Home ଜିଲ୍ଲା ପରିକ୍ରମା ଚାଲାଣ ବେଳେ ବଜରଙ୍ଗ ଦଳ ଧରିଲା ବୋଲେରୋରେ ଥିବା ୧୧ ବାଛୁରୀ

ଚାଲାଣ ବେଳେ ବଜରଙ୍ଗ ଦଳ ଧରିଲା ବୋଲେରୋରେ ଥିବା ୧୧ ବାଛୁରୀ

33

ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ-ଚାନ୍ଦବାଲି ରାସ୍ତାର ପିରହାଟ ବଜାରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବୋଲେରୋରେ ୧୧ଟି ବାଛୁରୀ ଚାଲାଣ ହେଉଥିବା ବେଳେ ବଜରଙ୍ଗ ଦଳର କର୍ମୀମାନେ ଧରି ପୁଲିସକୁ ଜିମା ଦେଇଛନ୍ତି । ଏ ସମ୍ପର୍କରେ ପୀରହାଟ ପୁଲିସ କେଶ ନଂ-୧୨୨/୨୩ରେ ଏକ ମକଦ୍ଦମା ରୁଜୁ କରି ବୋଲେରୋକୁ ଜବତ କରିବା ସହିତ ଘଟଣାର ତଦନ୍ତ ଚଳାଇଛି । ଖବରରୁ ଜଣାଯାଇଛି ଯେ ଚାନ୍ଦବାଲିରୁ ଏକ ବଲେରୋ ( ନଂ ଓଆର- ୨୨-୦୯୭୯) ରେ ୧୧ଟି ବାଛୁରୀକୁ ବୋଝେଇ କରି ଭଦ୍ରକ ଅଭିମୁଖେ ଯାଉଥିଲା । କୌଣସି ସୂତ୍ରରୁ ଖବର ପାଇ ବଜରଙ୍ଗ ଦଳର କର୍ମୀ ଜୟପ୍ରକାଶ ପତି, ବୁଦ୍ଧିରାମ ସେଠୀ, ଜୀବନଜ୍ୟୋତି ବଳ, ବାବୁ ପରିଡ଼ା, ବାପୁନୁ ଦାସ, ଦୀପକ ଦାସ, ସୁନନ୍ଦ ଦାସ ପ୍ରମୁଖ ବୋଲେରୋକୁ ପିରହାଟ ବଜାରରେ ଅଟକାଇଥିଲେ । ସେଥିରେ ୧୧ଟି ବାଛୁରୀ ଚାଲାଣ ହେଉଥିବା ଜଣାପଡ଼ିଥିଲା । ପରେ ସେମାନେ ପିରହାଟ ଥାନା ପୁଲିସକୁ ଖବର ଦେଇଥିଲେ । ପୁଲିସ ବୋଲେରୋକୁୁ ଜବତ କରି ବାଛୁରୀସବୁକୁ ଭଦ୍ରକ ସ୍ଥିତ ଗୋଶାଳାରେ ଛାଡିଥିବା ଜଣାଯାଇଛି । ତେବେ ଗାଡି ଚାଳକ ଫେରାର ହୋଇଯାଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.