Home ଓଡ଼ିଶା ଚିନିକଳ ଓ ବୃତ୍ତଙ୍ଗ ପ୍ରକଳ୍ପ ନିର୍ମାଣ ଦାବିରେ ସିପିଆଇ(ଏମ୍‌)ର ଦାବିପତ୍ର

ଚିନିକଳ ଓ ବୃତ୍ତଙ୍ଗ ପ୍ରକଳ୍ପ ନିର୍ମାଣ ଦାବିରେ ସିପିଆଇ(ଏମ୍‌)ର ଦାବିପତ୍ର

86

ନୟାଗଡ଼, ୨୦ା୬: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)କରୋନା ସଂକ୍ରମଣର ଭୟାବହତାକୁ ନେଇ ଚାରିଆଡ଼େ ଆତଙ୍କ। ଅନେକଙ୍କ ଜୀବନ ଓ ଜୀବିକା ସଂଘର୍ଷମୟ ହୋଇପଡ଼ିଛି। ନା ଅଛି ଜୀବିକା ନା ଅଛି ପରିବାର ପ୍ରତିପୋଷଣ କରି ଜୀବନ ବଂଚାଇବାର ସାମର୍ଥ୍ୟ। ଏମିତି ନାହିଁରେ ନାହିଁରେ ଗରୀବ ଗୁରୁବାଙ୍କ ଠାରୁ କରୋନା ଛଡ଼ାଇ ନେଇଛି ଜୀବିକା। ଏହି ପରିପ୍ରେକ୍ଷିରେ ସାଧାରଣ ଲୋକଙ୍କୁ କର୍ମ ଯୋଗାଣ ଯୋଗାଇଦେବା ଉଦ୍ଦେଶ୍ୟରେ ନୟାଗଡ଼ ସିପିଆଇଏମ ପକ୍ଷରୁ ଚିନିକଳ ଚାଲୁକରିବା ଓ ବୃତ୍ତଙ୍ଗ ପ୍ରକଳ୍ପ ନିର୍ମାଣ କରିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛି। ଚିନିକଳ ଚାଲୁହେଲେ ବୁଡ଼ିଯାଇଥିବା ଆଖୁଚାଷ ଚାଷୀମାନେ ପୁଣି କରି ରୋଜଗାର ପନ୍ଥା ପାଇପାରିବେ ଓ ବୃତ୍ତଙ୍ଗ ପ୍ରକଳ୍ପ ନିର୍ମାଣ ହେଲେ ଶ୍ରମିକମାନେ କର୍ମଯୋଗାଣର ରାସ୍ତା ବାଛିପାରିବେ। ଏଥିସହିତ ଦଶପଲ୍ଲାରେ କାଗଜକଳ, ଭାପୁରର ପଦ୍ମାବତୀ ଠାରେ ବ୍ୟାରେଜ୍ ନିର୍ମାଣ, ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ଆଦି ତ୍ୱରାନ୍ନିତ କରିବା ନିମନ୍ତେ ଦାବି କରିଛି। କମ୍ୟୁନିଷ୍ଟ ନେତା ବିଶ୍ୱନାଥ ମହାପାତ୍ରଙ୍କ ନେତୃ୍‌ତ୍ୱରେ ଏହି ଦାବି ପତ୍ର ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.