Home ଓଡ଼ିଶା ଚାନ୍ଦପୁର ପୋଲିସ୍ ଦ୍ୱାରା ବୋଲେରୋ ଗାଡି ସହ ୪୩ ଲି. ବିଦେଶୀ ମଦ ଜବତ ଜଣେ...

ଚାନ୍ଦପୁର ପୋଲିସ୍ ଦ୍ୱାରା ବୋଲେରୋ ଗାଡି ସହ ୪୩ ଲି. ବିଦେଶୀ ମଦ ଜବତ ଜଣେ ଗିରଫ

34

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)ରାଜ୍ୟରେ କରୋନାର ୨ୟ ପର୍ଯ୍ୟାୟ ସୁନାମୀ ଭଳି ମାଡିଆସୁଥିବା ବେଳେ ଚୋରା ମଦ ମାଫିଆମାନେ ଲକ୍‌ଡାଉନ୍ ସମୟରେ ବି ସୁଯୋଗ ହାତଛଡା କରୁନଥିବା ଜଣାପଡିଛି । ଚାନ୍ଦପୁର ଥାନା ମୟୁରଝାଲିଆ ଅଂଚଳରେ ବ୍ୟାପକ ଚୋରାମଦ କାରବାର ହେଉଥିବା ପୋଲିସ୍ ନିକଟରେ ଖବର ପଂହଚିଥିଲା । ଚାନ୍ଦପୁର ଥାନା ପୋଲିସ୍ ଇନିସ୍ ପେକ୍ଟର୍ ରଶ୍ମି ରଂଜନ ଦାସ ଏ ସଂପର୍କେ ତଥ୍ୟ ସଂଗ୍ରହ କରୁଥିଲେ ।

ତଥ୍ୟକୁ ଆଧାର କରି ଗତ ୨୪ତାରିଖ ସଂଧ୍ୟାରେ ଙଊ ୩୩ ଇଇ ୫୬୦୮ ନମ୍ବର ବିଶିଷ୍ଟ ବୋଲେର ଗାଡିକୁ ତନଖି କରି ସେହି ଗାଡିରୁ ୮୪ଲି ବିଦେଶୀ ମଦ ବୋତଲ ଜବତ କରିବା ସହ ମଦ ବ୍ୟବସାୟ ଅଭିଯୋଗରେ ମୟୁରଝାଲିଆ ତନ୍ତି ସାହିର ସଂଗ୍ରାମ ପ୍ରଧାନଙ୍କ ପୁଅ କେଶରୀ ଓରଫ୍ ଅନାମ କୁ ଗିରଫ୍ କରିଥିଲେ । ଚାନ୍ଦପୁର ଥାନା ପୋଲିସ୍ ଇନିସ୍ ପେକ୍ଟର୍ ରଶ୍ମି ରଂଜନ ଦାସ ଙ୍କ ସୂଚନା ଅନୁଯାୟୀ ଅନାମ ଜଣେ ଅଭ୍ୟାସଗତ ଧାରାବାହିକ ଚୋରା ମଦ ବେପାରୀ । ଅଭିଯୁକ୍ତ ଅନାମକୁ କୋର୍ଟ ଚାଲାଣ କରିବା ପରେ ଜାମିନ୍ ନାମାଞୁର ହେବାରୁ ରଣପୁର ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.