Home ଓଡ଼ିଶା ଅଲାରନାଥ ଅନବସର ବେଶରେ ଦର୍ଶନ ଦେଉଛନ୍ତି

ଅଲାରନାଥ ଅନବସର ବେଶରେ ଦର୍ଶନ ଦେଉଛନ୍ତି

283

ପୁରୀ, ୬/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଜଗତର ନାଥ ଜଗନ୍ନାଥ ଅତ୍ୟଧିକ ସ୍ନାନ କରିବା ଯୋଗୁଁ ଅସୁସ୍ଥ ହୋଇ ଅନବସର ଘରେ ଅଛନ୍ତି। ଏହି ସମୟରେ ଭକ୍ତ ଶ୍ରୀ ମନ୍ଦିର ରେ ମହାପ୍ରଭୁଙ୍କ ଦର୍ଶନ ରୁ ବଂଚିତ ହୋଇଥାନ୍ତି। ଏଠାରୁ ୨୦ କି.ମି ଦୂରରେ ଥିବା ବ୍ରହ୍ମଗିରି ର ଅଲାରନାଥ ଙ୍କୁ ଦର୍ଶନ କରି ସମଦର୍ଶନର ପୁନ୍ୟ ପାଇଥାନ୍ତି। ୧୫୧୦ ମସିହାରେ ଚୈତନ୍ୟ ମହାପ୍ରଭୁ ଶ୍ରୀ ମନ୍ଦିର ପ୍ରଭୁ ଙ୍କୁ ଦର୍ଶନ ପାଇବା ପାଇଁ ଶ୍ରୀ ମନ୍ଦିରକୁ ଆସିଥିଲେ। ପ୍ରଭୁ ଅନବସର ରେ ରହିଥିବା ଯୋଗୁଁ ଦର୍ଶନ ନପାଇ ମନ ଦୁଖରେ ସମୁଦ୍ର ରେ ଝାସ ଦେବା ପାଇଁ ଯାଉଥିଲେ।ଏହି ସମୟରେ ଭକ୍ତର ଭଗବାନ ଜଗନ୍ନାଥ ତାଙ୍କୁ ନିର୍ଦେଶ ଦେଲେ ତୁ ଏଠାରେ ମତେ ଯେପରି ଦର୍ଶନ କରିଥାନ୍ତୁ ସେହିଭଳି ଦର୍ଶନ ବ୍ରହ୍ମଗିରି ର ଅଲାରନାଥ ଙ୍କୁ ଦର୍ଶନ କଲେ ମୋ ଦର୍ଶନ ପାଇପରିବୁ।ସେହିଦିନ ଠାରୁ ଅଦ୍ୟାବଧି ଅନବସର ସମୟରେ ବ୍ରହ୍ମଗିରି ର ଅଲାରନାଥ ମନ୍ଦିରରେ ୧୫ ଦିନ ପର୍ଯ୍ୟନ୍ତ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଲାଗିଥାଏ। ଚଳିତ ବର୍ଷ ମହାମାରୀ କରୋନା ଲାଗିଥିବା ଯୋଗୁଁ କୋଭିଡ୍‌-୧୯ ଆଇନ ଅନୁଯାୟୀ କୌଣସି ଦେବାଦେବୀ ମନ୍ଦିର ରେ ଭକ୍ତମାନେ ଦର୍ଶନ କରିବାକୁ ବାରଣ କରାଯାଇଛି। ସେହି ଦୃଷ୍ଟି ରୁ ଆଜି ଭୋର ୪ଟାରେ ଅଲାରନାଥ ମନ୍ଦିରର ଦୁଆର ଖୋଲିଥିଲା ଓ ପରମ୍ପରା ନୀତି ଅନୁଯାୟୀ ଆଳତୀ ସହ ସମସ୍ତ ନୀତି କରାଯାଇଥିଲା। ସୀମୀତ ସେବାୟତ ଙ୍କ ଭିତରେ ସମସ୍ତ ନୀତି କାନ୍ତି ଚାଲିଛି। ଏହି ସମୟରେ ଅଲାରନାଥଙ୍କର ପ୍ରସିଦ୍ଧ ଖୀରି ଭୋଗ ପାଇବା ପାଇଁ ଭକ୍ତମାନେ ବର୍ଷ ସାରା ଅପେକ୍ଷା କରି ରହିଥାନ୍ତି। ବିଧି ର ବିଧାନ କିନ୍ତୁ ଅଲଗା। କରୋନା ଯୋଗୁଁ ଭକ୍ତମାନେ ଅଲାରନାଥଙ୍କୁ ଦର୍ଶନ କରିବାରେ ବଂଚିତ ହେବା ସହ ଖୀରି ଭୋଗ ମଧ୍ୟ ପାଇପାରିନଥିଲେ। ଏହି ସମୟରେ ଅଲାରନାଥ ମନ୍ଦିର ରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଲାଗି ରହିଥାଏ। ମନ୍ଦିର ଏବଂ ତା ଚତୁପାର୍ଶ୍ୱ ଜନ ଗହଳି ରେ ପୂର୍ଣ୍ଣ ହୋଇଥାଏ। ହେଲେ ଆଜି ମନ୍ଦିର ପରିସର ଓ ତାର ଚତୁପାର୍ଶ୍ୱ ଖାଁ ଖାଁ ଲାଗୁଛି। ମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯାଇଛି। ଏବଂ ମନ୍ଦିର ନିକଟରେ ବ୍ୟାରିକେଡ୍ ମଧ୍ୟ କରାଯାଇଛି। ମନ୍ଦିର ର ପୁଜାପଣ୍ଡା ନିଯୋଗର ସଂପାଦକ ନାରାୟଣ ପୁଜାପଣ୍ଡା ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି ଯେ, ଏପରି ଦୃଶ୍ୟ କେଭେ ଆମେ ଦେଖିନଥିଲୁ। ସମସ୍ତ ସେବାୟତ ମାନେ ଏହି ୧୫ ଦିନରେ ଯେଉଁ ଅର୍ଥ ପାଇଥାନ୍ତି ତାହା ସେମାନଙ୍କର ବର୍ଷକର ଖର୍ଚ୍ଚ ଚଳିଯାଏ। ଆଜି ସେ ଗହଳି ଚହଳି ନାହିଁ ଭକ୍ତ ନାହାନ୍ତି କୋଳାହଳ କିମ୍ବା ହରିବୋଲ ମଧ୍ୟ ଶୁଭୁ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.