Home ଓଡ଼ିଶା ଚୋରା କାଠ ବୋଝେଇ ମିନି ଟ୍ରକ୍ ଜବତ, ୨ ଗିରଫ

ଚୋରା କାଠ ବୋଝେଇ ମିନି ଟ୍ରକ୍ ଜବତ, ୨ ଗିରଫ

308

କେନ୍ଦୁଝର, ୧୦ା୧୨(ଓଡିଆ ପୁଅ/ପ୍ରଦୀପ ମହାନ୍ତି): କେନ୍ଦୁଝର ବନବିଭାଗ ତରଫରୁ ଏକ ଚୋରା କାଠ ବୋଝେଇ ମିନି ଟ୍ରକ୍ ଜବତ କରାଯାଇଥିବାବେଳେ ଚୋରା କାଠ କାରବାରରେ ସଂପୃକ୍ତ ୨ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ, ସୋମବାର ବିଳମ୍ବିତ ରାତିରେ ମୟୁରଭଞ୍ଜ ଚଢେଇଭୋଳ ଅଞ୍ଚଳରୁ ଏକ ଚୋରା କାଠ ବୋଝେଇ ମହିନ୍ଦ୍ରା ମାକ୍ସିମୋ ମିନି ଟ୍ରକ୍ କେନ୍ଦୁଝର ଆସୁଥିବା ଗୁଇନ୍ଦା ତଥ୍ୟ ମିଳିଥିଲା। ସଦର ରେଞ୍ଜ କାର୍ଯ୍ୟାଳୟର କର୍ମଚାରୀ ସଂପୃକ୍ତ ଓଡି୦୩-ଡି-୧୮୧୭ ନମ୍ବର ବିଶିଷ୍ଟ ମିନି ଟ୍ରକ୍କୁ କେନ୍ଦୁଝର ଘୁଟୁର ନିକଟ ଗୁରୁଦ୍ୱାର ସମ୍ମୁଖରୁ ଜବତ କରିଥିବାବେଳେ ଗାଡିରେ ବୋଝେଇ ହୋଇଥିବା ୮.୫୮ ସିଏଫ୍ଟିର ୧୬ଖଣ୍ଡ ଶାଳ ଗଡ ଏବଂ ୪ଫୁଟ ବିଶିଷ୍ଟ ୯.୯ ସିଏଫ୍ଟିର ୩୦ଖଣ୍ଡ, ସାଢେ ୩ ଫୁଟ ଲମ୍ବର ୨.୦୨୧୨ ସିଏଫ୍ଟିର ୭ଖଣ୍ଡ ଏବଂ ୩ଫୁଟ ଲମ୍ବର ୧.୭୩୨୫ ସିଏଫ୍ଟିର ୭ଖଣ୍ଡ ଶାଳ ଚଉକାଠକୁ ମଧ୍ୟ ବନବିଭାଗ ଜବତ୍ କରିଛି। ବନବିଭାଗ ସ୍ୱାର୍ଡରେ ଟାଉନ ଫରେଷ୍ଟର ଭୂପତି ସେଠୀ, କର୍ମଚାରୀ କାଳନ୍ଦି ସାମଲ, ସୁରେଶ ଫାଦୁକର, ବିଦ୍ୟାଧର ମହାନ୍ତ ପ୍ରମୁଖ ସାମିଲ ଥିଲେ। ଜବତ୍ କାଠର ଆନୁମାନିକ ମୂଲ୍ୟ ପ୍ରାୟ ୫୦ହଜାର ଟଙ୍କା ହେବ ବୋଲି ସୂଚନା ମିଳିଥିବାବେଳେ ଚୋରା କାଠ କାରବାରରେ ସଂପୃକ୍ତ ମୟୁରଭଞ୍ଜ ଜିଲ୍ଲା ଚଢେଇଭୋଳ ଗ୍ରାମର ସେକ୍ ଅମିରୁଲ(୨୪) ଏବଂ ମହମ୍ମଦ ଆଲ୍ଲାରଖା(୨୩)କୁ ବନବିଭାଗ ଗିରଫ କରିଥିବା ଜଣାପଡିଛି। ଗିରଫ କାଠ ମାଫିଆ କେନ୍ଦୁଝରର ନଦିଆ ଏବଂ ହେମନ୍ତଙ୍କ କହିବା ଅନୁସାରେ କେନ୍ଦୁଝର ସହରକୁ କାଠ ଆଣିଥିବା ପ୍ରକାଶ କରିଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.