ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଳାରୁ ସର୍ବାଧିକ ୪୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଜିଲ୍ଲା ପାଇଁ ପ୍ରଥମ ଥର ୪ଶହ ସଂଖ୍ୟା ଅତିକ୍ରମ କରିଛି । ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୧୧ହଜାର ୪୯୯ । ସୁସ୍ଥ ହୋଇ ସାରିଛନ୍ତି ୯ହଜାର ୫୧୩ଜଣ । ଏବେ ସକ୍ରିୟ ଆକ୍ରାନ୍ତ ଅଛନ୍ତି ୧୯୫୪ଜଣ । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଚାନ୍ଦବାଲି ବ୍ଲକର ଜଣେ କିମ୍ସ୍ରୁ, ଭଦ୍ରକ ବ୍ଲକର ଜଣେ, ତିହିଡି ବ୍ଲକର ଜଣେ ଓ ବାସୁଦେବପୁର ବ୍ଲକର ଜଣେ ଏସ୍ସିବିରୁ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ବ୍ୟତୀତ ଭଦ୍ରକ ପୌରପାଳିକାରୁ ୩୯ଜଣ, ଧାମନଗର ବ୍ଲକରୁ ୧୭ଜଣ, ଚାନ୍ଦବାଲି ବ୍ଲକରୁ ୧୪ଜଣ, ବନ୍ତ ବ୍ଲକରୁ ୪୮ଜଣ, ତିହିଡ଼ି ବ୍ଲକରୁ ୬୪ଜଣ, ବାସୁଦେବପୁରରୁ ୬୮, ବାସୁଦେବପୁର ପୌରପାଳିକାରୁ ୧୬ଜଣ, ଭଦ୍ରକ ବ୍ଲକ ଅଞ୍ଚଳରୁ ୮୦ଜଣ, ଭଣ୍ଡାରିପୋଖରୀ ବ୍ଲକରୁ ୪୪, ଧାମନଗର ଏନ୍ଏସିରୁ ୧, ଚାନ୍ଦବାଲି ଏନ୍ଏସିରୁ ୨ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲା ଭାବେ ବାଲେଶ୍ୱର ଜିଲ୍ଲାର ସିମୁଳିଆ, ଖଇରାବ୍ଲକ, କେନ୍ଦୁଝର ଜିଲ୍ଲାର ହାଟଡିହ ବ୍ଳକ ଓ ଯାଜପୁର ଜିଲ୍ଳାର ନଡ଼ିଆଭଙ୍ଗା ଅଞ୍ଚଳରୁ ମିଶାଇ ୧୫ଜଣ ଚିହ୍ନଟ ହୋଇଛନ୍ତି । ଆଜି ଚିକିତ୍ସାଧୀନ ଥିବା କୋଭିଡ଼ ଆକ୍ରାନ୍ତଙ୍କ ପରିସଂଖ୍ୟାନରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୬୨ଜଣ, ଡେଡିକେଟେଡ କୋଭିଡ଼ ହେଲ୍ଥ୍ ସେଣ୍ଟରରେ ୭୦ଜଣ, ଓଲଙ୍ଗ କୋଭିଡ କେୟାର ସେଣ୍ଟରରେ ୩୭ଜଣ, ତିହିଡ଼ି କୋଭିଡ଼ କେୟାର ସେଣ୍ଟରରେ ୨୬ ଜଣଙ୍କୁ ମିଶାଇ ମୋଟ ୧୯୫ଜଣ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୩୪ଜଣ ଆକ୍ରାନ୍ତ ଅକ୍ସିଜେନ ବ୍ୟବହାର କରୁଥିବା ସୂଚନା ଦିଆ ଯାଇଛି ।