Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ବ୍ଲକରେ ସଙ୍ଗରୋଧ କେନ୍ଦ୍ର ହ୍ରାସ ପାଇଁ ଜିଲ୍ଲାପାଳଙ୍କ ନିର୍ଦେଶ

ଚାନ୍ଦବାଲି ବ୍ଲକରେ ସଙ୍ଗରୋଧ କେନ୍ଦ୍ର ହ୍ରାସ ପାଇଁ ଜିଲ୍ଲାପାଳଙ୍କ ନିର୍ଦେଶ

84

ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ବ୍ଲକରେ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଓଡିଆଙ୍କ ପାଇଁ ରାଜ୍ୟ ସରକାର ଖୋଲିଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ହ୍ରାସ କରିବା ପାଇଁ ଆଜି ଭଦ୍ରକ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । କରୋନାର ଭୟାବହତାକୁ ନଜରରେ ରଖି ରାଜ୍ୟ ସରକାର ମଇ ମାସ ୩ ତାରିଖରେ ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ ଆରମ୍ଭ କରିଥିଲେ । ଏହି ଅବସରରେ ଚାନ୍ଦବାଲି ବ୍ଲକରେ ପ୍ରାଥମିକ ପର୍ଯ୍ୟାୟରେ ୮୫ଟି କେନ୍ଦ୍ର ସ୍ଥାପନ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଏହି ସଂଖ୍ୟା ବଢି ୧୩୨ଟି ହୋଇଥିଲା । ଦିନକୁ ଦିନ ସରକାର ଲକ ଡାଉନ ଏବଂ ସଟ ଡାଉନର ସମୟ ହ୍ରାସ କରିଥିବା ବେଳେ ଏହି ସମସ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଲୋକଙ୍କ ସଂଖ୍ୟା କମି କମି ଯାଉଛି । ଏହି ପ୍ରବାସୀ ଲୋକଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାପାଳ ଞାନରଞନ ଦାସ ଆଜି ଚାନ୍ଦବାଲି ବ୍ଲକରେ ଖୋଲିଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରର ସଂଖ୍ୟା୧୩୨ରୁ କମାଇ ୯ ମଧ୍ୟରେ ସିମୀତ ରଖିବାକୁ ନିର୍ଦେଶ ଦେଇଛନ୍ତି । ଏହା ମଧ୍ୟରୁ ଆରଡି, ଧାମରା, ଦୋସିଙ୍ଗା, ଗୋପିନାଥପୁର, ମତୋ, ଯଶୀପୁର, ଭାଟପଡା, ଓରାସାହି, ଏବଂ ଘଟପୁର ପଂଚାୟତରେ ଗୋଟିଏ ଗୋଟିଏ ଏହି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ରହିବା ସହ ଅନ୍ୟ କେନ୍ଦ୍ର ମାନଙ୍କରେ ଥିବା ସମସ୍ତ ବାହାର ରାଜ୍ୟ ଫେରନ୍ତା ମାନଙ୍କୁ ଏହି କେନ୍ଦ୍ରକୁ ଆଜି ଠାରୁ ସ୍ଥାନାନ୍ତରିତ କରାଯିବ ବୋଲି ଏହି ନିର୍ଦେଶନାମାରେ ଉଲ୍ଲେଖ ଅଛି ।ଅନ୍ୟ ସମସ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଜୁନ ୧୬ ତାରିଖ ଠାରୁ ବନ୍ଦ ରଖାଯିବ ବୋଲି ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.