Home ଓଡ଼ିଶା ଚାନ୍ଦପୁର ବିପଦଶଙ୍କୁଳ ଯାତ୍ରୀ ବିଶ୍ରାମାଗାର ପୁର୍ନଉଦ୍ଧାର ଦାବୀ

ଚାନ୍ଦପୁର ବିପଦଶଙ୍କୁଳ ଯାତ୍ରୀ ବିଶ୍ରାମାଗାର ପୁର୍ନଉଦ୍ଧାର ଦାବୀ

71

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୭/୧୧- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଚାନ୍ଦପୁର ଛକରେ ଥିବା ଯାତ୍ରୀ ବିଶ୍ରାମାଗାର ଟି  ବିପଦଶଙ୍କୁଳ ଅବସ୍ଥାରେ ରହିଅଛି । ପ୍ରତିଦିନ ଶହ ଶହ ସଂଖ୍ୟାରେ ଯାତ୍ରୀ ଏହି ବିଶ୍ରାମାଗାର ରେ ବସ୍‌ରେ ଯିବାପାଇଁ ଅପେକ୍ଷାକରି ରହିଥାନ୍ତି । କନ୍ଧନୟାଗଡ ଛକ ଠାରୁ ଚାନ୍ଦପୁର ଦେଇ ଖୋର୍ଦ୍ଧାଜିଲ୍ଲା ଟାଙ୍ଗି ପର୍ଯ୍ୟନ୍ତ ଏହା ପୁରାତନ ଜାତୀୟ ରାଜପଥ ବିଭାଗର ୫ ନଂ ଜାତୀୟ ରାଜପଥ କଡରେ ଅବସ୍ଥିତ ।  ବର୍ତ୍ତମାନ ବାଇପାସ୍ ଦେଇ ୧୬ ନଂ ଜାତୀୟ ରାଜପଥ ହେବାପରେ  ଏହି ଯାତ୍ରୀ ବିଶ୍ରାମାଗାର ପ୍ରତି କାହାର  ଦୃଷ୍ଟି ପଡୁନାହିଁ । ଛାତରୁ ସିମେଣ୍ଟ ଛେଲା ଖସିବା ସହ ଖୁଣ୍ଟି ଗୁଡିକ ଫାଟି ଗଲାଣି । ପ୍ରତିଦିନ ଏହିରାସ୍ତା ଦେଇ ଭୁବନେଶ୍ୱର ରୁ ବ୍ରହ୍ମପୁର , ଆସିକା , କାଳୁପଡା ଷ୍ଟେସନ୍ କୁ ଶହ ଶହ ଗାଡି ମୋଟର ଯାତାୟତ କରିଥାଏ । ଯାତ୍ରୀ ମାନଙ୍କର ଏକମାତ୍ର ଆଶ୍ରୟସ୍ଥଳି ହେଉଛି ଏହି ବିଶ୍ରାମାଗାର ।  ଏଭଳି ଅବସ୍ଥାରେ ରହିଛି କେତେବେଳେ ଯେ ବିଶ୍ରାମାଗାର ଟି ଭୁସୁଡି ପଡି କାହାରା ପ୍ରାଣହାନୀ ନଘଟିବ ସେକଥା କେହି କହିପାରିବେ ନାହିଁ । ଏହିରାସ୍ତା ଏବେ ଖୋର୍ଦ୍ଧାଜିଲ୍ଲା ଟାଙ୍ଗି ପୁର୍ତ୍ତ ବିଭାଗ ଅଧିନରେ ରହିଅଛି । ତେଣୁ କେହି ଦୃଷ୍ଟି ଦେଉନାହାଁନ୍ତି ।

ଏ ସର୍ମ୍ପକରେ  ଟାଙ୍ଗି ପୁର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଭାକର ଚୈାଧୁରି ଙ୍କୁ  ଯୋଗାଯୋଗ କରିବାରେ କୁହନ୍ତି ଯେ ବିଶ୍ରାମାଗାର ଟି  କେଉଁଠାରେ ଅଛି ତାହା ମୋ ନଜର ରେ ନାହିଁ । ଦେଖିବା ଉପରିସ୍ଥ ଅଧିକାରୀ ଙ୍କୁ ପଚାରିବା  କିପରି ପୁର୍ନଉଦ୍ଧାର ହୋଇପାରିବା ।  ନହେଲେ ବିପଦଶଙ୍କୁଳ ଯାତ୍ରୀ ବିଶ୍ରାମାଗାର ଟିକୁ  ଧନ ଜୀବନ ସୁରକ୍ଷା ପାଇଁ ଭାଙ୍ଗିଦେବା । ଏ ସର୍ମ୍ପକେ ଚାନ୍ଦପୁର ସରପଞ୍ଚ ଜିତେନ୍ଦ୍ର ସାହୁ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ପଞ୍ଚାୟତ ଯୋଜନା ରେ ମୁଁ ଏହି ଯାତ୍ରୀ ବିଶ୍ରାମାଗାର ପୁର୍ନଉଦ୍ଧାର ପାଇଁ ନାମ ରଣପୁର ବ୍ଲକ କୁ  ସୁପାରିଶ କରିଥିଲି । କିନ୍ତୁ ପଞ୍ଚାୟତ ଅର୍ଥରୁ ଏହା ହୋଇପାରିବ ନାହିଁ ବୋଲି ବ୍ଲକ କର୍ତ୍ତୁପକ୍ଷ କହିଥିଲେ ।  ଏବେ ମଧ୍ୟ ପୁଣିଥରେ ପଞ୍ଚାୟତ ତାଲିକାରେ ପୁର୍ନଉଦ୍ଧାର ପାଇଁ ନାମ ରଖାଯାଇଛି ।  ଏଭଳି ଅଣଦେଖା ଯୋଗୁଁ ଯାତ୍ରୀ ବିଶ୍ରାମାଗାର ପୁର୍ନଉଦ୍ଧାର ରେ ସମସ୍ୟା ଦେଖାଦେଇଛି । ଉଚକର୍ତ୍ତୁପକ୍ଷ ଯାତ୍ରୀ ମାନଙ୍କ ଧନ ଜୀବନ ସୁରକ୍ଷା ପାଇଁ ପୁର୍ନଉଦ୍ଧାର କରିବାକୁ ଜନସାଧାରଣ ରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.