Home ଓଡ଼ିଶା ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ ଉଦ୍‌ଘାଟିତ

ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ ଉଦ୍‌ଘାଟିତ

76

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-୦୩/୦୬-ନୟାଗଡ ଜିଲ୍ଲା ଚାନ୍ଦପୁରଠାରେ ଥିବା ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟନିବାସ ୧୦ବର୍ଷ ପୂର୍ବେ ଏକ ସାଧାରଣ ଚିକିତ୍ସାଳୟ ଭାବେ କାର୍ଯ୍ୟକରି ଆସୁଥିଲା । ଚଳିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୦ଶଯ୍ୟା ବିଶିଷ୍ଟ କୋଭିଡ୍‌-୧୯ ସ୍ୱାସ୍ଥ୍ୟକେନ୍ଦ୍ର ଭାବେ ପରିବର୍ତ୍ତିତ କରିଥିଲେ । ଯାହା ଫଳରେ ଚାନ୍ଦପୁରକୁ ଆସୁଥିବା ବିଭିନ୍ନ ଜିଲ୍ଲାରୁ ରୋଗୀମାନେ ସାଧାରଣ ଚିକିତ୍ସାରୁ ବଂଚିତ ହେଉଥିଲେ । ଏହି ଘଟଣାକୁ ନେଇ କୋଭିଡ୍‌-୧୯ ସ୍ୱାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟନ ସମୟରେ ଜନସାଧାରଣ ରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ନୟାଗଡ ଜିଲ୍ଲାପାଳ ଡଃ.ପୋମା ଟୁଡୁଙ୍କୁ ଚାନ୍ଦପୁର ଜିଲ୍ଲା ପରିଷଦ ସଭ୍ୟ ମୀନକେତନ ସାହୁଙ୍କ ସମେତ କିଛି ଚାନ୍ଦପୁର ବାସୀ ସାଧାରଣ ରୋଗୀଙ୍କ ପାଇଁ ଚିକିତ୍ସାଳୟ ଖୋଲିବାକୁ ଅନୁରୋଧ କରିଥିଲେ । ଜିଲ୍ଲାପାଳ ଡଃ.ପୋମା ଟୁଡୁ ସାଧାରଣ ଚିକିତ୍ସାଳୟ ଖୋଲିବା ପାଇଁ ପ୍ରତିଶୃତି ଦେଇଥିଲେ ।

ପ୍ରତିଶୃତି ଅନୁଯାୟୀ ରଣପୁର ବିଧାୟକ ତଥା ନୟାଗଡ ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ ଚାନ୍ଦପୁର ବସନ୍ତ ମଞ୍ଜରୀ କୋଭିଡ୍‌-୧୯ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଜୁନ୍ ୩ ତାରିଖ ୧୦ଘଟିକା ୩୦ମିନିଟ୍ ସମୟରେ ଏକ ସାଧାରଣ ଚିକିତ୍ସାଳୟ ଉଦ୍‌ଘାଟନ କରିଥିବା ଜଣାପଡିଛି । ବିଧାୟକଙ୍କ ସମେତ ଚାନ୍ଦପୁର ଜିଲ୍ଲାପରିଷଦ ସଭ୍ୟ ମୀନକେତନ ସାହୁ  ଓ ଅନ୍ୟାନ ବୁଦ୍ଧିଜୀବି ମାନେ ଉପସ୍ଥିତ ରହିଥିଲେ । ସାଧାରଣ ଛୁଟିଦିନ ବ୍ୟତିତ ଅନ୍ୟ ସବୁଦିନ ସାଧାରଣ ରୋଗୀମାନେ ଚିକିତ୍ସା ସୁବିଧା ପାଇପାରିବେ । ଚାନ୍ଦପୁର ଅଂଚଳବାସୀ ଜିଲ୍ଲାପାଳ ଡଃ.ପୋମା ଟୁଡୁ ଓ ବିଧାୟକ  ସତ୍ୟନାରାୟଣ ପ୍ରଧାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.