Home ଗଜପତି ଚାନ୍ଦିପୁଟରେ ପୃଥକ୍ ପୃଥକ୍ ସ୍ଥାନରୁ ଲକ୍ଷ୍ୟାଧିକ ଟଙ୍କାର ସାମଗ୍ରୀ ଚୋରି ଅଭିଯୋଗ

ଚାନ୍ଦିପୁଟରେ ପୃଥକ୍ ପୃଥକ୍ ସ୍ଥାନରୁ ଲକ୍ଷ୍ୟାଧିକ ଟଙ୍କାର ସାମଗ୍ରୀ ଚୋରି ଅଭିଯୋଗ

452

ମୋହନା ୨/୫ (ଓଡ଼ିଆ ପୁଅ/ହନୀ ବିଷୋୟୀ) ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମ ରେ ପୃଥକ୍ ପୃଥକ୍ ସ୍ଥାନରୁ ଲକ୍ଷ୍ୟାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବାନେଈ ମୋହନା ଥାନା ରେ ଅଭିଯୋଗ ହୋଇଛି। କୋଭିଡ-୧୯ ଲକଡାଉନ ଫାଇଦା ନେଇ ଗତକାଲି ବିଳମ୍ବିତ ରାତିରେ ଚାନ୍ଦିପୁଟଗ୍ରାମରେ କିଛି ଦୁବୃର୍ତ୍ତ ଏକ ମୋବାଇଲ ଦୋକାନରୁ ସ୍ମାର୍ଟ ଫୋନ ଓ ସ୍ଥାନୀୟ ଏକ ବିଦ୍ୟାଳୟରୁ କମ୍ପ୍ୟୁଟର ଓ କିଛି ସାମଗ୍ରୀ ଚୋରି କରି ନେଇଛନ୍ତି। ଏ ନେଇ ଦୋକାନ ମାଲିକ ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମୋହନା ଥାନା ରେ ଅଭିଯୋଗ କରିଛନ୍ତି। ଏହାର ଖବର ପାଇ ମୋହନା ଥାନା ଅଧିକାରୀ ସୁଜିତ ନାୟକ, ଏସ୍.ଆଇ ଏସ୍. ଶାରକା ଓ ଥାନା ଷ୍ଟାଫ୍ ଘଟଣାସ୍ଥଳରେ ପହଂଚି ଏହାର ତଦନ୍ତ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.