Home ଜିଲ୍ଲା ପରିକ୍ରମା ଛାତି ଥରାଇଦେଲା କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା, ଭଦ୍ରକ ମେଡିକାଲରେ ଆହତଙ୍କୁ ଭେଟିଲେ ରାଜ୍ୟପାଳ ଓ କର୍ଣ୍ଣାଟକ...

ଛାତି ଥରାଇଦେଲା କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା, ଭଦ୍ରକ ମେଡିକାଲରେ ଆହତଙ୍କୁ ଭେଟିଲେ ରାଜ୍ୟପାଳ ଓ କର୍ଣ୍ଣାଟକ ରେଭିନ୍ୟୁ ମନ୍ତ୍ରୀ

176

ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ଶୁକ୍ରବାର ରାତି ଓଡ଼ିଶା ପାଇଁ ଥିଲା ଏକ କାଳ ରାତି । ଯାହା ବିଶ୍ୱବାସୀଙ୍କ ହୃଦୟକୁ ଦୋହଲାଇ ଦେଇଛି । ଏହି ଦୁର୍ଘଟଣାଟି ହେଉଛି ବାଲେଶ୍ୱର ଜିଲା ବାହାନଗା ଠାରେ କରମଣ୍ଡଳ ଏକ୍ସପ୍ରେସ୍‌-ମାଲବାହୀ ଟ୍ରେନ୍‌-ସାଲିମାର ଏକ୍ସପ୍ରେସ୍ ସିରିଜ୍ ଟ୍ରେନ୍ ଦୁର୍ଘଟଣା । ଏହା ଯେତିକି ଭୟଙ୍କର ଥିଲା, ସେତିକି ବି ହୃଦୟ ବିଦାରକ ଥିଲା । ଏହି ଟ୍ରେନ୍ ଦୁର୍ଘଟଣାରେ ଶହ ଶହ କୁଢ ଶବ ପଡିରହିଥିବାବେଳେ ହଜାରରୁ ଉର୍ଦ୍ଧ୍ୱ ଆହତଙ୍କୁ ବାଲେଶ୍ୱର, ସୋରୋ, ବାହାନଗା ଓ ଭଦ୍ରକ ମେଡିକାଲରେ ଚିକିତ୍ସା କରାଯାଉଛି । ଏବଂ ଗୁରୁତର ଆହତଙ୍କୁ କଟକ ମଧ୍ୟ ରେଫର କରାଯାଇଛି । ସରକାରୀ ସୂଚନା ଅନୁସାରେ ୨୮୮ ମୃତ୍ୟୁ ସଂଖ୍ୟା ଥିବାବେଳେ ହଜାରରୁ ଉର୍ଦ୍ଧ୍ୱ ଆହତ ରହିଛି । କିନ୍ତୁ ଏହା ବେସରକାରୀ ସ୍ତରରେ ପ୍ରାୟ ମୃତ୍ୟୁସଂଖ୍ୟା ହଜାର ଟପିଯିବ ବୋଲି ଜଣାପଡିଛି । ଏହି ଦୁର୍ଘଟଣାରେ ପ୍ରାୟ ଅଧିକାଂଶ ଶ୍ରମିକ ଶ୍ରେଣୀର ବ୍ୟକ୍ତିବିଶେଷ ରହିଥିବାର ସୂଚନା ମିଳିଛି । ଓଡ଼ିଶା ସମେତ ବିହାର, ତାମିଲନାଡୁ ପଶ୍ଚିମବଙ୍ଗ ଓ ଅନ୍ୟ ରାଜ୍ୟମାନଙ୍କର ଲୋକ ମଧ୍ୟ ରହିଛନ୍ତି । ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ରୁଷ, ବ୍ରିଟ୍ରେନ, ପାକିସ୍ତାନ, ଆଫଗାନିସ୍ତାନ, ତାଇୱାନ, କାନାଡା ସମେତ ଅନେକ ଦେଶ ଶୋକ ପ୍ରକାଶ କରିଛନ୍ତି । ଏବଂ ଭାରତର ରାଷ୍ଟ୍ରପତି ଦୌପଦୀ ମୁର୍ମୁ ମଧ୍ୟ ନିଜର ଶୋକ ପ୍ରକାଶ କରିଛନ୍ତି ।

ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ବହୁ ବଡ ବଡ ନେତା, ଉଚ୍ଚପଦସ୍ଥ ପୁଲିସ୍ ଅଧିକାରୀ, ଉଚ୍ଚପଦସ୍ଥ ରେଳ ବିଭାଗ ଅଧିକାରୀ ପହଞ୍ôଚ ସ୍ଥିତି ଅନୁଧ୍ୟାନ କରିବା ସହ ମେଡିକାଲରେ ଆହତମାନଙ୍କୁ ଭେଟି ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ଏବଂ ମୃତକ ପରିବାରକୁ ମଧ୍ୟ ସମବେଦନା ଜ୍ଞାପନ କରିଥିଲେ । ବାହାନଗା ଠାରେ ରେଳ ଦୁର୍ଘଟଣାରେ ଭଦ୍ରକ ଜିଲାର ୮ ଜଣଙ୍କର ମୃତ୍ୟୁ ଘଟିଥିବାର ବେସରକାରୀ ସୂତ୍ରରୁ ଜଣାପଡିଛି । ମୃତ ବ୍ୟକ୍ତିମାନେ ହେଲେ ଭଣ୍ଡାରିପୋଖରୀ ବ୍ଲକ୍ ମଂଜୁରୀରୋଡ୍ ଅଂଚଳର ରୂପକ ନାୟକ, ଭଦ୍ରକ ବ୍ଲକ୍ ସାବରଙ୍ଗ ଅଂଚଳର ରାଜେଶ କୁମାର ବଳ, ତିହିଡି ବ୍ଲକ କୁବେରା ଅଂଚଳର ହରିହର ସାହୁ, ଧାମନଗର ଅଂଚଳର ଆଲୋକ ନାୟକ, ଭଦ୍ରକ ପୌରାଞ୍ଚଳ ୯ନଂ ୱାର୍ଡର ମଣିସାହି ଗ୍ରାମର ନାରାୟଣ ଦାଶ । ତେବେ ପ୍ରଶାସନର ଦିନ ୨ଟା ବେଳର ସୂଚନା ଅନୁସାରେ ଦୁର୍ଘଟଣାରେ ଆହତ ହୋଇଥିବା ୮୬ ଜଣ ବ୍ୟକ୍ତିଙ୍କୁ ଭଦ୍ରକ ହସ୍‌ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ । ଏମାନଙ୍କ ମଧ୍ୟରୁ ୩ ଜଣ ମୃତ୍ୟୁବରଣ କରିଥିବାର ଡାକ୍ତର ଘୋଷଣା କରିଥିଲେ । ୪୦ ଜଣ ଚିକିତ୍ସାଧୀନ ଥିବାବେଳେ ୨୪ ଜଣଙ୍କୁ ଚିକିତ୍ସା ପରେ ଛାଡିଦିଆଯାଇଛି ।

