Home ଓଡ଼ିଶା ଚୋରା ଚାଲାଣ ବେଳେ ୮୭୯କେଜି ଗଜେଂଇ ସହ ପିକ ଅପ ଗାଡି ଜବତ, ୪ ଗିରଫ

ଚୋରା ଚାଲାଣ ବେଳେ ୮୭୯କେଜି ଗଜେଂଇ ସହ ପିକ ଅପ ଗାଡି ଜବତ, ୪ ଗିରଫ

36

ମାଲକାନଗିରି,୧୨ା୩ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ମାଥିଲି ଥାନା ପୁଲିସ କୁ ଆଜି ମିଳିଛି ଏକ ବଡଧରଣ ସଫଳତା । ଏକ ବୋଲେରୁ ପିକଅପ ଗାଡି, ମଟର ସାଇକେଲ ସହ ୮୭୯କେଜି୪୫୦ ଗ୍ରାମ ଗଜେଂଇ ଜବତ ହେବାସହ ୪ଜଣଙ୍କୁ ଗିରଫ କରାଯାଇଥିବାର ଆଜି ସନ୍ଧ୍ୟାରେ ମାଲକାନଗିରି ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ଏସଡିପିଓ ଅଶୁଂମାନ ଦି୍ୱବେଦୀ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି । ଗୁରୁବାର ମଧ୍ୟରାତ୍ରୀ ରେ ମାଥିଲି ଥାନାର ସବଇନିସପେକ୍ଟର ଶିବପ୍ରସାଦ ଭଦ୍ର ଓ ପୁଲିସ ସଦଳବଳ ରାତ୍ର ପେଟ୍ରୋଲିଂ କରୁଥିବା ମାଲକାନଗିରି ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥ ଗୋବିନ୍ଦପାଲି ବସଷ୍ଟାଣ୍ଡ ନିକଟରେ ରେ ଏକ ପିକ ଅପ ଗାଡି ଓ ମଟର ସାଇକେଲ ଦୃତଗତିରେ ପଳାଉଥିବାର ଦେଖି ତାକୁ ଗୋଡାଇ ଧରିଥିଲେ । ପିକଅପ ଗାଡିଟିକି ଜାଚଂକରିବାରୁ ସେଥିରୁ ୨୫ ଟି ପ୍ଲାଷ୍ଟିକ ବସ୍ତାରେ ଗଜେଂଇ ଥିବାର ଦେଖିବାକୁ ପାଇଥିଲେ । ଗାଡି ଓ ଗଜେଂଇ ଜବତ ସହ ୪ଜଣ ବ୍ୟକ୍ତିଙ୍କୁ ଗିରଫ କରି ଥାନାକୁ ନେଇଥିଲେ । ଆଜି ସକାଳେ ଜବତ ଗଜେଂଇ ଗୁଡିକୁ ଓଜନ କରିବାରୁ ୨୫ ଟି ପ୍ଲାଷ୍ଟିକ ବସ୍ତାରେ ୮୭୯କେଜି୪୫୦ ଗ୍ରାମ ଗଜେଂଇ ଥିଲା । ଜବତ ଗଜେଂଇର ମୂଲ୍ୟ ପ୍ରାୟ ୬୦ ଲକ୍ଷଟଙ୍କା ହେବ ବୋଲି ପୁଲିସ କହିଛି ।ଗିରଫ ବ୍ୟକ୍ତିଙ୍କ ନିକଟରୁ ନଗଦ ୩ହଜାରଟଙ୍କା,୩ଟି ମୋବାଇଲ ଫୋନ ପୁଲିସ ଜବତ କରିଛି । ଗିରଫ ବ୍ୟକ୍ତି ହେଲେ ମାଲକାନଗିରି ଜିଲ୍ଲା ମୁଦୁଲିପଡା ଥାନା ସୁକ୍ରିଗୁଡା ଗ୍ରାମର ସୋମେଶ ହନ୍ତାଳ(୨୧),କୋରାପୁଟ ଜିଲ୍ଲା ବୈପାରି ଗୁଡା ଥାନା ବାତ୍ରିପୁଟ ଗ୍ରାମର ଜୟରାମ ମୁଦୁଲି(୩୪),ବୈପାରିଗୁଡା କାଠମିଲ ସାହିର ରାଜୁ ନାୟକ (୨୧),ଗାନିପୁଟ ଗ୍ରାବାବୁଲା ପାଲମ(୩୪) ଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛନ୍ତି । ସେମାନେ ଛତିଶଗଡ ରାଇପୁର କୁ ବିକ୍ରୟ କରିବା ନିମନ୍ତେ ନେଉଥିବାର ପୁଲିସ ନିକଟରେ ପ୍ରକାଶ କରିଛନ୍ତି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.