Home ଓଡ଼ିଶା ଅପରିଚିତ ବୃଦ୍ଧଙ୍କ ମୃତ୍ୟୁ, ଅଂଶୁଘାତ ସନ୍ଦେହ

ଅପରିଚିତ ବୃଦ୍ଧଙ୍କ ମୃତ୍ୟୁ, ଅଂଶୁଘାତ ସନ୍ଦେହ

361

କୋରାପୁଟ ୨୭-୦୪-୧୯ (ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲା କୋଷାଗାର ସମୁଖରେ ଜଣେ ଅପରିଚିତ ବୃଦ୍ଧଙ୍କ ମୃତଦେହ ଦେଖିବାକୁ ମିଳିଛି। ଶନିବାର ସକାଳ ୧୦ଟା ବେଳେ ବୃଦ୍ଧ ଜଣକ ବଂଚି ଥିବା ପ୍ରତ୍ୟକ୍ଷଦର୍ଶି କହୁଥିବାବେଳେ ୧୨ଟା ବେଳକୁ ସେ ଟ୍ରେଜେରୀ ସମୁଖ ୨୬ ନଂ ଜାତୀୟ ରାଜପଥ କଡରେ ପ୍ରାଣ ହରାଇଥିବା ଜଣା ପଡିଛି। ବସି ରହିବା ଅବସ୍ଥାରେହିଁ ବୃଦ୍ଧ ଜଣକ ପ୍ରାଣ ହରାଇଥିବାରୁ ମୃତ୍ୟୁ ପରେ ମଧ୍ୟ ତାଙ୍କ ଶରୀର ବସିବା ଭଳି ରହିଛି। ବୃଦ୍ଧ ଜଣକ ଅତ୍ୟନ୍ତ ଦୁର୍ବଳ ଓ ତାଙ୍କର ଡାହାଣ ହାତ ପ୍ଲାଷ୍ଟର୍ ହୋଇଥିବାରୁ ସେ କୌଣସି ଡାକ୍ତରଖାନାର ରୋଗୀ ବୋଲି ଆଶଙ୍କା କରା ଯାଉଥିବାବେଳେ ଅତ୍ୟଧିକ ଗରମ ଯୋଗୁଁ ଅଂଶୁଘାତରେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରା ଯାଉଛି। ଟାଉନ୍ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ପରେ ମୃତଦେହ କୋରାପୁଟ ଡାକ୍ତରଖାନାର ଶବ ବ୍ୟବଛେଦ ଗୃହରେ ରଖାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.