Home ଜିଲ୍ଲା ପରିକ୍ରମା ଛାତ୍ରଛାତ୍ରୀଙ୍କ ଫି’ ଛାଡ଼ ଦାବିରେ‘ଏବିଭିପି’ର ସ୍ମାରକପତ୍ର

ଛାତ୍ରଛାତ୍ରୀଙ୍କ ଫି’ ଛାଡ଼ ଦାବିରେ‘ଏବିଭିପି’ର ସ୍ମାରକପତ୍ର

44

ବାଲେଶ୍ୱର, ୨୩ା୧୨(ଓଡ଼ିଆ ପୁଅ/ଅଭୟ ଦାସ): କରୋନା ଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ୫୦ ପ୍ରତିଶତ ଫି’ ଛାଡ଼ ଦାବିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ବୁଧବାର ଦିଦ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏବିଭିପି ଫକୀର ମୋହନ କଲେଜ ଶାଖାର କର୍ମକର୍ତ୍ତା, ସଦସ୍ୟ ଓ ଛାତ୍ରଛାତ୍ରୀମାନେ କଲେଜ୍ ସମ୍ମୁଖ ପ୍ରତୀକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏବିଭିପି ଜିଲା ସଂଯୋଜକ ସାଇ ପ୍ରିତମ୍ ସେନାପତି, ବିଭାଗ ସହ-ସଂଯୋଜକ ରଜତ କୁମାର ପାତ୍ର, ନଗର ଉପ-ସଭାପତି ନେତାଜୀ ତାପସ କୁମାର ସାହୁ ପ୍ରମୁଖ ଏଥିରେ ଯୋଗଦେଇ କରୋନା ଯୋଗୁଁ ଭାରତ ସମେତ ବହୁ ବିକଶିତ ରାଷ୍ଟ୍ରଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଥିବା ବେଳେ ସାମାଜିକ ସ୍ତରରେ ବି ଏହି ଅବସ୍ଥା ଅନୁଭୁତ ହୋଇଛି ବୋଲି କହିଥିଲେ। ଏଭଳି ଅବସ୍ଥାରେ ଛାତ୍ରଛାତ୍ରୀଙ୍କ ବାର୍ଷିକ କୋର୍ସ ଫି ସମେତ ଅନ୍ୟାନ୍ୟ ଫି ଅର୍ଥର ୫୦ ପ୍ରତିଶତ ଛାଡ଼୍ କରିବାକୁ ସେମାନେ ଦାବି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୋହିତ୍ ପାଢ଼ୀ, ସତ୍ୟପ୍ରକାଶ ମାଝୀ, ଶତାବ୍ଦୀ ଦତ୍ତ, ସନ୍ତୋଷ ବେହେରାଙ୍କ ସମେତ ଜ୍ୟୋତିସ୍ପୃହା ରଣା, ମହେନ୍ଦ୍ର ପ୍ରତାପ ଜେନା, ପ୍ରାର୍ଥସାରଥୀ ଦାସ, ସୁମିତା ଭୂୟାଁ, ଶୁଭଲକ୍ଷ୍ମୀ ସନ୍ଦିବିଗ୍ରହ. ସତ୍ୟଜିତ୍ ପାଣି, ସନ୍ଦୀପ୍ତ ମହାକୁଡ଼, ମୁକ୍ତିକାନ୍ତ ବାରିକ, ସବ୍ୟସାଚୀ ନାୟକ ପ୍ରମୁଖ ଏଥରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.