Home ଜିଲ୍ଲା ପରିକ୍ରମା ଚୋରା ମଦ ଜବତ, ଜଣେ ଗିରଫ

ଚୋରା ମଦ ଜବତ, ଜଣେ ଗିରଫ

64

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଧାମନଗର ବ୍ଲକ ଅର୍ଜୁନପୁର ପଞ୍ଚାୟତ ତରେଇସାହି ଠାରେ ଚୋରା ମଦ ବିକ୍ରି ହେଉଥିବା ଖବରପାଇ ଗତକାଲି ରାତିରେ ଧୁଷୁରୀ ଥାନା ଏସଆଇ ମହାପ୍ରସାଦ ନାୟକ ସେଠାରେ ଚଢଉ କରିଥିଲେ। ଗ୍ରାମର ପର୍ଶୁରାମ ମାଝି ଚୋରା ଦେଶୀ ଓ ବିଦେଶୀ ମଦ ବିକ୍ରି କରୁଥିବା ପୁଲିସ ତାକୁ ଗିରଫ କରିବା ସହିତ ତାଙ୍କ ନିକଟରୁ ବିପୁଳ ପରିମାଣର ଚୋରା ମଦ ଜବତ କରିଛି। ଏନେଇ ଥାନାରେ କେଶ ନଂ-୧୭୦/୨୦ରେ ଏକ ମାମଲା ରୁଜୁ କରାଯାଇ ସଂପୃକ୍ତ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଛି। ପ୍ରକାଶ ଯେ ଅର୍ଜୁନପୁର ପଞ୍ଚାୟତର ତରେଇସାହି, ବାଲିପାଟଣା, ଶଇଲ ଓ ମାମାଦୁଲା ଆଦି ଅଂଚଳରେ ଚୋରା ମଦ କାରବାର ବେଧଢକରେ ଚାସିଛି। ଗାଁରୁ ଛକ ପର୍ଯ୍ୟନ୍ତ ସବୁଠି ଏହି ଚୋରା ମଦ କାରବାର ହେଉଥିବା ବେଳେ ସ୍ଥାୟୀନ ଅଂଚଳର ଯୁବବର୍ଗ ମଦ ନିଶାରେ ପଡି ବିଭିନ୍ନ ସମୟରେ ଅସାମାଜିକ କାଯ୍ୟରେ ଲିପ୍ତ ରହୁଛନ୍ତି। ଧୁଷୁରୀ ଥାନାରେ ଏହି ଅଂଚଳ ଶେଷ ସୀମାରେ ହୋଇଥିବାରୁ ପୁଲିସ କିମ୍ବା ଅବକାରୀ ବିଭାଗ ସେଠାରେ ଚଢଉ କରିବା ସମ୍ଭବପର ହେଉନଥିବାରୁ ଏହାର ସୁଯୋଗ ନେଇ ଚୋରା ମଦ ବେପାରି ମାନେ ଅବାଧରେ କାରବାର କରୁଥିବା ସ୍ଥାନୀୟ ଅଂଚଳବାସୀ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.