Home ଜିଲ୍ଲା ପରିକ୍ରମା କୈବର୍ତ୍ତ ଭବନ ଉଦଘାଟିତ

କୈବର୍ତ୍ତ ଭବନ ଉଦଘାଟିତ

44

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଣ୍ଡାରିପୋଖରୀ ବ୍ଲକର ଆଖୁଆପଦା ନିକଟରେ ନିଖିଳ ଓଡିଶା କୈବର୍ତ୍ତ ସହାସଭା ଭଦ୍ରକ ଶାଖାର ନୂତନ କାର୍ଯ୍ୟାଳୟକୁ ରବିବାର ରାଜ୍ୟ କ୍ରୀଡା, ଯୁବବ୍ୟାପାର ଓ ପ୍ରଯୁକ୍ତିବିଜ୍ଞାନ ମନ୍ତ୍ରୀ ତୁଷାରକାନ୍ତ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ‘କୈବର୍ତ୍ତ ଭବନ’ ଉଦଘାଟନ କରିଥିଲେ। ଏଥିନେଇ ମହାସଭାର ଭଦ୍ରକ ଶାଖା ସଭାପତି ପଦ୍ମଲୋଚନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ବେହେରା, ମହାସଭାର ରାଜ୍ୟ କାର୍ଯ୍ୟକାରୀ ସଭାପତି ମନୋଜ କୁମାର ବେହେରା ମୁଖ୍ୟବକ୍ତା, ସହରାଞ୍ଚଳ ଓ ଗୃହନିର୍ମାଣ ରାଜ୍ୟ ନିର୍ଦ୍ଦେଶକ ସୁରେଶ କୁମାର ଦଳାଇ, ଚଣ୍ଡିଖୋଲ ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ ଚଣ୍ଡେଶ୍ୱର ବେହେରା, ଭୁବନେଶ୍ୱର ମାନ ନିରୀକ୍ଷଣ ନିର୍ଦ୍ଦେଶକ ବ୍ରଜକିଶୋର ପରିଡା, ବାଲୁଗାଁ ଜିଲ୍ଲା ମତ୍ସ୍ୟଅଧିôକାରୀ କ୍ଷେତ୍ରବାସୀ ବେହେରା, ଭଦ୍ରକ ଜିଲ୍ଲା ବିତ୍ତ ଅଧିକାରୀ କାଶୀନାଥ ମାଝୀ, ଚିଲିକା ବୈବର୍ତ୍ତ ଯୁବମଞ୍ଚ ସଭାପତି ଦିଲ୍ଲିପ କୁମାର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ କୈବର୍ତ୍ତ ସମାଜର ସଙ୍ଗଠନ, ବହୁବିଧ ସମସ୍ୟା ଓ ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ। ଭଦ୍ରକ ଜିଲ୍ଲା ସମ୍ପାଦକ ରମେଶ ଚନ୍ଦ୍ର ପରିଡା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଯାଜପୁର ଜିଳ୍ଲା କୈବର୍ତ୍ତ ସଭାର ବରିଷ୍ଠ ଉପଦେଷ୍ଟା ବ୍ରଜକିଶୋର ତରାଇ, ମହିଳା ସେଲ ଆବାହକ ରୁକ୍ମିଣୀ ଦାସ, ଉପସଭାପତି ଦୁର୍ଯ୍ୟୋଧନ ତରାଇ, ଯାଜପୁର ଜିଲ୍ଲା କୈବର୍ତ୍ତ ସଭା ସଭାପତି ଜଗନ୍ନାଥ ମାଝି, ଶିବପ୍ରସାଦ ପରିଡା ପ୍ରମୁଖ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.