Home ଓଡ଼ିଶା ଚାନ୍ଦବାଲିରେ ଦେଖିବାକୁ ମିଳିଲା ବିରଳ ମାଛ ‘କ୍ୟାଟ୍ ଫିସ୍‌’

ଚାନ୍ଦବାଲିରେ ଦେଖିବାକୁ ମିଳିଲା ବିରଳ ମାଛ ‘କ୍ୟାଟ୍ ଫିସ୍‌’

70

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ଅଂଚଳରେ ବିରଳ ପ୍ରଜାତିର ମାଛ ‘କ୍ୟାଟ୍ ଫିସ୍‌’ ଦେଖିବାକୁ ମିଳିଛି। ଦେଖିବାକୁ ସୁନ୍ଦର ହେଲେ ଏହି ମାଛଟି ମାଂସାହାରୀ ଓ ଉତ୍କଟ ବିଷଯୁକ୍ତ। ପରିବେଶ ଓ ଜୈବ ବିବିଧତା ପାଇଁ ଏହି ପ୍ରଜାତି ମାଛ ବିପଦ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ସାଧାରଣତଃ ଦକ୍ଷିଣ ଆମେରିକାର ଆମାଜନ୍ ଅଂଚଳରେ ଏହି ପ୍ରଜାତିର ମାଛ ଦେଖିବାକୁ ମିଳନ୍ତି। ନିକଟରେ ବାରଣାସୀସ୍ଥିତ ଗଂଗାନଦୀରେ କ୍ୟାସ୍ ଫିସ୍ ଦେଖିବାକୁ ମିଳିଥିବାବେଳେ ଏବେ ଚାନ୍ଦବାଲି ଅଂଚଳର କ୍ରିଷ୍ଣା ନାମକ ଜଣେ ମତ୍ସ୍ୟଜୀବୀ ଏହି ମାଛକୁ ଧରି ନିଜ ଘରେ ଏକ କୁଣ୍ଡରେ ରଖିଛନ୍ତି। ଗତମାସରେ ବୈତରଣୀ ବନ୍ୟାରେ ମାଛଟି ଭାସିଆସିଥିବାବେଳେ ସେ ରାସ୍ତା ଉପରୁ ପାଇଥିଲେ ବୋଲି କ୍ରିଷ୍ଣା କହିଛନ୍ତି। ବିଷଯୁକ୍ତ ହୋଇଥିବାରୁ ଏହି ମାଛକୁ ଖାଦ୍ୟ ଭାବେ ଗ୍ରହଣ କରାଯାଏନାହିଁ। ତେବେ ଆଖିକୁ ସୁନ୍ଦର ଦେଖାଯାଉଥିବାରୁ ମାଛଟିକୁ ସେ ସଂରକ୍ଷଣ କରି ରଖିଛନ୍ତି ବୋଲି କହିଛନ୍ତି। ମାଛର ଦେହସାରା ତୀ୍‌କ୍ଷ୍‌ଣ କଣ୍ଟା ରହିଥିବାବେଳେ ତଳପଟେ ଏହାର ପାଟି ରହିଛି। ବିଲେଇ ପରି ମୁହଁ ହୋଇଥିବାରୁ ଏହାକୁ କ୍ୟାସ୍ ଫିସ୍ କୁହାଯାଏ। ତେବେ ଜଳବାୟୁ ପରିବର୍ତ୍ତନ ଏବଂ ଖାଦ୍ୟ ଅନ୍ୱେଷଣରେ ଏହି ପ୍ରଜାତିର ମାଛ ଓଡ଼ିଶା ପୂର୍ବ ଉପକୂଳକୁ ଆସିଥିବା ସାମୁଦ୍ରିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.