Home ଓଡ଼ିଶା କରୋନା କଟକଣା ପାଇଁ ମହାପ୍ରଭୁଙ୍କ ବିବାହ ଗୁଆଲି ଶୋଭାଯାତ୍ରା ବାହାରିବ ନାହିଁ

କରୋନା କଟକଣା ପାଇଁ ମହାପ୍ରଭୁଙ୍କ ବିବାହ ଗୁଆଲି ଶୋଭାଯାତ୍ରା ବାହାରିବ ନାହିଁ

74

ପୁରୀ, ୩/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଆଜି ମହାପ୍ରଭୁଙ୍କ ହୋଇପାରିବ ନାହିଁ ବିବାହ ଗୁଆଲି ଶୋଭାଯାତ୍ରା। କରୋନା କଟକଣା ଯୋଗୁଁ ଶ୍ରୀ ମନ୍ଦିର ପ୍ରଶାସନ ଏଭଳି ନିଷ୍ପତି ନେଇଛି। ଗତକାଲି ରୁକ୍ମଣୀ ଏକାଦଶୀ ତିଥିରେ ମହାପ୍ରଭୁଙ୍କ ବିବାହ ଉତ୍ସବ ଶ୍ରୀମନ୍ଦିର ରେ ଅନୁଷ୍ଠିତ ହୋଇଯାଇଛି। ମାଆ ମହାଲକ୍ଷ୍ମୀ ରୁକ୍ମଣୀ ସାଜିଥିଲେ। ଶ୍ରୀ ମଦନ ମୋହନ ହୋଇଥିଲେ ଶ୍ରୀ କୃଷ୍ଣ ଜଣେ ଛାମୁ ଖୁଂଟିଆ ସେବାୟତ ଶିଶୁ ପାଳ ବେଶ ଧାରଣ କରିଥିଲେ। ଗତକାଲି ସକାଳ ଧୂପ ବସିବା ସମୟରେ ଦକ୍ଷିଣ ଘରେ ମଦନ ମୋହନ କୁ ବେଶ କରାଯାଇଥିଲା। ଧୂପ ପରେ ମହାପ୍ରଭୁଙ୍କ ଶ୍ରୀ ଅଙ୍ଗ ରୁ ଆଜ୍ଞା ମାଳ ନେଇ ପୁଜାପଣ୍ଡା ଲକ୍ଷ୍ମୀ ଠାକୁରାଣୀ ଙ୍କୁ ଲାଗି କରି ଠାକୁରାଣୀ ଙ୍କୁ ପାଲିଙ୍କି ରେ ନେଇ ଜଗମୋହନ ରେ ବିଜେ କରାଇଥିଲେ। ପରେ ମହାଲକ୍ଷ୍ମୀ ଙ୍କୁ ବିମଳା ଙ୍କ ମନ୍ଦିର ରେ ବିଜେ କରାଯାଇଥିଲା। ପୂର୍ବରୁ ମଦନ ମୋହନ ଙ୍କୁ ବିଜେ କରାଯାଇ ସେବାୟତ ମାନେ ବିମଳା ଙ୍କ ମନ୍ଦିର ନିକଟରେ ଲୁଚି ରହିଥିଲେ। ରୁକ୍ମଣୀ ରୂପୀ ଲକ୍ଷ୍ମୀ ମାଆ ଙ୍କୁ ପୂଜାର୍ଚନା ସାରି ଫେରିବା ବାଟରେ ମହାପ୍ରଭୁ ହରଣ କରିଥିଲେ। ସେବାୟତ ମାନେ ରୁକ୍ମଣୀ ଓ ମଦନ ମୋହନ ଙ୍କୁ ପଟୁଆର ରେ ନେଇ ଲକ୍ଷ୍ମୀ ମନ୍ଦିର ଆଡକୁ ଅଗ୍ରସର ହେଉଥିବା ବେଳେ ଶିଶୁ ପାଳ ଖଣ୍ଡା ରେ ଆକ୍ରମଣ କରିଥିଲା। ଶେଷରେ ଶିଶୁପାଳ ଯୁଦ୍ଧ ରେ ହାରି ବନ୍ଦୀ ହେବା ପରେ ରାମକୃଷ୍ଣ ମୁକୁଳାଇବା ପରେ ମହାପ୍ରଭୁ ବିଳମ୍ବିତ ରାତିରେ ରୁକ୍ମଣୀ ଙ୍କୁ ବିବାହ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.