ମାଲକାନଗିରି,୩ା୧୦ (ଓଡିଆ ପୁଅ ) ପୁଲିସ ପେଟ୍ରୋଲିଂ ସମୟରେ ଗଜେଂଇ ଚୋରା ଚାଲାଣ କରୁଥିବା ବେଳେ ପୁଲିସ ହାବୁଡରେ ପଡି ଜଣେ ଚୋରାଚଲାଣ କାରି ଧରାପଡିଛି । ଟ୍ରକ ସହିତ ୧୫୦୧ କେଜି ଗଜେଂଇ ପୁଲିସ ଜବତ କରିଛି । ମାଲକାନଗିରି ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀରେ ଏସଡପିଓ ଅଶୁଂମାନ ଦି୍ୱବେଦୀ ଗଜେଂଇ ଚଚୋରାଲଣ ସଂପର୍କରେ ସୁଚନା ଦେଇଛନ୍ତି । ଶନିବାର ରାତ୍ରରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଧିକାରୀ ସତ୍ୟପ୍ରକାଶ ନାୟକ ଙ୍କ ନେତୃତ୍ୱରେ ପୁଲିସ କର୍ମଚାରୀ ମାନେ ଆନ୍ଦ୍ରସୀମାନ୍ତ ରାଖେଲଗୁଡା ଦାରାକୋଣ୍ଡା ରାସ୍ତା ଠାରେ ପେଟ୍ରୋଲିଂ କରୁଥିବା ବେଳେ ସେହି ରାସ୍ତା ଦେଇ ଏକ ମିନି ଟ୍ରକ ଦୃତ ଗତିରେ ଆନ୍ଦ୍ରପ୍ରଦେଶ ଆଡକୁ ପଳାଇବା ଦେଖି ପୁଲିସ ଗୋଡାଇ ଧରିଥିଲେ । ଟ୍ରକ ଟିକୁ ଜାଂଚ କରିବାରୁ ସେଥିରେ ୫୦ ଟି ପଲିଥିନ ବସ୍ତାରେ ଗଜେଂଇ କେକ ଥିବାର ଦେଖିବାକୁ ପାଇଥିଲେ । ଗଜେଂଇ ଚୋରାଚାଲାଣ କରିବା ଅଭି ଯୋଗରେ ଆନ୍ଦ୍ରପ୍ରଦେଶ ଆମାଲାପୁରମ ଗ୍ରାମର ଟ୍ରକ ଡ୍ରାଇଭର ନାଗବାତୁଲା ବାଲୁ(୨୨) କୁ ପୁଲିସ ଗିରଫ କରି ଥାନାକୁନେଇ ପଚରା ଉଚାରା କରିବାରୁ ଜଣାପଡିଥିଲା । ଏହି ଗଜେଂଇ ଗୁଡିକୁ ସେ ଆନ୍ଦ୍ରପ୍ରଦେଶର ରାଜମେନ୍ଦ୍ରୀ କୁ ନେଉଥିଲା । ପୁଲିସ ଗଜେଂଇ ଗୁଡିକୁ ମାଜିଷ୍ଟ୍ରେଟ ସାମନାରେ ଓଜନ କରିଥିଲେ,୧୫୦୧କେଜି୨୫୦ ଗ୍ରାମ ଗଜେଂଇ ହୋଇଥିଲା । ଡ୍ରାଇଭର ନିକଟରୁ ଗୋଟିମୋବାଇଲ ଫୋନ,ନଗଦ ୯୫୦ଟଙ୍କା ,ଗଜେଂଇ ବୋଝେଇ ଗାଡି ଜବତ କରି ଚିତ୍ରକୋଣ୍ଡା ଥାନା ରେ ଏକ ମାମଲା ରୁଜୁକାରା ଯାଇଛି । ଗଜେଂଇ ଚୋରାଚାଲାଣ କରିବା ଅଭିଯୋଗରେ ଗିରଫ ନାଗବାତୁଲା ବାଲୁ କୁ ଆଜି କୋର୍ଟ ଚାଲାଣ କରାଯାଇଥିବାର ଏସଡିପିଓ ଅଶୁଂମାନ ଦ୍ୱିବେଦୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।