Home ଜିଲ୍ଲା ପରିକ୍ରମା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ, ୮୯୨୪ ଭୋଟର ସଂଖ୍ୟା ବୃଦ୍ଧି, ସମୁଦାୟ ଭୋଟର ସଂଖ୍ୟା ୧୨,୬୪,୨୨୦,...

ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ, ୮୯୨୪ ଭୋଟର ସଂଖ୍ୟା ବୃଦ୍ଧି, ସମୁଦାୟ ଭୋଟର ସଂଖ୍ୟା ୧୨,୬୪,୨୨୦, ପୁରୁଷ ୬,୫୨,୭୨୧ ମହିଳା ୬,୧୧,୩୪୮, ତ୍ରୁଟି ଥିଲେ ପ୍ରଶାସନ ଦୃଷ୍ଟିକୁ ଆଣନ୍ତୁ – ଜିଲ୍ଲାପାଳ

15

ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଜାନୁୟାରୀ ୫ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଏହି ନୂତନ ଭୋଟର ତାଲିକା ପ୍ରକାଶନ ନିମନ୍ତେ ଜିଲ୍ଲା କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର କାର୍ଯ୍ୟକ୍ରମରେ ଉପସ୍ଥିତ ରାଜନୈତିକ ଦଳର ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଗହଣରେ ତାଲିକା ପ୍ରକାଶ କରିଥିଲେ । ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟା, ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଥିବା ସମୁଦାୟ ଭୋଟର ସଂଖ୍ୟା, ପୁରୁଷ ଓ ମହିଳା ଓ ତୃତୀୟଲିଙ୍ଗ ଭୋଟର ସଂଖ୍ୟା ପୁରୁଷ ଓ ମହିଳା ଭୋଟରସଂଖ୍ୟା ଅନୁପାତରେ ଆଗ ଅପେକ୍ଷା ମହିଳା ସଂଖ୍ୟା ବୃଦ୍ଧି, ବୁଥ ସଂଖ୍ୟା ବୃଦ୍ଧି ଆଦି ସମ୍ବନ୍ଧରେ ଜିଲ୍ଲାପାଳ ପୁଙ୍ଖାନୁପୁଙ୍ଖ ସୂଚନା ପ୍ରଦାନ କରିବା ସହିତ ପ୍ରକାଶିତ ତାଲିକାରେ କୌଣସି ତ୍ରୁଟି ଥିଲେ ପ୍ରଶାସନ ନଜରକୁ ଆଣିବା ପାଇଁ ପ୍ରକାଶ କରିଥିଲେ । ନିର୍ବାଚନ ଘୋଷଣା ହେବା ପର୍ଯ୍ୟନ୍ତ ତାଲିକାରେ ଯୋଗ, ବିୟୋଗ ପ୍ରକ୍ରିୟା ଚାଲୁ ରହିବ ବୋଲି ସେ ସୂଚନା ଦେଇଥିଲେ । ସୂଚନାଯୋଗ୍ୟକି ଚିଠା ତାଲିକା ପ୍ରକାଶନ ବେଳେ ଭଦ୍ରକ ଜିଲ୍ଲାର ଭୋଟର ସଂଖ୍ୟା ୧୨,୫୫,୨୯୬ ଥିବା ବେଳେ ନୂଆ ତାଲିକାରେ ସମୁଦାୟ ଭୋଟର ସଂଖ୍ୟା ୧୨,୬୪୪,୨୨୦ । ସେମାନଙ୍କ ମଧ୍ୟରେ ପୁରୁଷ ଭୋଟର ସଂଖ୍ୟା ୬,୫୨,୭୨୧ ଏବଂ ମହିଳା ଭୋଟର ୬,୧୧,୩୪୮ । ତୃତୀୟ ଲିଙ୍ଗି ଭୋଟର ସଂଖ୍ୟା ୧୫୧ । ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟାରେ ୩୬,୪୩୬ ଜଣ ଭୋଟର ତାଲିକାରେ ଯୋଗ କରାଯାଇଥିବା ବେଳେ ୨୭,୩୩୪ ଜଣଙ୍କୁ ବାଦ୍ ଦିଆଯାଇଛି ।

