ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ଚିକିତ୍ସାଳୟରେ ସାମ୍ନାକୁ ଆସିଛି ଖୁଲମଖୋଲା ଲାଞ୍ଚ କାରବାରର ଦୃଶ୍ୟ । ପୂର୍ବରୁ ବହୁତ ଅଭିଯୋଗ ହୋଇଆସୁଥିବା ପରେ ମଧ୍ୟ ଚାନ୍ଦବାଲି ମେଡିକାଲ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନଥିବା ପରିଲକ୍ଷିତ ହୋଇଛି । ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସମଗ୍ର ଅଞ୍ଚଳ ନିର୍ଭର କରିଥାନ୍ତି । ମୃତ୍ୟୁ ପ୍ରମାଣପତ୍ର ଆବେଦନର ୭ ଦିନ ମଧ୍ୟରେ ଦେବାକୁ ନିୟମ ଥିବାବେଳେ ଏଠାରେ ଅତି କମ୍ରେ ଦୁଇରୁ ତିନିମାସ ଦୌଡିବାକୁ ପଡିଥାଏ । ଏହି ବିଭାଗରେ ଥିବା କିରାଣୀ ପ୍ରିୟବ୍ରତ ମିଶ୍ର ପ୍ରମାଣପତ୍ର ଦେବାରେ ବିଳମ୍ବ ଏବଂ ସରକାର ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ଅର୍ଥ ଆଦାୟ କରୁଥିବା ଅଭିଯୋଗ ଅଭିଯୋଗ ସତ୍ୱେ ଆଜି କିରାଣୀ ଶ୍ରୀ ମିଶ୍ର ଅଫିସ୍ ଭିତରେ ପଇସା ନେଉଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ତେବେ ସଂଗେ ସଂଗେ ଶ୍ରୀ ମିଶ୍ର ଲାଞ୍ଚ ନେଇଥିବା ଟଙ୍କାସବୁ ଟେବୁଲ ତଳେ ଫିଙ୍ଗି ଦେବା ସହ ଲାଞ୍ଚ ନେଉଥିବା କଥାକୁ ଅସ୍ୱୀକାର କରିଛନ୍ତି । ଏନେଇ ମେଡିକାଲ ଅଫିସର ବିଷ୍ଣୁ ସାହୁଙ୍କ ସହ ଯୋଗାଯୋଗ କରିବାକୁ ଯିବାରୁ କିରାଣୀ ମିଶ୍ର ମେଡିକାଲ ଅଫିସର ଶ୍ରୀ ସାହୁଙ୍କ କାନରେ କଣ କହିବା ପରେ ଶ୍ରୀ ସାହୁ ସଂପୂର୍ଣ୍ଣ ଭାବେ ଗଣମାଧ୍ୟମ ଆଗରେ ଏ ସଂପର୍କରେ ଏଡାଇ ଯାଇଥିଲେ । ତେବେ ପ୍ରଶ୍ନ ଉଠୁଛି ସରକାର ସ୍ୱାସ୍ଥ୍ୟ ବିଭାଗକୁ ସଂପୂର୍ଣ୍ଣ ସ୍ୱଚ୍ଛ କରିବା କଥା କହୁଥିବା ଏବଂ ସ୍ୱାସ୍ଥ୍ୟ ବିଭାଗକୁ ୫-ଟି ପରିସରଭୁକ୍ତ କରିବା ପରେ ମଧ୍ୟ ଦିନ ଦ୍ୱିପ୍ରହରରେ ସାଧାରଣ ଲୋକମାନଙ୍କୁ କିଭଳି ଭାବେ ଲୁଟ୍ କରାଯାଉଛି । ଏବଂ ତଥ୍ୟ ସାମ୍ନାରେ ଉପସ୍ଥାପନା କରିବା ପରେ ମଧ୍ୟ ଅଭିଯୋଗକୁ ଖଣ୍ଡନ କରାଯାଉଛି । ଏସବୁକୁ ତଦନ୍ତ କରି ତୁରନ୍ତ ଲାଞ୍ଚ କାରବାର ବନ୍ଦ କରିବା ଏବଂ ଲାଞ୍ଚ ନେଉଥିବା କିରାଣୀ ଶ୍ରୀ ମିଶ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏହି ଲାଞ୍ଚ କାରବାର ପଛରେ ଆଉ କାହା କାହା ସଂପୃକ୍ତି ରହିଛି, ତାକୁ ଧରିବା ପାଇଁ ଦାବି ଜୋର ଧରିଛି ।
Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ଚିକିତ୍ସାଳୟର ଅଜବ ନୀତି , ଲାଞ୍ଚ ନଦେଲେ ମିଳେନାହିଁ ମୃତ୍ୟୁ ପ୍ରମାଣପତ୍ର, ଲାଞ୍ଚ କାରବାରର...