Home ଓଡ଼ିଶା ଚାଲି ଚାଲି ଆନ୍ଦ୍ର ସୀମାପାର ହୋଇ ମୋଟୁଠାରେ ପହଁଚିଲେ ୨୨ଜଣ ଶ୍ରମିକ,ପ୍ରଶାସନ ପକ୍ଷରୁ ସେମାନଙ୍କୁ କ୍ୱାରାଟାଂଇନ...

ଚାଲି ଚାଲି ଆନ୍ଦ୍ର ସୀମାପାର ହୋଇ ମୋଟୁଠାରେ ପହଁଚିଲେ ୨୨ଜଣ ଶ୍ରମିକ,ପ୍ରଶାସନ ପକ୍ଷରୁ ସେମାନଙ୍କୁ କ୍ୱାରାଟାଂଇନ ସ୍ୱତନ୍ତ୍ର ଗୃହକୁ ପଠାଇ ଦିଆଗଲା

143

ମାଲକାନଗିରି,୨ା୪ (ଓଡିଆ ପୁଅ )କରୋନା କୁ ନେଇ ସତର୍କାତା ବ୍ୟବସ୍ଥା ସ୍ୱରପ ସମଗ୍ର ଦେଶରେ ଲକ ଡାଉନ କରାଯାଇଥିବା ରୁ ସମସ୍ତ ଦୋକାନବଜାର ଓ ଯାନବାହନ ଚଳାଚଳକୁ ବନ୍ଦକରିଦିଆଯାଇ ଥିବାରୁ ଆନ୍ଦ୍ରପ୍ରଦେଶକୁ କାମକରିବାକୁ ଯାଇଥିବା ମାଲକାନଗିରି ଜିଲ୍ଲାର ୨୨ଜଣ ଶ୍ରମିକ ଶହ ଶହ କିଲୋମିଟର ଚାଲି ଚାଲି ସୀମାନ୍ତ ମୋଟୁ ଠାର ପହଁଚିଛନ୍ତି । ଏ ଖବର ଜିଲ୍ଲାପ୍ରଶାସନ ନିକଟରେ ପହଁଚିବା ପରେ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ, ଏସପି ରିଶିକେଶ ଡି ଖିଲାରୀ ଙ୍କ ନିର୍ଦ୍ଦେଶ କ୍ରମେ ମୋଟୁ ତହସିଲଦାର ଶଶାଙ୍କ ଶେଖର ମିଶ୍ର, ଅତିରିକ୍ତ ତହସିଲଦାର ଭବାନି ମିଶ୍ର,ମୋଟୁ ଥାନା ଅଧିକାରୀ ରଘୁନାଥ ମାଝୀ ପ୍ରମୁଖ ମୋଟୁ ନଦୀଘାଟ ଠାରେ ସେମାନଙ୍କୁ ଅଟକାଇ ପରିଚୟ ମାଗିଥିଲେ,ସେହି ଶ୍ରମିକ ମାନେ କୁଡୁମୁଲୁଗୁମ୍ମା,ମାଥିଲି ଅଚଂଳର ବୋଲି ଜଣାପଡିଛି, ଗତ କିଛି ମାସହେଲା ଆନ୍ଦ୍ରପ୍ରଦେଶର ଖମାମ ଜିଲ୍ଲାକୁ କାମକରିବାକୁ ଯାଇଥିଲେ ଲକ ଡାଉନ ହେବାରୁ କାମ ସବୁ ବନ୍ଦହୋଇଗଲା, କେତେ ଦିନ ଓପାସ ଭୋକରେ ସେଠାରେ ପଡିରହିବେ ତେଣୁ ସେଠାରୁ ସେମାନେ ଚାଲି ଚାଲି ନିଜଘରକୁ ଯିବାପାଇଁ ମୋଟୁ ସିଲେରୁ ନଦୀପାର ହୋଇ ପଳାଇ ଆସିଛନ୍ତି । ବାହାର ରାଜ୍ୟରୁ ସେମାନେ ଆସିଥିବାରୁ ତାଙ୍କୁ ପୁଷୁଗୁଡା ଠାରେ କରାଯାଇଥିବା କରୋନା ଅସ୍ଥାୟୀ ସଂଘରୋଧ ସ୍ୱାସ୍ଥ୍ୟକେନ୍ଦ୍ର ପଠାଇ ଦିଆ ଯାଇ ସେଠାରେ ସେମାନଙ୍କୁ କ୍ୱାରାଟାଂଇନ ରେ ୧୪ଦିନ ପର୍ଯ୍ୟନ୍ତ ରଖାଯିବାର ବ୍ୟବସ୍ଥା କରାଯାଇଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.