ଚୂଡ଼ାନ୍ତ ତାଲିକାରେ ୧୮-୧୯ ବର୍ଷ ବୟସ ବର୍ଗର ଭୋଟର ସଂଖ୍ୟା ୨୫,୯୧୫, ଦିବ୍ୟାଙ୍ଗ ଭୋଟର ସଂଖ୍ୟା ୨୮,୯୧୪, ୮୦ ବର୍ଷ ଏବଂ ତହିଁରୁ ଉର୍ଦ୍ଧ୍ୱ ବୟସର ବରିଷ୍ଠ ନାଗରିକ ଭୋଟର ସଂଖ୍ୟା ୩୧,୩୬୦, ସର୍ଭିସ୍ ଭୋଟର ୨୨୫୧ ଥିବା ସୂଚନା ପ୍ରଦାନ କରାଯାଇଛି । ୨୦୧୯ରେ ବୁଥ ସଂଖ୍ୟା ୧୨୯୨ ଥିବା ବେଳେ ୨୦୨୪ରେ ବୁଥ୍ ସଂଖ୍ୟା ୧୩୦୯ । ପ୍ରକାଶ ଥାଉକି ୧୫୦୦ ଭୋଟର ରୁ ଅଧିକ ଭୋଟର ଥିବା ଜାଗାରେ ନୂଆ ବୁଥ କରାଯାଇଛି । ପୁରୁଷ ଓ ମହିଳା ଅନୁପାତରେ ମଧ୍ୟ ଉନ୍ନତି ଘଟିଛି । ୨୦୧୯ରେ ପ୍ରତି ହଜାରେ ପୁରୁଷ ଭୋଟରରେ ରେ ୯୧୩ ମହିଳା ଥିଲା ବେଳେ ୨୦୨୪ରେ ପ୍ରତି ହଜାରରେ ୯୩୭ ଜଣ ମହିଳା ଭୋଟର ଅଛନ୍ତି । ଫଟୋ ଓ ଭୋଟର ପରିଚୟ ପତ୍ରରେ ଶତକଡ଼ା ଶହେ ଭାଗ କାର୍ଯ୍ୟ ପୂରଣ ହୋଇଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଭୋଟର ତାଲିକା ପ୍ରସ୍ତୁତି ସମ୍ବନ୍ଧରେ ସୂଚନା ଦେବା ସହିତ ଜାନୁୟାରୀ ୧୦ ତାରିଖରୁ ଆଗାମୀ ଫେବୃୟାରୀ ୨୮ ପର୍ଯ୍ୟନ୍ତ ୪୯ ଦିନ ଧରି ଜିଲ୍ଲାର ସମସ୍ତ ବୁଥ୍‌ମାନଙ୍କରେ ଇଭିଏମ୍‌ରେ ମତଦାନ ପ୍ରକ୍ରିୟା ସମ୍ବନ୍ଧରେ ଭୋଟରମାନଙ୍କୁ ଦେଖାଯିବ ଓ ଶିକ୍ଷା ଦିଆଯିବ । ଏଥିପାଇଁ ପ୍ରତି ବ୍ଲକ୍ ନିମନ୍ତେ ଗୋଟିଏ ଲେଖାଏଁ ଇଭିଏମ୍ ଡ଼େମନଷ୍ଟ୍ରେସନ୍ ଭ୍ୟାନ୍ ନିୟୋଜିତ କରାଯାଇଥିବା ବିଷୟରେ ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କାର୍ଯ୍ୟକ୍ରମରେ ଉପସ୍ଥିତ ଉପଜିଲ୍ଲାପାଳ ମନୋଜ ପାତ୍ର ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ବ୍ୟାଲଟ୍ ୟୁନିଟ୍ ୩୫୦୦, କଣ୍ଟ୍ରୋଲ ୟୁନିଟ୍ ୩୪୯୯ ଓ ଭିଭିପାଟ୍ ୩୭୦୦ଟି ପହଞ୍ôଚ ଥିବା ସୂଚନା ଦେଇଥିଲେ । ଡ଼େପୁଟୀ କଲେକ୍ଟର,ନିର୍ବାଚନ ସାଗରିକା ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ବିଭାଗୀୟ କର୍ମଚାରୀ ନବୀନ ଚନ୍ଦ୍ର ସେନାପତି, କୃଷ୍ଣ ଚନ୍ଦ୍ର ରାଉତ ପ୍ରମୁଖ ଆନୁସଙ୍ଗିକ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.