Home ଜିଲ୍ଲା ପରିକ୍ରମା ଚୋରୀକୁ ଧରିବାର ୩୬ ଘଂଟାରେ ପରେବି ଚାନ୍ଦବାଲି ଥାନାରେ ହେଉନି ମାମଲା, ପ୍ରତିବାଦରେ ଏସଡ଼ିପିଙ୍କ କାର୍ଯ୍ୟାଳୟ...

ଚୋରୀକୁ ଧରିବାର ୩୬ ଘଂଟାରେ ପରେବି ଚାନ୍ଦବାଲି ଥାନାରେ ହେଉନି ମାମଲା, ପ୍ରତିବାଦରେ ଏସଡ଼ିପିଙ୍କ କାର୍ଯ୍ୟାଳୟ ଘେରିଲେ କୁଚୁଳୀଆଡ଼ିଆ ୱାର୍ଡ଼ବାସୀ

32

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚୋର ଓ ଡ଼କାୟତଙ୍କ ପାଇଁ ଓଳିଲାତି କରୁଛନ୍ତି ଚାନ୍ଦବାଲି ଥାନା ଅଧିକାରିଣୀ, ପୋଲିସ ହାତରେ ଚୋର ଧରାପଡ଼ିବାର ୩୬ ଘଂଟା ପରେ ମଧ୍ୟ ହେଉନି କାର୍ଯ୍ୟାନୁଷ୍ଟାନ । ଓଲଟା ଅଭିଯୋଗ କାରୀଙ୍କୁ ଦିଆଯାଉଛି ଧମକ । ଏମିତି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ଥାନା ଅଧିନ ସୋମପୁର କୁଚୁଳିଆଡ଼ିଆ ଅଂଚଳରୁ । ୨ ଜଣ ଚୋର ଏକ ଚିଙ୍ଗୁଡ଼ି ଫାର୍ମରୁ ଚିଙ୍ଗୁଡ଼ି ଖାଦ୍ୟ ପ୍ୟାକେଟ ଚୋରି କରୁଥିବା ସମୟରେ ଫାର୍ମରେ କାର୍ଯ୍ୟରତ କର୍ମଚାରୀ ମାନେ ଚୋରୁଙ୍କୁ ଧରି ପୋଲିସରେ ଜିମା ଦେଇଥିଲେ । ହେଲେ ଅଭିଯୋଗ କାରୀଙ୍କ ଲିଖିତ ଅଭିଯୋଗର ୩୬ ଘଂଟା ପରେ ମ୍ମ ପୋଲିସ କେବଳ ଚୋର ମାନଙ୍କୁ ଅଟକ ରଖି ଚୁପ ହୋଇ ବସିଛି । ଅନ୍ୟପଟେ ଥାନା ଅଧିକାରୀଣୀ ଅଭିଯୋଗ କାରୀଙ୍କୁ ଥାନାକୁ ଡ଼କାଇ ଓଲଟା କେସ ଦଫାରଫା କରିବାର ଚାପ ଦେବା ପରେ ଅଭିଯୋଗକାରୀ ଓ ଅନ୍ୟ ଚିଙ୍ଗୁଡ଼ି ଫାର୍ମ କର୍ମଚାରୀ ନ୍ୟାୟ ପାଇଁ ଏସ ଡ଼ି ପିଓଙ୍କ ନିଟକରେ ଦ୍ୱାରସ୍ଥ ହେବା ସହ ନ୍ୟାୟ ଭିକ୍ଷା କରିଛନ୍ତ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.