Home ଓଡ଼ିଶା ଛାତ୍ର ମୃତ୍ୟୁକୁ ନେଇ ମିଶନ କଂପାଉଣ୍ଡ ଛକରେ ରାସ୍ତାରୋକ

ଛାତ୍ର ମୃତ୍ୟୁକୁ ନେଇ ମିଶନ କଂପାଉଣ୍ଡ ଛକରେ ରାସ୍ତାରୋକ

307

କୋରାପୁଟ ୨୭-୦୪ (ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନିକଟ ରାଜପଥରେ ରାସ୍ତା ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁକୁ ନେଇ ମିଶନ କଂପାଉଣ୍ଡଠାରେ ବାସିନ୍ଦା ଓ ପରିବାରଲୋକ ରାସ୍ତାରୋକ କରିଥିବାରୁ ଉତେଜନା ପ୍ରକାଶ ପାଇଥିବା ବେଳେ କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର,  କୋରାପୁଟ ପୋଲିସ ଉପଖଣ୍ଡ ଅଧିକାରୀ ଜଗନ୍ନାଥ ରାଓ,  କୋରାପୁଟ ଟାଉନଥାନା ଭାରପ୍ରାପ୍ତ ନିରୀକ୍ଷକ ବାସୁଦେବ ଛତ୍ରୀ ପ୍ରମୁଖ ଘଟଣାସ୍ଥଳରେ ପହଂଚି ଆଲୋଚନା କରୁଥିବା ନଜର କରାଯାଇଛି।ମିଶନ କଂପାଉଣ୍ଡର ପ୍ରେମଚାନ୍ଦ ଖୋସଲା ଗତକାଲି ରାତ୍ରିରେ ନିଜ ମଟରସାଇକେଲ ଯୋଗେ କୋରାପୁଟରୁ ସୁନାବେଡା ଆଡେ ଯାଉଥିବା ବେଳେ ସେପଟୁ ଏକ କାର ଆସୁଥିଲା।ଜାତୀୟ ରାଜପଥରେ ଥିବା ଏକ ଗର୍ତକୁ କାରଟି ନ ଯାଇ ବାମ ପଟେ ଆସିଥିବାରୁ ମଟରସାଇକେଲ ସହ ଧକ୍କା ଦେଇଥିଲା।ପୋଲିସ ଆହତ ଦ୍ୱୟଙ୍କୁ କୋରାପୁଟ ମେଡିକାଲରେ ଭର୍ତି କରିଥିଲେ।ମେଡିକାଲରେ ପ୍ରେମଚାନ୍ଦର ମୃତ୍ୟୁ ହୋଇଯାଇଥିଲା।କାରର ଦ୍ରାଇଭରକୁ ପୋଲିସ ଗିରଫ କରିଥିବା ବେଳେ କ୍ଷତି ପୂରଣ ଦାବିରେ କାର ମାଲିକ ଦେଢ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ ବୋଲି ପୋଲିସ କହୁଥିବା ବେଳେ ପରିବାର ଓ ବାସିନ୍ଦାମାନେ ଅପାରହ୍ନ ୪ ଘ.ରେ ରାସ୍ତାରୋକ ଆରମ୍ଭ କରିଦେଇଥିଲେ।ପୋଲିସ ୧ ଘ.ପରେ ଘଟଣାସ୍ଥଳରେ ପହଂଚି ଆନ୍ଦୋଳନକାରୀମାନଙ୍କ ସଫଳ ହୋଇ ନ ଥିଲେ।ଏହାପରେ କୋରାପୁଟ ତହସିଲଦାର ନେହେରୁ ମାଝି ଓ ଉପଜିଲ୍ଲାପାଳ ଲଲିତ କୁମାର କହଁର ପହଂଚି ଆଲୋଚନା କରିଥିଲେ ସୁଦ୍ଧା ଜାତୀୟ ରାଜପଥ କର୍ତୂପକ୍ଷଙ୍କୁ ଡାକିବା ପରେ ଆଲୋଚନା ହେବ ବୋଲି ଗ୍ରାମବାସୀ ଜିଦ ଧରିଥିଲେ।ମୃତଦେହ ସଂଧ୍ୟା ରେ ଆସି ଘଟଣାସ୍ଥଳରେ ପହଂଚିବାପରେ ମୃତଦେହକୁ ଘଟଣାସ୍ଥଳରେ ରଖି ଶହ ଶହ ମହିଳା ଜାତୀୟ ରାଜପଥ କର୍ତୂପକ୍ଷ ଆସିଲେ ହିଁ ଆଲୋଚନା ହେବ ବୋଲି ଜିଦ ଧରିଛନ୍ତି।ଖବର ଲେଖାବେଳକୁ ରାସ୍ତାରୋକ ହଟି ନ ଥିଲା ବୋଲି ଜଣାପଡିଛି।ରାସ୍ତାରୋକ ଦ୍ୱାରା ଅସଂଖ୍ୟ ଟ୍ରକ ଓ ବସ ରାସ୍ତାରେ ଅଟକି ରହିଥିବା ବେଳେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହୋଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.