Home Top News ଛତିଶଗଡ଼ର ନବମ ରାଜ୍ୟପାଳ ଭାବେ ବିଶ୍ବଭୂଷଣଙ୍କର ଶପଥ ଗ୍ରହଣ

ଛତିଶଗଡ଼ର ନବମ ରାଜ୍ୟପାଳ ଭାବେ ବିଶ୍ବଭୂଷଣଙ୍କର ଶପଥ ଗ୍ରହଣ

70

ରାୟପୁର, ୨୩.୦୨ (ଓଡ଼ିଆ ପୁଅ) ଛତିଶଗଡ଼ର ନୂଆ ରାଜ୍ୟପାଳ ଭାବେ ବିଶ୍ବଭୂଷଣ ହରିଚନ୍ଦନ ଆଜି ଶପଥ ଗ୍ରହଣ କରିଛନ୍ତି। ରାୟପୁରସ୍ଥିତ ରାଜଭବନର ଦରବାର ହଲଠାରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ଛତିଶଗଡ଼ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଅରୂପ କୁମାର ଗୋସ୍ୱାମୀ ଶ୍ରୀ ହରଚନ୍ଦନଙ୍କୁ ରାଜ୍ୟର ନବମ ରାଜ୍ୟପାଳ ଭାବେ ପଦ ଓ ଗୋପନୀୟତା ର ଶପଥ ପାଠ କରାଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ନିକଟରେ ଶ୍ରୀ ହରଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶରୁ ବଦଳି କରାଯାଇ ଛତିଶଗଡ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା।

ଆଜିର ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ତାଙ୍କ ମନ୍ତ୍ରୀମଣ୍ଡଳର ବରିଷ୍ଠ ସଦସ୍ୟ ଯଥା ଟି ଏସ ସିଂହଦେଓ, ଜୟସିଂହ ଅଗ୍ରୱାଲ, ଅନୀଲା ଭେଡ଼ିଆ, ଅମରଜିତ୍ ଭଗତ, ରାଜ୍ୟପାଳଙ୍କ ସହଧର୍ମିଣୀ ଶ୍ରୀମତୀ ସୁପ୍ରଭା ହରିଚନ୍ଦନ, ପୁତ୍ର ପୃଥ୍ବୀରାଜ ହରିଚନ୍ଦନ, ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ଃ ରମଣ ସିଂହ, ଛତିଶଗଡ଼ ବିଧାନସଭାର ବାଚସ୍ପତି ଚରଣ ଦାସ ମହାନ୍ତ, ବିରୋଧୀ ଦଳର ନେତା ନାରାୟଣ ଚନ୍ଦେଲ, ଛତିଶଗଡ ମାନବିକ ଅଧିକାର କମିଶନର ଅଧକ୍ଷ ଗିରିଧାରୀ ନାୟକ, ବରିଷ୍ଠ ପ୍ରଶାସକ ମନ୍ମଥ କୁମାର ରାଉତ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ସୁବ୍ରତ ସାହୁ, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଅମ୍ରିତ ଖାଲକୋ, ସହକାରୀ ବି ସି ବେହେରା ଓ ସୁଶିଲ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ରାଜ୍ୟପାଳଙ୍କର ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥି ମାନଙ୍କ ମଧ୍ୟରେ ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ, ଭୃଗୁ ବକ୍ସିପାତ୍ର, ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧକ୍ଷ କିଶୋର ଦ୍ବିବେଦୀ, ୱାଓସୋର ଛତିଶଗଡ଼ ରାଜ୍ୟ ଶାଖାର ସଭାପତି ପୂର୍ଣ୍ଣଶ୍ରୀ ରାଉତ, ବରିଷ୍ଠ ସାମ୍ବାଦିକ ସୁବାସ ମିଶ୍ର, ଦୀପକ କୁମାର ରଥ, ରାୟପୁର ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ପୁରନ୍ଦର ମିଶ୍ର, ଚନ୍ଦ୍ରଶେଖର ସାହୁ, ନମନ ପାଣ୍ଡେ, ଶଙ୍କର ହରି, ପ୍ରତୀଶ ଗୋଏଲ, ଶଶି ସିଂହ ଓ ପଦ୍ମାକର ଗୁରୁ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.