Home ଓଡ଼ିଶା ଚୋରା ଚାଲାଣ ହେଉଥିବାବେଳେ ୧୦୦୦ କେଜି ଗଜେଂଇ ଜବତ, ଦୁଇଜଣ ଗିରଫ

ଚୋରା ଚାଲାଣ ହେଉଥିବାବେଳେ ୧୦୦୦ କେଜି ଗଜେଂଇ ଜବତ, ଦୁଇଜଣ ଗିରଫ

27

ମାଲକାନଗିରି,୨୪ା୯ (ଓଡିଆ ପୁଅ ) ଚିତ୍ରକୋଣ୍ଡା ଅଚଂଳରୁ ବୋଲେରୋ ପିକଅପ ଭ୍ୟାନ ଭିତରେ ଅଭିନବ ଉପାୟରେ ୧୦୦୦କେଜି ଗଜେଂଇ ରାୟପୁର କୁ ଚୋରା ଚାଲାଣ ହୋଉଥିବା ବେଳେ ପୁଲିସ ଜବତ କରି ଦୁଇଜଣ ଙ୍କୁ ଗିରଫ କରିଛି । ଆଜି ସନ୍ଧ୍ୟାରେ ମାଲକାନଗିରି ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ଏସଡପିଓ ଅଶୁଂମାନ ଦି୍ୱବେଦୀ ସୁଚନା ଦେଇଛନ୍ତି । ଆଜି ଭୋର ୩ଟା୪୦ମିନିଟ ସମୟରେ ମାଲକାନଗିରି ଜିଲ୍ଲା ଓରକେଲ ଥାନାସ୍ଥ ଚିତ୍ରକୋଣ୍ଡା ଘାଟି ରାସ୍ତା ବାଲିମେଳା ଛକ ଠାରେ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ସେହି ରାସ୍ତା ବାଟଦେଇ ଏକ ୟୁପି-୭୦ଜେ.ଟି ୮୬୪ ନମ୍ବର ପିକଅପଭ୍ୟାନ ଦୃତ ଗତିରେ ମାଲକାନଗିରି ଆଡକୁ ପଳାଇବା ଦେଖି ପୁଲିସ ଗୋଡାଇ ଧରିଥିଲେ । ପିକଅପ ଭ୍ୟାନ ଟିକୁ ଜାଂଚ କରିବାରୁ ସେଥିରେ ପ୍ରଚୁର ପୁରିମାଣର କୋଇଲା ଗୁଣ୍ଡ ଭିତରେ ୯୪ଟି ପଲିଥିନ ବସ୍ତାରେ ଗଜେଂଇ କେକ ଥିବାର ଦେଖିବାକୁ ପାଇଥିଲେ । ଗଜେଂଇ ଚୋରାଚାଲାଣ କରିବା ଅଭି ଯୋଗରେ ପିକଅପ ଭ୍ୟାନରେ ବସିଥିବା ଦୁଇଜଣ ଙ୍କୁ ପୁଲିସ ଗିରଫ କରି ଥାନା କୁନେଇ ପଚରା ଉଚାରା କରିବାରୁ ଜଣାପଡିଥିଲା । ଦୁଇ ଜଣ ଯୁବକ ଅଭିନବ ଉପାୟରେ ଗଜେଂଇ ଗୁଡିକୁ ଲୁଚାଇ ରଖି ଛତିଶଗଡ ରାଜ୍ୟ କୁ ଚାଲାଣ କରିବାକୁ ନେଉଥିଲେ । ପୁଲିସ ଗଜେଂଇ ଗୁଡିକୁ ମାଜିଷ୍ଟ୍ରେଟ ସାମନାରେ ଓଜନ କରିଥିଲେ,୧୦୦୦କେଜି ଗଜେଂଇ ହୋଇଥିଲା । ଓରକେଲ ଥାନା ରେ ଏକ ମାମଲା ରୁଜୁକାରା ଯାଇ ଗଜେଂଇ ଚୋରାଚାଲାଣ କରିବା ଅଭିଯୋଗରେ ଉତରପ୍ରଦେଶ ପ୍ରୟାଗରାଜ ଜିଲ୍ଲା ହାଣ୍ଡିଆ ଥାନା ଅଚଂଳର ମୁକେଶ କୁମାର(୨୭) ଓ ମାଲକାନଗିରି ଜିଲ୍ଲା ଓରକେଲ ଥାନା ବାଲିମେଳା ଡେଲି ମାର୍କେଟ ସାହିର ଅସିମ ମଲିକ(୩୨) ଙ୍କୁ ପୁଲିସ ଗିରଫ ଏହି ଦୁଇଜଣ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବାର ଏସଡିପିଓ ଅଶଂମାନ ଦ୍ୱିବେଦୀ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.