Home ଓଡ଼ିଶା ଜଗତପୁର -ଚାନ୍ଦବାଲି ରାସ୍ତାର ପଥରକଣି ନିକଟରେ ସାଢେ ୬ ଲକ୍ଷ ଲୁଟ ଅଭିଯୋଗ

ଜଗତପୁର -ଚାନ୍ଦବାଲି ରାସ୍ତାର ପଥରକଣି ନିକଟରେ ସାଢେ ୬ ଲକ୍ଷ ଲୁଟ ଅଭିଯୋଗ

109

କେନ୍ଦ୍ରାପଡା ୭/୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଜଗତପୁର – ଚାନ୍ଦବାଲି ରାସ୍ତାର ପଥରକଣି ନିକଟରେ ଗୁରୁବାର ଅପରାହ୍ନରେ ଜଣେ ବ୍ୟବସାୟୀଙ୍କ ନିକଟରୁ ସାଢେ ୬ଲକ୍ଷ ଟଙ୍କା ଲୁଟ ହୋଇଥିବା ନିକିରାଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ମଢିଆଳ ଗ୍ରାମର ସୁଦାମ ସାହୁଙ୍କର ବିଭିନ୍ନ କମ୍ପାନୀର ଏଜେନ୍ସି ନେଇଥିବା ବେଳେ ଆଜି ତାଙ୍କ ପୁଅ ପଟ୍ଟାମୁଣ୍ଡାଇରୁ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ ଜିନିଷ ଦେଇ ସେଠାରୁ ପେମେଂଟ ନେଇ ଜଗତପୁର – ଚାନ୍ଦବାଲି ରାସ୍ତାରେ ଅପରାହ୍ନ ପ୍ରାୟ ସାଢେ୨ଟା ସମୟରେ ଘରକୁ ଫେରୁଥିଲେ। ସେହି ରାସ୍ତାର ପଥରକଣୀ ଠାରେ ତାଙ୍କୁ ୩ଜଣ ଦୁର୍ବୁତ ଭୁଜାଲି ଦେଖାଇ ତାଙ୍କ ଠାରୁ ସାଢେ୬ଲକ୍ଷ ଟଙ୍କା ଲୁଟ କରିନେଇଥିବା ସେ ନିକିରାଇ ଥାନାରେ ଅଭିଯୋଗ କରିଛନ୍ତି। ନିକିରାଇ ଥାନା ପୋଲିସ ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ କାବୁଲି ବାରିକ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.