Home ଜିଲ୍ଲା ପରିକ୍ରମା ଛାତରୁ ଖସି ବିଦ୍ୟୁତ୍ କର୍ମଚାରୀଙ୍କ ମୃତ୍ୟୁ

ଛାତରୁ ଖସି ବିଦ୍ୟୁତ୍ କର୍ମଚାରୀଙ୍କ ମୃତ୍ୟୁ

55

ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଇଲେକ୍ଟ୍ରିକାଲ ଆସୋସିଏସନ୍‌ର ସଭ୍ୟ ତଥା ବିଦ୍ୟୁତ୍ କର୍ମଚାରୀ ଭାବଗ୍ରାହୀ ପୃଷ୍ଟି (ପୁପୁଲି) ର ଛାତରୁ ଖସି ଅକାଳ ମୃତ୍ୟୁ ଘଟିଛି । ଭଦ୍ରକ ବ୍ଲକ୍ ଚୁନିଦା ଠାରେ କାମ କରୁଥିବା ସମୟରେ ସେ ହଠାତ୍ ଦୁଇତାଲାରୁ ଖସି ପଡିଥିଲେ । ତାଙ୍କୁ ସଂଗେ ସଂଗେ ଭଦ୍ରକ ଡାକ୍ତରଖାନା ଅଣାଯାଇଥିଲେ ମଧ୍ୟ ଡାକ୍ତରମାନେ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଆସୋସିଏସନ୍ ପକ୍ଷରୁ ତାଙ୍କର ମର ଶରୀରକୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ଜନ୍ମସ୍ଥାନ ସନ୍ଥିଆ ଗ୍ରାମକୁ ଅଣାଯାଇ ଏକ ଶୋକାକୁଳ ପରିବେଶରେ ଶେଷକୃତ ସଂପନ୍ନ କରାଯାଇଛି । ସେ ଭଦ୍ରକ ସହରରେ ଘରେ ଘରେ ଜଣେ ମେଳାପି ଯୁବକ ଭାବେ ପରିଚିତ ଥିଲେ । ତାଙ୍କର ଅକାଳ ବିୟୋଗରେ ସନ୍ଥିଆ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଏଭଳି ମୃତ୍ୟୁରେ ଭଦ୍ରକ ଇଲେକ୍ଟ୍ରିକାଲ ଆସୋସିଏସନ୍ ପକ୍ଷରୁ ତାଙ୍କ ପରିବାରଙ୍କୁ ସରକାରୀ ସହାୟତା ପାଇଁ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.