Home ଓଡ଼ିଶା ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ନିୟମ ଆଣିବାକୁ ଯାଉଛି UGC

ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ନିୟମ ଆଣିବାକୁ ଯାଉଛି UGC

1096

ଭୁବନେଶ୍ଵର,୦୩/୦୯,(ଓଡ଼ିଆ ପୁଅ ପି ନାଏକ): UGC ପୁଣି ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି। ଯଦି ବର୍ତ୍ତମାନର କଥା ପଡ଼େ, ତେବେ ସ୍ନାତକ ପାଠ୍ୟକ୍ରମ ୩ ବର୍ଷ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମ ୨ ବର୍ଷର ରହିଛି। ହେଲେ ଏବେ ଏଥିରେ ପରବର୍ତ୍ତନ କରାଯିବ। ବିଶ୍ୱବିଦ୍ୟାଳୟଗୁଡ଼ିକର ୟୁଜି ପ୍ରୋଗ୍ରାମର ସମୟ ସୀମା ୩ ବର୍ଷରୁ ବଢ଼ି ୪ ବର୍ଷ ହେବାକୁ ଯାଉଛି। କହି ରଖୁଛୁ ଯେ ଏବେ ଏହି ଯୋଜନା ଉପରେ ବିଚାର ଚାଲିଛି।

ଯଦି ଏହାକୁ ମଞ୍ଜୁରି ମିଳେ, ତା’ହେଲେ ଛାତ୍ରୀଛାତ୍ର କୋର୍ସ ଶେଷ ପରେ ପିଏଚ୍‌ଡି ପାଇଁ ଆବେଦନ କରିପାରିବେ।ଛାତ୍ରୀଛାତ୍ରମାନଙ୍କୁ ପୋଷ୍ଟ ଗ୍ରାଜୁଏଟ୍‌ ହେବା ଜରୁରୀ ନୁହେଁ ବୋଲି କହିଛନ୍ତି UGC ଅଧ୍ୟକ୍ଷ ପ୍ରଫେସର ଡିପି ସିଂ। ଦେଶର ଶିକ୍ଷା ନୀତିରେ ବଡ଼ ପରିବର୍ତ୍ତନ ଆଣିବା ପାଇଁ UGC ଏଭଳି ଯୋଜନା ପ୍ରସ୍ତୁତ କରୁଛି। ଏଥିପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି ଏବଂ ଉକ୍ତ କମିଟି UGC କୁ ନିଜ ରିପୋର୍ଟ ଦେଇଛି।

୩୮ ଲକ୍ଷରୁ ଉର୍ଦ୍ଧ୍ୱ ପାଠକଙ୍କୁ ଧନ୍ୟବାଦ : ‘ଓଡ଼ିଆ ପୁଅ’ ପେଜ୍ ଭିଉଜ୍ ୫ ମିଲିୟନ୍ ଟପିଲା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.