନା କରି ନିଷ୍ପତ୍ତି ଜଣାଇବେ ବୋଲି ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.