Home ଓଡ଼ିଶା ଜଗତର ନାଥ ଜଗନ୍ନାଥ ଅସୁସ୍ଥ

ଜଗତର ନାଥ ଜଗନ୍ନାଥ ଅସୁସ୍ଥ

458

ପୁରୀ, ୬/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ବିଶ୍ୱାସ କରନ୍ତୁ ବା ନକରନ୍ତୁ ଜଗତର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ ଗତକାଲି ସ୍ନାନ ମଣ୍ଡପରେ ୧୦୮ ଗରା ସ୍ନାନ କରିବା ପରେ ଜ୍ୱର ରେ ପୀଡିତ ହେଇଛନ୍ତି। ଗତକାଲି ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତି ସ୍ନାନ କରିବା ପରେ ଅସୁସ୍ଥ ହୋଇ ଅନବସର ଘରେ ରହିଛନ୍ତି। ମହାପ୍ରଭୁ ସ୍ନାନ ମଣ୍ଡପରେ ହାତୀ ବେଶ ହେବା ପରେ ଅନ୍ୟାନ୍ୟ ନୀତି ବଢିବା ପରେ ଚତୁର୍ଦ୍ଧାମୂର୍ତି ଙ୍କୁ ଗୋଟି ପହଣ୍ଡିରେ ସ୍ନାନ ମଣ୍ଡପ ରୁ ନିଆଯାଇ ଅନବସର ପିଣ୍ଡି ରେ ବିଜେ କରାଯାଇଥିଲା।ଚଳିତ ବର୍ଷ ଶ୍ରୀ ଜିଉ ମାନେ ଅନବସର ଘରେ ୧୫ ଦିନ ରହିବେ। ଏହି ସମୟରେ ପଟ୍ଟି ଦିଅଁ ପୁଜା ପାଇବେ। ପ୍ରତ୍ୟହ ଦିଅଁ ଙ୍କର ସମସ୍ତ ନୀତି ଓ ଅବଡା ଭୋଗ ପଟ୍ଟି ଦିଅଁ ଙ୍କ ନିକଟରେ କରାଯିବ। ଗତକାଲି ପହଣ୍ଡି ବିଜେ ହୋଇ ଅନବସର ଘରେ ରହିବା ପରେ ଏହି ଅବସରରେ ଶ୍ରୀ ଜିଉ ଙ୍କର ଗୁପ୍ତ ଉପଚାର ଚାଲିଛି। ତେବେ ଦୈତାପତି ସେବକମାନେ ଶ୍ରୀ ଜିଉ ଙ୍କର ଏହି ଗୁପ୍ତ ସେବା କରୁଛନ୍ତି। ଆଜି ଦୈତାପତି ମାନେ ଶ୍ରୀ ଜିଉ ଙ୍କର ପରିଧାନ ଓଦା ବସ୍ତ୍ର କୁ ଓଲାଗି କରିବାର ବିଧି ଥିବା ବେଳେ ଅଣସର ସମୟରେ ଶ୍ରୀ ଜିଉଙ୍କୁ ଶେତବସ୍ତ୍ର ପରିଧାନ କରିବାର ବିଧି ରହିଛି। ଅଣସର ସମୟରେ ଶ୍ରୀ ଜିଉ ଙ୍କୁ ତୁଳସୀ ଲାଗି କରାନଯାଇ ଧଳା ଫୁଲ ଲାଗି କରାଯାଇଥାଏ। ସେହିଭଳି ଗତକାଲି ଶ୍ରୀ ଜିଉ ଙ୍କର ବାହୁଡା ପହଣ୍ଡି ପରେ ବିଳମ୍ବିତ ରାତିରେ ଶ୍ରୀ ମନ୍ଦିର କୁ ବିଜେ କରିଛନ୍ତି ପଟ୍ଟିଦିଅଁ। ଘଂଟ ଘଂଟା ଛତି କାହାଳୀ ପଟୁଆରରେ ବିଜେ କଲେ ଦିଅଁ। ପ୍ରଭୁ ବଳଭଦ୍ର ଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ଦେବୀ ସୁଭଦ୍ରା ଙ୍କ ସ୍ଥାନରେ ମାଆ ଭୁବନେଶ୍ୱରୀ ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ସ୍ଥାନରେ ନାରାୟଣ ପୁଜା ପାଉଛନ୍ତି। ଆଜି ଠାରୁ ଅଣସର ୧୫ ଦିନ ପାଇଁ ପୁଜା ପାଇବେ ପଟ୍ଟିଦିଅଁ। ଚଳିତ ବର୍ଷ ମହାପ୍ରଭୁ ୧୫ ଦିନ ଅନବସର ଘରେ ରହିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.