Home କେନ୍ଦୁଝର ଚୁଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପରେ ପାର୍ଥୀ ଚୟନ ନେଇ କଳ୍ପନା ଜଳ୍ପନା

ଚୁଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପରେ ପାର୍ଥୀ ଚୟନ ନେଇ କଳ୍ପନା ଜଳ୍ପନା

67

ହାଟଡ଼ିହି, ୨୭/୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲାର ସର୍ବ ବୃହତ ବ୍ଲକ ଭାବେ ପରିଚିତ ହାଟଡିହି ବ୍ଲକର ଚୁଡାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଏହାକୁନେଇ ବିଭିନ୍ନ ପଞ୍ଚାୟତରେ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଛି । ଠିକ ଭାବେ ଏହି ସଂରକ୍ଷିତ ହୋଇ ନଥିବା ନେଇ ବିଭିନ୍ନ ଆଶାୟୀ ମାନେ କେର୍ଟ କଚେରୀ ଯିବାକୁ ବାହାରିଲେଣି । ଏପରିକି ସଂରକ୍ଷଣ ତାଲିକା ପ୍ରକାଶ ପାଉପାଉ କିଏ କେଉଁ ପଞ୍ଚାୟତରେ ପ୍ରାରô୍ଥ ହେବ ସେନେଇ ମଧ୍ୟ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଗଲାଣି । ଚୁଡାନ୍ତ ତାଲିକାରେ ସମିତିସଭ୍ୟ ତାଲିକାରେ କୌଣସି ପରିବର୍ତ୍ତନ ହୋଇ ନଥିବାବେଳେ ସରପଞ୍ଚ ତାଲିକାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଅକରୁଆ ସରପଞ୍ଚ ପଦବୀ ଅସଂରକ୍ଷିତ ମହିଳା ôତବାବେଳେ ଏବେ ପଛୁଆବର୍ଗ ମହିଳା, ଆଇତିପୁର ପଛୁଆବର୍ଗ ମହିଳା ଥିବାବେଳେ ତାହା ଅସଂରକ୍ଷିତ ମହିଳା, ଆମ୍ବୋ ଅସଂରକ୍ଷିତ ଥିବାବେଳେ ଏବେ ଏହା ଅସଂରକ୍ଷିତ ମହିଳା, ପୁର୍ବରୁ ଇଞ୍ଚୋଳ ସରପଞ୍ଚ ପଦବୀ ଅସଂରକ୍ଷିତ ଥିବାବେଳେ ଏବେ ଅସଂରକ୍ଷିତ ମହିଳା, ପୁର୍ବରୁ ଓରାଳି ଅସଂରକ୍ଷିତ ମହିଳା ଥିବାବେଳେ ଏବେ ଅସଂରକ୍ଷିତ ହୋଇଛି । ସେହିପରି ଜମ୍ଭୀରା ଅସଂରକ୍ଷିତ ଥିବାବେଳେ ଏବେ ଅସଂରକ୍ଷିତ ମହିଳା, ଢ଼େଙ୍କା ଅସଂରକ୍ଷିତ ମହିଳା ଥିବାବେଳେ ଏବେ ଅସଂରକ୍ଷିତ, ପଢ଼ିଆରିପଲ୍ଲୀ ଅସଂରକ୍ଷିତ ଥିବାବେଳେ ଏବେ ଅସଂରକ୍ଷିତ ମହିଳା ହୋଇଛି । ସେହିପରି ମରୈଗାଁ ପଞ୍ଚାୟତ ପୁର୍ବରୁ ଅନୁସୁଚିତ ଜାତି ଥିବାବେଳେ ଏବେ ତାହା ଅନୁସୁଚିତ ଜନଜାତି ମହିଳା, ସୋସୋ ସୋସୋ ଅନୁସୁଚିତ ଜାତି ମହିଳା ଥିବାବେଳେ ଏବେ ତାହା ଅନୁସୁଚିତ ଜାତି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.