Home ଜିଲ୍ଲା ପରିକ୍ରମା ଆଇଏମ୍‌ଏ ଏଣ୍ଡ ରୋଟାରୀ କ୍ଲବ୍ ପକ୍ଷରୁ ଡକ୍ଟର୍ସ ଡେ ପାଳିତ

ଆଇଏମ୍‌ଏ ଏଣ୍ଡ ରୋଟାରୀ କ୍ଲବ୍ ପକ୍ଷରୁ ଡକ୍ଟର୍ସ ଡେ ପାଳିତ

63

ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରୋଟାରୀ କ୍ଲବ୍‌, ଭଦ୍ରକ ଭାରତୀୟ ଚିକିତ୍ସିକ ସଂଘ (ଆଇଏମ୍‌ଏ) ର ମିଳିତ ଆନୁକୂଲ୍ୟରେ ଜାତୀୟ ଚିକିତ୍ସକ ଦିବସ ପାଳନ କରାଯାଇଛି । ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଦିବସ ପାଳନରେ ମୁଖ୍ୟଅତିଥି ଭାବେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର କହିଲେ ଯେ ଡାକ୍ତର ଦ୍ୱିତୀୟ ଈଶ୍ୱର । ବିଭିନ୍ନ ଘାତ ପ୍ରତିଘାତ ମଧ୍ୟରେ ଡାକ୍ତରମାନଙ୍କ ସେବା ଅତୁଳନୀୟ । ଏହା ପ୍ରମାଣିତ କରିଛି କୋଭିଡ୍ ମହାମାରୀ ସମୟରେ । ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କର କୋଭିଡ୍ ମହାମାରୀ ସମୟର ଅଦମ୍ୟ ସାହସ ଓ ନିସ୍ୱାର୍ଥପର ସେବା ଚିର ସ୍ମରଣୀୟ ହୋଇ ରହିବ । ଡାକ୍ତରମାନଙ୍କ ତ୍ୟାଗ ଓ ନିଷ୍ଠା ଫଳରେ କୋଭିଡ୍ ମହାମାରୀ ଏବେ ଆୟତ୍ତାଧୀନ ହୋଇପାରିଛି ବୋଲି ଜିଲାପାଳ ଶ୍ରୀ ବୋନ୍ଦର ମତପ୍ରକାଶ କରିଥିଲେ । ଶେଷରେ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଉତ୍ତୋରତ୍ତର କାମନା କରିଥିଲେ । ଆଇଏମ୍‌ଏ ଭଦ୍ରକ ଶାଖାର ସଭାପତି ଡାକ୍ତର ରବିନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ ପାତ୍ର କହିଲେ ଯେ ଜାତୀୟ ଚିକିତ୍ସକ ଦିବସ ପ୍ରତିବର୍ଷ ୧ ତାରିଖ ଦିନ ପାଳନ କରାଯାଏ ।

ଏହି ଦିନଟିକୁ ଭାରତ ରତ୍ନ ଡାକ୍ତର ବିଧାନଚନ୍ଦ୍ର ରାୟଙ୍କ ସ୍ମୃତିରେ ପାଳନ କରାଯାଇଆସୁଛି । ତେବେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ନୂଆ ଗବେଷଣା ଦ୍ୱାରା ଏବେ ବହୁ ଦୂରାବ୍ୟାଧି ରୋଗ ଭଲ ହୋଇପାରୁଛି ବୋଲି ଶ୍ରୀ ପାତ୍ର କହିଥିଲେ । ଅନୁଷ୍ଠିତ ସଭାରେ ରୋଟାରୀ କ୍ଲବ୍ ତରଫରୁ ୧୩ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏମାନେ ହେଲେ ଡାକ୍ତର ଝସକେତନ ମହାନ୍ତି, ବିମଳା ମିଶ୍ର, ସଂଗୀତା ବଳ, ଗୌରଚନ୍ଦ୍ର ଜେନା, ସୁବାଷ ଚନ୍ଦ୍ର ବିଶ୍ୱାଳ, ସୋନମ ସ୍ୱାଇଁ, ମୋନାଲିସା ପାଣିଗ୍ରାହୀ, ଆର.କେ. ନାୟକ, ହରେକୃଷ୍ଣ ନାୟକ, ରଣଜିତ୍ ଖଟୁଆ, ବିଭୂତି ଭୂଷଣ ନାୟକ, ସୋମନ ସୌରଭ ଓ ଉମେଶ ଚନ୍ଦ୍ର ଜେନା । ଅନୁଷ୍ଠିତ ସଭାରେ ଡାକ୍ତର ପ୍ରଦୀପ ନାୟକ, ରୋଟାରୀ କ୍ଲବ୍‌ର ସଭାପତି ପ୍ରଣବ କୁମାର ସାହୁ, ବରିଷ୍ଠ ରୋଟାରିଆନ ବସନ୍ତ କୁମାର ପାଣିଗ୍ରାହୀ, ଅମ୍ବିକା ବଲ୍ଲଭ ସ୍ୱାଇଁ, ମଙ୍ଗିଲାଲ ବଳଦେବ, ପ୍ରମୋଦ କୁମାର ଜେନା, ଇନ୍ଦ୍ରଜିତ୍ ସାହୁ, ସୁବାଷ ସାହୁ, ବୈରାଗୀ ଚନ୍ଦ୍ର ଧଳ, ଶୈଳେନ୍ଦ୍ର ପାଢୀ, ଶାନ୍ତି ସ୍ୱରୂପ, ସୀତାକାନ୍ତ ଦାସ, ଅଜିତ୍ କୁମାର ଦାସ, ଗୟାଧର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଏହାବ୍ୟତୀତ ଜିଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ (ମେଡିକାଲ) ସନ୍ତୋଷ ଜେନା ମଧ୍ୟ ଉପସ୍ଥିତ ଥିଲେ । ରୋଟାରୀ କ୍ଲବ୍ ପକ୍ଷରୁ ବାଦଲ କିଶୋର ମହାପାତ୍ର ଧନ୍ୟବାଦ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.