Home ଜିଲ୍ଲା ପରିକ୍ରମା ଛତିଶଗଡର ୧୮ ଜଣ ବିଧାୟକଙ୍କୁ ଦିଲ୍ଲୀ ଡାକିଲେ, ପ୍ରିୟଙ୍କା ଗାନ୍ଧୀ – ଦେଇପାରନ୍ତି ଉତ୍ତରପ୍ରଦେଶ ନିର୍ବାଚନ...

ଛତିଶଗଡର ୧୮ ଜଣ ବିଧାୟକଙ୍କୁ ଦିଲ୍ଲୀ ଡାକିଲେ, ପ୍ରିୟଙ୍କା ଗାନ୍ଧୀ – ଦେଇପାରନ୍ତି ଉତ୍ତରପ୍ରଦେଶ ନିର୍ବାଚନ ପ୍ରଚାରପାଇଁ ସାଂଗଠନିକ ଦାୟୀତ୍ତ୍ୱ

51

ନୂଆ ଦିଲ୍ଲୀ ୯-୧୨ (ଓଡ଼ିଆ ପୁଅ) ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ଜାତୀୟ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଛତିଶଗଡର କିଛି କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକିଛନ୍ତି। ପ୍ରିୟଙ୍କା ଗାନ୍ଧୀଙ୍କ ଆହ୍ୱାନରେ ବିଧାୟକମାନେ ମଧ୍ୟ ଦିଲ୍ଲୀ ଆସୁଛନ୍ତି। ଯେଉଁମାନଙ୍କୁ ଦିଲ୍ଲୀ ଡକାଯାଇଛି ସେମାନଙ୍କ ମଧ୍ୟରେ ବହୁ ବରିଷ୍ଠ ବିଧାୟକ ଅଛନ୍ତି। ଏହା କୁହାଯାଉଛି ଯେ, ଉତ୍ତରପ୍ରଦେଶ ନିର୍ବାଚନରେ ଏହି ବିଧାୟକମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇପାରେ। ଅବଶ୍ୟ ଦିଲ୍ଲୀରେ ବିଧାୟକଙ୍କ ସହ ଆଲୋଚନା ପରେ ଆଗାମୀ ନିର୍ବାଚନରେ ସେମାନଙ୍କର ଭୂମିକା ସ୍ପଷ୍ଟ ହୋଇପାରେ। ଆଜି ଅପରାହ୍ନ ୫ ଟାରେ ପ୍ରିୟଙ୍କା ଗାନ୍ଧୀ ଛତିଶଗଡର ନେତାଙ୍କ ସହ ଏକ ବୈଠକ କରିବେ। ଏହି ବୈଠକରେ ଉତ୍ତରପ୍ରଦେଶ ନିର୍ବାଚନ ସମ୍ପର୍କିତ ଦାୟିତ୍ୱ ନିର୍ଣ୍ଣୟ କରାଯିବ।

ସୂଚନାଯୋଗ୍ୟଯେ, ଉତ୍ତରପ୍ରଦେଶ ନିର୍ବାଚନ ସମ୍ପର୍କରେ ଛତିଶଗଡ କଂଗ୍ରେସର ନେତାଙ୍କ ଉପରେ ଏକ ବଡ ଦାୟିତ୍ତ୍ୱ ଦିଆଯାଇଛି। ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ତ୍ୱ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.