Home କେନ୍ଦୁଝର ଚେନାଇରେ ଓଡିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ

ଚେନାଇରେ ଓଡିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ

144

ହାଟଡିହି ୨୪ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଚେନାଇରେ ଶ୍ରମିକ ଭାବେ କାମ କରୁଥିବା ଜଣେ ଓଡିଆ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି । ଖବରରୁ ଜଣାଯାଇଛି ଯେ ଶାଳଣିଆଁର ଗିରିଧାରୀ ରାଉତ ନାମକ ଜଣେ ବ୍ୟକ୍ତି ତାଙ୍କ ପୁଅ ନିମାଇଁ ସହିତ ସାଙ୍ଗହୋଇ ଚେନାଇର ଏକ କମ୍ପାନୀରେ କାମ କରୁଥିଲେ । ଗତ ୧୫ତାରିଖରେ ଗିରିଧାରୀ ଘରକୁ ଆସି ଶାଳଣିଆଁ କ୍ୱାରେଣ୍ଟାଇନରେ ôତବାବେଳେ ଗତକାଲି ସକାଳେ ତାଙ୍କ ପୁଅ ବେକରେ ରଶି ଲଗାଇ ଆତ୍ମହତ୍ୟା କରିôତବା ଖବର ପାଇଥିଲେ । ମାତ୍ର ନିମାଇଁ ଆତ୍ମହତ୍ୟା କରିବାର କିଛି କାରଣ ମଧ୍ୟ ନଥିବା ପରିବାର ଲୋକେ କହୁଛନ୍ତି । ଯାହାକୁ ନେଇ ପରିବାର ଲୋକେ ସନ୍ଦେହ କରୁଛନ୍ତି । ଖବରପାଇ ସେଠାରେ କାମ କରୁôତବା ଗିରିଧାରୀଙ୍କ ଜଣେ ସମ୍ପର୍କୀୟ ସେଠାରେ ପହଞ୍ଚିବାପରେ କମ୍ପାନୀ କର୍ତ୍ତୁପକ୍ଷ ସ୍ଥାନୀୟ ପୁଲିସ ସହଯୋଗରେ ଗତକାଲି ଶବକୁ ବ୍ୟବଚ୍ଛେଦ କରି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.