ଗୁରୁତର ୨୨ ଜଣଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ଭଦ୍ରକ ମେଡିକାଲରେ ପହଞ୍ôଚ ଆହତ ବ୍ୟକ୍ତିମାନଙ୍କ ଚିକିତ୍ସା ସଂପର୍କରେ ସ୍ଥିତି ଅନୁଧ୍ୟାନ କରିଥିଲେ । ଚିକିତ୍ସାଧୀନ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ପଚରା ଉଚୁରା କରି ସାନ୍ତ୍ୱନା ପ୍ରଦାନ କରିଥିଲେ । ପରେ ସେ ଏକ ପ୍ରେସ୍ ବିବୃତ୍ତିରେ କହିଥିଲେ ସମସ୍ତଙ୍କ ଜୀବନ ଅମୂଲ୍ୟ ସଂପଦ । ଏବେ ଦୁର୍ଘଟଣାଗ୍ରସ୍ତ ଆହତ ବ୍ୟକ୍ତିମାନଙ୍କ ସେବା ଜରୁରୀ ହୋଇପଡିଛି । ଦୁର୍ଘଟଣାର ଖବର ପାଇ ଆହତ ବ୍ୟକ୍ତିମାନଙ୍କ ଚିକିତ୍ସା ପାଇଁ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ସହ ଗେଲପୁର ଠାରେ ନିର୍ମାଣ ଚାଲିଥିବା ନୂଆ ହସ୍‌ପିଟାଲ, ବାସୁଦେବପୁର ଓ ଅନ୍ୟାନ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଆହତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରିଥିଲେ । ଏଥିସହିତ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ । ଏବଂ ଜିଲାପାଳ ନିଜେ ରହି ଆହତ ବ୍ୟକ୍ତିମାନଙ୍କ ଚିକିତ୍ସା ତଦାରଖ କରିଥିଲେ । ଏଥିରେ ତାଙ୍କୁ ଅନ୍ୟ ପ୍ରଶାସନିକ ଅଧିକାରୀ ଓ ପୁଲିସ୍ ଅଧିକାରୀ ସହଯୋଗ କରିଥିଲେ । ଭଦ୍ରକ ମେଡିକାଲରେ କର୍ଣ୍ଣାଟକ ରେଭିନ୍ୟୁ ମନ୍ତ୍ରୀ ସନ୍ତୋଷ ଏସ୍ ଲାଡ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଭଦ୍ରକ ସାସଂଦ ମଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ପହଞ୍ôଚ ଆହତମାନଙ୍କ ସମସ୍ୟା ବୁଝିବା ସହ ସେମାନଙ୍କ ଆରୋଗ୍ୟ କାମନା କରିଥିଲେ । ଭଦ୍ରକ ରୋଟାରୀ କ୍ଲବ୍‌ର ରୋଟାରିଆନ ତଥା ଡିଷ୍ଟ୍ରିକ୍ ଗଭର୍ଣ୍ଣର ୨୩-୨୪ ର ଜୟଶ୍ରୀ ମହାନ୍ତି, ୨୪-୨୫ ର ଯଜ୍ଞାଶିଷ ମହାପାତ୍ର, ଟିଆରଆର ପ୍ରତ୍ୟୁଷ ସାହା, ଭଦ୍ରକ ଜିଲା ସଭାପତି ଅଭିଜିତ ନାୟକ, ମଙ୍ଗିଲାଲ ବଳଦେବା, ସହକାରୀ ଗଭର୍ଣ୍ଣର ଇନ୍ଦ୍ରଜିତ୍ ସାହୁ, ରୋଟାରିଆନ ଇଂ ଅମ୍ବିକା ସ୍ୱାଇଁ, ପ୍ରମୋଦ ଜେନା, ସୀତାକାନ୍ତ ଦାସ, ଶୈଳେନ୍ଦ୍ର ମହାପାତ୍ର, ପ୍ରଣବ ସାହୁ ପ୍ରମୁଖ ଆହତମାନଙ୍କୁ ବସ୍ତ୍ର, ବିସ୍କୁଟ ଓ ଅନ୍ୟାନ୍ୟ ଖାଦ୍ୟ ବଣ୍ଟନ କରିଛନ୍ତି । ସେହିପରି ବାଲେଶ୍ୱରର ଫକୀରମୋହନ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ସଂସ୍ଥା ପକ୍ଷରୁ ମଧ୍ୟ ସହାୟତା କରାଯାଇଛି । ଏତଦ୍‌ବ୍ୟତୀତ ଏମଡି ସନ କଣ୍ଟ୍ରୋଲସ୍ ପ୍ରାଇଭେଟ୍ ଲିମିଟେଡ୍‌ର ଅମୟ କୁମାର ଦାସଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.