Home ଜିଲ୍ଲା ପରିକ୍ରମା ଛଅଶହ ବ୍ୟାଗ ଚୋରା କୋଇଲା ଜବତ, ଡ଼୍ରାଇଭର ଓ ହେଲପର ଗିରଫ

ଛଅଶହ ବ୍ୟାଗ ଚୋରା କୋଇଲା ଜବତ, ଡ଼୍ରାଇଭର ଓ ହେଲପର ଗିରଫ

39

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଚୋରା ମଦ କାରବାର ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ତାହାକୁ ରୋକିବା ପାଇଁ ଜିଲ୍ଳା ପୋଲିସ ସମ୍ପୁର୍ଣ୍ଣ ଭାବରେ ବିଫଳ ହେେଇଥିବାବେଳେ ଏବେ ଚୋରା କୋଇଲା କାରବାର ଏବଂ ବେପାରି ମାନେ ସକ୍ରୀୟ ହୋଇ ଉଠିଛନ୍ତି । ଏଥିରେ ଜିଲ୍ଳା ପୋଲିସର କେତେକ କର୍ମଚାରୀଙ୍କ ଜଣାନ୍ତରେ ଏପରି ଚୋରାକାରବାର ବୃଦ୍ଧି ପାଉଛି ବିଶେଷ କରି କୋଇଲା ଚୋରାକାରବାର ତିହିଡ଼ିରୁ ଦୈନଦିନ ଧୂଷୁରୀ ଥାନା ଅଞ୍ଚଳକୁ ଭଦ୍ରକ ଦେଇ ଆସୁଛି । ଏତେ କଢା ଚେକିଂ ଭିତରେ କିପରି ଭାବରେ ଏହି ଚୋରା କୋଇଲା ଚାଲାର ହେଉଛି । ନିକଟରେ ଧୂଷୁରୀ ଥାନାର ବୟାଂଡ଼ିହ ପଂଚାୟର ଆମ୍ବିଳିଗାଁ ଠାରେ ଗୋଟିଏ ଟ୍ରକ ଓ ଦୁଇଟି ପିକଅପ୍ ଭେନ ବୋଝେଇ ଚୋରା କୋଇଲା ଜବତ ହୋଇଥିବାବେଳେ ଆଜି ଅସୁରାଳି ବଜାରରେ ଓଡ଼ି-୦୪ଏଲ୍‌-୭୫୫୧ ଥିବା ଏକ ଦଶଚକିଆ ଟ୍ରକରେ ପ୍ରାୟ ୬ଶହ ବସ୍ତା ଚୋରା କୋଇଲା ଧୂଷୁରୀ ଅଞ୍ଚଳକୁ ଆସୁଥିବାବେଳେ ପୋଲିସ କୌଣସି ସୂତ୍ରରୁ ଖବରପାଇ ଘଟଣା ସ୍ଥଳରେ ପହଂଚି ଉକ୍ତ ଚୋରା କୋଇଲା ଗାଡ଼ିକୁ ଜବତ କରିଛି । ଏଥିରେ ଡ଼୍ରାଇଭର ସମୀଜ କୁମାର ଦାସ ଓ ହେଲପର ଲକ୍ଷ୍ମଣ ୟାଦବ ପୋଲିସ ଗିରଫ କରିଛି । ତେବେ ଏହି କୋଇଲା ଗାଡ଼ି ତିହିଡ଼ି ଅଞ୍ଚଳରୁ ଧୂଷୁରୀ ଅଞ୍ଚଳକୁ ଆସୁଥିବାର ଡ଼୍ରାଇଭର ପ୍ରକାଶ କରିଛି । ହେଲେ ଏହି ଚୋରା କୋଇଲା ଚାଲାଣର ପ୍ରକୃତ ମାଲିକ କିଏ? ଏ ପର୍ଯ୍ୟନ୍ତ ପୋଲିସ ପାଖରେ କୌଣସି ତଥ୍ୟ ପହଂଚି ପାରିନାହିଁ । ତେବେ ଖୁବ୍ ଶୀଘ୍ର ଏହି ଚୋରା କୋଇଲା ବେପାରିକୁ ଠାବ କରାଯିବବୋଲି ଧୂଷୁରୀ ଥାନାର ଥାନାଅଧିକାରୀ ପ୍ରଫୁଲ ସିଂ ଆମପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ଥାନା କେସ ନଂ ୧୫୧/୨୧ରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.