Home ଜିଲ୍ଲା ପରିକ୍ରମା ଆଇନ୍ ସଚେତନତା ଓ ସଶକ୍ତିକରଣ ଶିବିର

ଆଇନ୍ ସଚେତନତା ଓ ସଶକ୍ତିକରଣ ଶିବିର

24

ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମହିଳା ମହାବିଦ୍ୟାଳୟ ଭଦ୍ରକରେ ଆଇନ୍ ସଚେତନତା ଓ ସଶକ୍ତିକରଣ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ନେହା ଅଗରୱାଲ ଏହାକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଭଦ୍ରକ ଆଶିଷ କୁମାର ତ୍ରିପାଠୀ, ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ୱତନ୍ତ୍ର ବିଚାରପତି (ପୋକ୍ସୋ) ଭଦ୍ରକ ମୁକ୍ତି ରଞ୍ଜନ ଶତପଥୀ, ସ୍ପେସିଆଲ ପ୍ରସେକ୍ୟୁଟର (ପି.ପି.) ବଟକୃଷ୍ଣ ଦାଶ ଏବଂ ଭଦ୍ରକ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ସୁପ୍ରିତି କର ତଥା ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରୀବୃନ୍ଦ ଏବଂ ପୋଲିସ କର୍ମଚାରୀ ଯୋଗ ଦେଇଥିଲେ। ଏହି ଶିବିରରେ ୧୮ ବର୍ଷରୁ କମ ବୟସର ପିଲାମାନେ କିପରି ଯୌନ ଆକ୍ରମଣର ଶିକାର ହେଉଛନ୍ତି ସେ ସମସ୍ତ ବିଷୟରେ ଆଲୋଚନା କରାଯାଇ ପିଲାମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ରାଯାଇଥିଲା। ଯୌନ ଆକ୍ରମଣ ପରି ଅପରାଧ କାର୍ଯ୍ୟରୁ ପିଲାମାନଙ୍କୁ କିପରି ସୁରକ୍ଷା ଦେଇ ହେବ ସେ ସବୁ ଉପରେ ଏହି ସଚେତନତା ଶିବିରରେ ଆଲୋଚନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.