Home ଜିଲ୍ଲା ପରିକ୍ରମା ଅଙ୍ଗୀକାର ଅଭିଯାନ ଉଦଯାପିତ

ଅଙ୍ଗୀକାର ଅଭିଯାନ ଉଦଯାପିତ

213

ପୁରୀ, ୧୦/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଅଙ୍ଗୀକାରୀ ଅଭିଯାନର ଉଦଯାପିତ ଆଜି ହୋଇଛି। ଅକ୍ଟୋବର ୨ ତାରିଖରୁ ଅର୍ଥାତି ଗାନ୍ଧୀଜୟନ୍ତୀଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ନିର୍ମିତ ଗୃହ ବାସିନ୍ଦାମାନଙ୍କୁ ଜଳ ଓ ଶକ୍ତି ସଂରକ୍ଷଣ, ଆବର୍ଜ୍ଜନା ପରିଚାଳନା, ସୁସ୍ଥ ଓ ସ୍ୱଚ୍ଛତା, ପରିବେଶ ସୁରକ୍ଷା, ଏଲଇଡି ବଲବ ଓ ଗ୍ୟାସ ବ୍ୟବହାର ସଂପର୍କରେ ସଚେତନତା ସୃଷ୍ଟି କରାଯାଇଛି। ୧୪ଜଣ ଅଙ୍ଗୀକାର ଅଧିକାରୀଙ୍କ ମଧ୍ୟମରେ ପୌରସଂସ୍ଥା ଅଧିନରେ ଥିବା ପ୍ରାୟ ୩୬୩ଟି ବାସଗୃହରେ ସର୍ବେକ୍ଷଣ କରାଯାଇ ଜୀବନ ଧାରଣର ମାନରେ ଉନ୍ନତି ଏବଂ ଖୁସିରେ ସମାଜରେ ବାସକରିବା ଉପରେ ସଚେତନତା ସୃଷ୍ଟି କରାଯାଇ ଅଙ୍ଗୀକାର ସହଯୋଗ ମଧ୍ୟ ପ୍ରଦାନ କରାଯାଇଛି। ଏହି ଅବସରରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ନିଜ ନିଜର ଘରକୁ ସୁନ୍ଦରଭାବେ ଉପଯୋଗୀ କରିଥିବା ୧୦ଜଣ ହିତାଧିକାରୀଙ୍କୁ ସମ୍ମାନିତ କରିଥିଲେ। ନିଜ ବାସଗୃହକୁ ସ୍ୱଚ୍ଛ ପରିବେଶ ମଧ୍ୟରେ ରଖିବାକୁ ଶପଥ କରାଇବା ସହ ହସ୍ତାକ୍ଷର ଅଭିଯାନରେ ମଧ୍ୟ ସାମିଲ ହୋଇଥିଲେ। ସେହିଭଳି ପୌରସଂସ୍ଥା ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ ପ୍ଲାଷ୍ଟିକ୍ ବର୍ଜନ ପାଇଁ ପରାମର୍ଶ ଦେବା ସହ ବଜାରରୁ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ପାଇଁ ପ୍ରତ୍ୟେକ ଘରକୁ କପଡା ବ୍ୟାଗ୍ ଦେବା ପାଇଁ ଘୋଷଣା କରିଥିଲେ। ରାସ୍ତାରେ ଘର ନିର୍ମାଣ କିମ୍ବା ଗୃହଭଙ୍ଗା ସାମଗ୍ରୀ ରଖି ଅବରୋଧକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରତ୍ୟେକ ସାହିରେ ଆବର୍ଜ୍ଜନା ସଂଗ୍ରହ ପାଇଁ ସ୍ୱଚ୍ଛ ସବାରୀର ଉପଯୋଗ କରିବା ନିମନ୍ତେ ସେ ପରାମର୍ଶ ମଧ୍ୟ ଦେଇଥିଲେ। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା।ପୌରସଂସ୍ଥା ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ଓ ଡଃ ବିରଜା ଶଙ୍କର ରଥ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.